Advertisment

ଶ୍ରମିକଙ୍କ ସହ ମାଟି ହାଣୁଛନ୍ତି ବିଡିଓ

ବିଡିଓ କହିଛନ୍ତି, ଶ୍ରମିକଙ୍କ ସାମାଜିକ ସୁରକ୍ଷା ନିମନ୍ତେ ସରକାର ଅନେକ ଯୋଜନା କରିଛନ୍ତି। ଏହା ସେମାନଙ୍କ ପାଖରେ ପହଞ୍ଚାଇବା ମୂଳ ଉଦ୍ଦେଶ୍ୟ।

ଅଦ୍ୟତନ ହୋଇଛି
 Bdo working with labour

Bdo working with labour

Advertisment

ଶ୍ରମିକଙ୍କ ମୁଣ୍ଡକୁ ମାଟି ଟେକି ଦେଉଛନ୍ତି। ମାଟି ହାଣି ଟୋକେଇରେ ଭର୍ତ୍ତି ବି କରି ଦେଉଛନ୍ତି। ସାଟ୍ ପ୍ୟାଣ୍ଡ ଓ ବୁଟ୍‌ରେ ଥିବା ସମ୍ବଲପୁର ଜିଲ୍ଲା ଯୁଜୁମୁରା ବ୍ଲକ ଉନ୍ନୟନ ଅଧିକାରୀ(ବିଡିଓ) ନୀଳାମ୍ବର ମହାନନ୍ଦଙ୍କ ଏଭଳି କାମ କରିବା ଘଟଣା ଏବେ ଆଲୋଚନାର ବିଷୟ ହୋଇଛି।

Advertisment

ସେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିବାକୁ ଯିବାବେଳେ ସେଠାରେ ଶ୍ରମିକମାନଙ୍କ ସହ ମିଶି କାମ କରୁଛନ୍ତି। ବିଶେଷ ଭାବେ ଏମ୍‌ଜିଏନ୍‌ଆରଜିଏ ଯୋଜନାରେ ଚାଲିଥିବା କାମକୁ ତଦାରଖ କରିବାକୁ ଯାଇ ସେଠାରେ ନିୟୋଜିତ ଶ୍ରମିକମାନଙ୍କ ସହ ଘନିଷ୍ଠତା ବଢ଼ାଇବାକୁ ଚେଷ୍ଟା କରୁଛନ୍ତି। କାମ ଯାଞ୍ଚ ବେଳେ କେତେବେଳେ ସେ ଶ୍ରମିକମାନଙ୍କ ମୁଣ୍ଡକୁ ମାଟି ବୋଝ ଟେକି ଦେଉଛନ୍ତି ତ; ଆଉ କେଉଁଠି ମାଟି କାମ କରୁଥିବା ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳୁଛନ୍ତି। ଭିନ୍ନଭିନ୍ନ ସ୍ଥାନରେ ସେ କାମ କରୁଥିବା ବେଳର ଭିଡିଓ ଏବେ ସାମ୍ନାକୁ ଆସିଛି।

ଏ ନେଇ ବିଡିଓ ଶ୍ରୀ ମହାନନ୍ଦ କହିଛନ୍ତି ଯେ, ଏହାଦ୍ଵାରା ଶ୍ରମିକମାନଙ୍କ ମନରେ କାମ କରିବାକୁ ଉତ୍ସାହ ବଢୁଛି। ସେମାନଙ୍କ ସମସ୍ୟା ଜାଣିବାର ଓ ତୁରନ୍ତ ସମାଧାନ କରିବାର ସୁଯୋଗ ମିଳୁଛି। ଯେଉଁ ଶ୍ରମିକମାନେ ଭତ୍ତା କିମ୍ବା ରାଶନ ପାଇବାରୁ ବଞ୍ଚିତ ହେଉଛନ୍ତି, ସେମାନଙ୍କୁ ତୁରନ୍ତ କିପରି ଏହି ସହାୟତା ମିଳିବ ତାହାର ବ୍ୟବସ୍ଥା କରାଯାଉଛି। ଶ୍ରମିକଙ୍କ ସାମାଜିକ ସୁରକ୍ଷା ନିମନ୍ତେ ସରକାର ଅନେକ ଯୋଜନା କରିଛନ୍ତି। ଏହା ସେମାନଙ୍କ ପାଖରେ ପହଞ୍ଚାଇବା ମୂଳ ଉଦ୍ଦେଶ୍ୟ। ପ୍ରତିଦିନ ସକାଳୁ ଏଥିପାଇଁ ବିଭିନ୍ନ ଉନ୍ନତିକରଣ କାର୍ଯ୍ୟ ଚାଲିଥିବା ସ୍ଥାନକୁ ଗସ୍ତ କରାଯାଉଛି।

Advertisment
 Bdo working with labourଶ୍ରମିକଙ୍କ ସହ ବିଡିଓ କାମ କରୁଛନ୍ତି
Sambalpur Good News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe