Advertisment

ଲକ୍ଷେ ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିବିଆଇ ହାତରେ ଧରାପଡ଼ିଲେ ଡାକ ବିଭାଗ ସହକାରୀ ଯନ୍ତ୍ରୀ

ସହକାରୀ ଯନ୍ତ୍ରୀଙ୍କୁ ଧରିବା ପାଇଁ ସିବିଆଇର ଏକ ଟିମ୍ ୩ ଦିନ ହେଲାଣି ସମ୍ବଲପୁରରେ ଡେରା ପକାଇଥିଲା ବୋଲି ଜଣାପଡ଼ିଛି।

ଅଦ୍ୟତନ ହୋଇଛି
PMG

PMG

Advertisment

ସମ୍ବଲପୁର ପୋଷ୍ଟମାଷ୍ଟର ଜେନେରାଲଙ୍କ ଅଫିସରେ କାର୍ଯ୍ୟରତ ଜଣେ ସହକାରୀ ଯନ୍ତ୍ରୀ (ସିଭିଲ)ଙ୍କୁ ଗିରଫ କରିଛି ସିବିଆଇ। ତାଙ୍କ ନାଁ ସୁଭାଶିଷ ପାଲ।

Advertisment

ସେ ଜଣେ ଠିକାଦାରଙ୍କ ଠାରୁ ୧ ଲକ୍ଷ ୪୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ସିବିଆଇ ଅଧିକାରୀଙ୍କ ହାତରେ ଧରାପଡ଼ିଥିଲେ। ସମ୍ବଲପୁର ପୋଷ୍ଟମାଷ୍ଟର ଜେନେରାଲଙ୍କ ଅଫିସ ପରିସରରେ ସେ ଏହି ଅର୍ଥ ଗ୍ରହଣ କରୁଥିବା ବେଳେ ସିବିଆଇ ଅଧିକାରୀମାନେ ଚଢ଼ାଉ କରିଥିଲେ। ତାଙ୍କ ଠାରୁ ଲାଞ୍ଚ ଅର୍ଥ ଜବତ କରାଯାଇଛି। ଏହା ସହିତ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରିଛି ସିବିଆଇ। ସେହି ବ୍ୟକ୍ତି ଜଣଙ୍କ ଡାକ ବିଭାଗ କର୍ମଚାରୀ ନୁହନ୍ତି। ସେ ଉକ୍ତ ଠିକାଦାର ଓ ଇଞ୍ଜିନିୟର ସୁଭାଶିଷ ପାଇଁ ମଧ୍ୟସ୍ଥି ସାଜିଥିଲେ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ସହକାରୀ ଯନ୍ତ୍ରୀ ସୁଭାଶିଷ ପାଲ ବିଲ୍ ପାସ୍ କରି ଦେବା ପାଇଁ ଉକ୍ତ ଠିକାଦାରଙ୍କୁ ଲାଞ୍ଚ ମାଗିଥିଲେ। ଆଉ ଠିକାଦାର ଜଣଙ୍କ ଏ ସଂପର୍କରେ ସିବିଆଇକୁ ଜଣାଇଥିଲେ। ସୁଭାଶିଷଙ୍କୁ ଧରିବା ପାଇଁ ସିବିଆଇ ଯୋଜନା ପ୍ରସ୍ତୁତ କରିଥିଲା। ସେଥିପାଇଁ ସିବିଆଇ ଟିମ୍ ୩ ଦିନ ହେଲା ସମ୍ବଲପୁରରେ ଆସି ଡେରା ପକାଇଥିଲା।

Advertisment

ଆଜି ଅଫିସ୍ ଛୁଟି ଥିଲେ ସୁଦ୍ଧା ସୁଭାଶିଷ ଆସିଥିଲେ। ଆଉ ଲାଞ୍ଚ ଅର୍ଥ ଗ୍ରହଣ କରୁଥିବା ବେଳେ ସିବିଆଇ ଅଧିକାରୀମାନେ ତାଙ୍କୁ ଧରିଥିଲେ। ତାଙ୍କୁ ଭୁବନେଶ୍ୱର ନିଆଯାଇଥିବା ସୂଚନା ମିଳିଛି।

Sambalpur CBI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe