Advertisment

ରିଙ୍ଗ ସେରିମନିରୁ ଫେରୁଥିବା ବେଳେ ଗଛରେ ପିଟି ହେଲା ବୋଲେରୋ, ଜଣେ ଜୀବନ୍ତ ଦଗ୍ଧ

ବୋଲେରୋ ଭାରସାମ୍ୟ ହରାଇ ଗଛରେ ପଟି ହୋଇଯାଇଥିଲା। ଫଳରେ ବୋଲେରୋଟି ଜଳି ଯାଇଥିଲା।

ଅଦ୍ୟତନ ହୋଇଛି
Kuchinda

Kuchinda

Advertisment

ଝାରଖଣ୍ଡ ରାଜ୍ୟର ରାଞ୍ଚି ସିମଡେଗାରୁ ରିଙ୍ଗ ସେରିମନି ସାରି ଫେରୁଥିବା ବେଳେ ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ନିକଟ କର୍ଲାଖମନ ଡୁମେରମୁଣ୍ଡା ଛକରେ ବୋଲେରୋ ଭାରସାମ୍ୟ ହରାଇ ଗଛରେ ପଟି ହୋଇଯାଇଥିଲା। ଫଳରେ ବୋଲେରୋଟି ଜଳି ଯାଇଥିଲା। ଏଥିରେ ଜଣେ ଯୁବକ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ଅଗ୍ନିଶମ ବିଭାଗ ଓ ପୁଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଗଡପୋଷ ମେଡିକାଲରେ ଭର୍ତ୍ତି କରିଥିଲେ।

Advertisment

ମୃତକ ଓ ଆହତମାନେ ଗଡପୋଷ ନିକଟ ଡେଟାପଡା ଓ ପରମାଣପୁର ଗାଁର ବୋଲି ଜଣାପଡିଛି। ଅନ୍ୟ ପକ୍ଷରେ ଡ୍ରାଇଭର ଫେରାର ହୋଇଯାଇଛି।

Accident Sambalpur Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe