/odisha-reporter/media/post_attachments/uploadimage/library/16_9/16_9_0/Kuchinda_1674495464.jpeg)
Kuchinda
ଝାରଖଣ୍ଡ ରାଜ୍ୟର ରାଞ୍ଚି ସିମଡେଗାରୁ ରିଙ୍ଗ ସେରିମନି ସାରି ଫେରୁଥିବା ବେଳେ ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ନିକଟ କର୍ଲାଖମନ ଡୁମେରମୁଣ୍ଡା ଛକରେ ବୋଲେରୋ ଭାରସାମ୍ୟ ହରାଇ ଗଛରେ ପଟି ହୋଇଯାଇଥିଲା। ଫଳରେ ବୋଲେରୋଟି ଜଳି ଯାଇଥିଲା। ଏଥିରେ ଜଣେ ଯୁବକ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ଅଗ୍ନିଶମ ବିଭାଗ ଓ ପୁଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଗଡପୋଷ ମେଡିକାଲରେ ଭର୍ତ୍ତି କରିଥିଲେ।
Advertisment
ମୃତକ ଓ ଆହତମାନେ ଗଡପୋଷ ନିକଟ ଡେଟାପଡା ଓ ପରମାଣପୁର ଗାଁର ବୋଲି ଜଣାପଡିଛି। ଅନ୍ୟ ପକ୍ଷରେ ଡ୍ରାଇଭର ଫେରାର ହୋଇଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
