Advertisment

RDCଙ୍କ ସେକ୍ରେଟାରୀଙ୍କ ବୋଲେରୋ ଧକ୍କାରେ ବାଇକ୍‌ ଚାଳକ ମୃତ

ଉତ୍ତରାଞ୍ଚଳ RDCଙ୍କ ସେକ୍ରେଟାରୀଙ୍କ ବୋଲେରୋ ଧକ୍କାରେ ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଛି।

Accident

Accident

Advertisment

ଉତ୍ତରାଞ୍ଚଳ RDCଙ୍କ ସେକ୍ରେଟାରୀଙ୍କ ବୋଲେରୋ ଧକ୍କାରେ ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଛି। ଏପରି ଘଟଣା ଗତ ରାତିରେ ସମ୍ବଲପୁର ଜିଲ୍ଲି ଧନୁପାଲି ନିକଟରେ ହୋଇଛି। ଘଟଣାସ୍ଥଳରୁ ବୋଲେରୋ ଡ୍ରାଇଭର ଫେରାର ହୋଇ ଯାଇଥିବା ବେଳେ ପୁଲିସ୍ ଗାଡ଼ିକୁ ଜବତ କରିଛି।

Advertisment

ମୃତକଙ୍କ ନାମ ରଞ୍ଜିତ ମହାପାତ୍ର ଓ ତାଙ୍କ ଘର ଦୁର୍ଘଟଣା ସ୍ଥଳ ଠାରୁ ଅଳ୍ପ ଦୁର ଭତରା ଅଞ୍ଚଳରେ ବୋଲି ଜଣାଯାଇଛି। ଗତ ରାତିରେ ରଞ୍ଜିତ ନିଜ ବାଇକ୍‌ରେ ଯାଉଥିବା ବେଳେ ବୋଲେରୋଟି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଖବର ପାଇ ପୁଲିସ୍‌ ଓ ସ୍ଥାନୀୟ ଲୋକେ ପହଞ୍ଚିଥିଲେ।

RDCଙ୍କ ସେକ୍ରେଟାରୀଙ୍କ ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଯାଇଥିଲା। ଫଳରେ କିଛି ସମୟ ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ି ଅଟକି ରହିଥିଲା। ପରେ ପୁଲିସ୍‌ ବୁଝାଶୁଝା କରି ପରିସ୍ଥିତିକୁ ଶାନ୍ତ କରିଥିଲା। ଏହାପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା।

Advertisment

RDC ଙ୍କ ସେକ୍ରେଟାରୀଙ୍କ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଗାଡିକୁ ଡ୍ରାଇଭର ବିଳମ୍ବିତ ରାତିରେ କେଉଁଆଡ଼େ ଓ କାହାକୁ ବସାଇ ନେଉଥିଲେ ତାକୁ ନେଇ ପ୍ରଶ୍ନ ଉଠିଛି। ଧନୁପାଲି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି

Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe