Advertisment

କଙ୍କଡା ଧର, ୫ ହଜାର ଟଙ୍କା ନିଅ

ରେଢ଼ାଖୋଲ(ଓଡ଼ିଶା ରିପୋର୍ଟର) କଙ୍କଡା ଧର। ୫ ହଜାର ନିଅ।  କଙ୍କଡ଼ା ଧରିବା ପାଇଁ ଏଭଳି ଅଭିନବ ପ୍ରତିଯୋଗିତା ଦେଖିବାକୁ ମିଳିଛି ସମ୍ବଲପୁର ଯୁଜୁମୁରା ବ୍ଲକ ଅନ୍ଧାରୀ ଗାଁରେ। ଏଥିରେ ୩୫ ଜଣ ପ୍ରତିଯୋଗୀ ଭାଗ ନେଇ ନିକଟସ୍ଥ ନାଳରୁ କଙ୍କଡ଼ା ଧରିଥିଲେ । ଅଧିକ କଙ୍କଡ଼ା ଧରିଥିବା ପ୍ରତିଯୋଗୀଙ୍କୁ ୫ ହଜାର ଟଙ୍କାର ପୁରସ୍କାର ରାଶି ଦିଆଯାଇଥିଲା।  କିଛି ବର୍ଷ ତଳେ ଗାଁର ସଞ୍ଜୀବ ବିଶ୍ୱାଳ ନାମକ ଜଣେ ଯୁବକ ନୂଆଁଖାଇ ପୂର୍ବରୁ ଗାଁ ଲୋକଙ୍କୁ ଏକାଠି […]

କଙ୍କଡା ଧର, ୫ ହଜାର ଟଙ୍କା ନିଅ 

63e

Advertisment

ରେଢ଼ାଖୋଲ(ଓଡ଼ିଶା ରିପୋର୍ଟର) କଙ୍କଡା ଧର। ୫ ହଜାର ନିଅ।  କଙ୍କଡ଼ା ଧରିବା ପାଇଁ ଏଭଳି ଅଭିନବ ପ୍ରତିଯୋଗିତା ଦେଖିବାକୁ ମିଳିଛି ସମ୍ବଲପୁର ଯୁଜୁମୁରା ବ୍ଲକ ଅନ୍ଧାରୀ ଗାଁରେ। ଏଥିରେ ୩୫ ଜଣ ପ୍ରତିଯୋଗୀ ଭାଗ ନେଇ ନିକଟସ୍ଥ ନାଳରୁ କଙ୍କଡ଼ା ଧରିଥିଲେ । ଅଧିକ କଙ୍କଡ଼ା ଧରିଥିବା ପ୍ରତିଯୋଗୀଙ୍କୁ ୫ ହଜାର ଟଙ୍କାର ପୁରସ୍କାର ରାଶି ଦିଆଯାଇଥିଲା।  କିଛି ବର୍ଷ ତଳେ ଗାଁର ସଞ୍ଜୀବ ବିଶ୍ୱାଳ ନାମକ ଜଣେ ଯୁବକ ନୂଆଁଖାଇ ପୂର୍ବରୁ ଗାଁ ଲୋକଙ୍କୁ ଏକାଠି କରିବା ଉଦ୍ଦେଶ୍ୟରେ ଏହି ପରମ୍ପରା ଆରମ୍ଭ କରିଥିଲେ ।

Advertisment

ଆଉ ସେବେଠାରୁ ଗାଁରେ ଚାଲି ଆସିଛି କଙ୍କଡା ଧରା ପ୍ରତିଯୋଗିତା । ତେବେ ୨୦୧୯ରେ ଆସିଥିବା କୋଭିଡ୍‌ ଯୋଗୁ ଏହି ପରମ୍ପରା ବନ୍ଦ ରହିଥିଲା। କୋଭିଡ୍ କଟକଣା ଯୋଗୁ କେହି ଏକାଠି ହୋଇ ପାରୁ ନଥିଲେ। ଏବେ ପୁଣି ଏହି ପରମ୍ପରା ଆରମ୍ଭ ହୋଇଛି।  ରବିବାର ହୋଇଥିବା ଏହି କଙ୍କଡାଧରା ପ୍ରତିଯୋଗିତାରେ କୟାକୁଦ ପଞ୍ଚାୟତ ଅଧୀନରେ ଥିବା ଗାଁର ଲୋକମାନେ ଭାଗ ନେଇଥିଲେ ।  ପାଖରେ ଥିବ ନାଳରୁ ସମସ୍ତେ କଙ୍କଡା ଧରିଥିଲେ।  ଆଉ ଘଣ୍ଟାକରେ ସବୁଠାରୁ ଅଧିକ କଙ୍କଡା ଧରିଥିବା କେଶବ ମିର୍ଦ୍ଧା ପ୍ରଥମ ସ୍ଥାନ ହାସଲ କରିଥିଲେ।    ଶେଷରେ ସମସ୍ତେ ଏକାଠି ହୋଇ କଙ୍କଡ଼ା ଭୋଜି କରି ଖାଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe