/odisha-reporter/media/post_attachments/uploadimage/library/16_9/16_9_0/Deadbody_1683342068.jpg)
Deadbody
ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ଖର୍ଲା ପୋଲ ନିକଟରୁ ଜଣେ ଶିକ୍ଷକଙ୍କ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ମନ୍ତ୍ରୀମୁଣ୍ଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକତା ଭାବେ କାର୍ଯ୍ୟ କରୁଥିଲେ।
Advertisment
ଗତକାଲି ଶିକ୍ଷକ ଜଣଙ୍କ କୌଣସି କାମରେ ବାହାରକୁ ଯାଇଥିଲେ। ହେଲେ ରାତିରେ ଘରକୁ ଫେରି ନଥିଲେ। ଆଜି ସକାଳେ ଖର୍ଲା ପୋଲ ନିକଟରେ ଶିକ୍ଷକଙ୍କ ଗଳାକଟା ଅବସ୍ଥାରେ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ପରିବାରଲୋକ ଓ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।
ଶିକ୍ଷକଙ୍କୁ କିଏ ହତ୍ୟା କରି ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଶିକ୍ଷକଙ୍କୁ କେଉଁ କାରଣ ପାଇଁ ହତ୍ୟା କରାଯାଇଛି, ତାଙ୍କର ପୂର୍ବ ଶତ୍ରୁତା ଥିଲା ନା ଆଉ କିଛି କାରଣ କିଛି କାରଣ ରହିଛି ତାହା ଜଣାପଡ଼ି ନାହିଁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
