Advertisment

ଛତିଶଗଡ଼ର ମନମାନି; ଖୋଲିଦେଲା କଲମା ବ୍ୟାରେଜର ୬୪ ଗେଟ୍

ଉପର ମୁଣ୍ଡରେ ବର୍ଷା ହେଉଥିବାରୁ ଛତିଶଗଡ଼ କଲମା ବ୍ୟାରେଜର ୬୪ଟି ଗେଟ୍‌ ଖୋଲି ଦେଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
KALMA BARRIAGE

KALMA BARRIAGE

ପୁଣି ଛତିଶଗଡ଼ ଦେଖାଇଛି ମନମାନି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ କଲମା ବ୍ୟାରେଜର ୬୪ଟି ଗେଟ୍ ଖୋଲି ଦେଇଛି ଛତିଶଗଡ଼। ଯାହାଫଳରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଉଛି।

Advertisment

ସକାଳ ୯ଟା ସୁଦ୍ଧା ହୀରାକୁଦକୁ ୭୨ ହଜାର କ୍ୟୁସେକ୍ ଜଳ ପ୍ରବେଶ କରିଥିବା ବେଳେ ମଧ୍ୟାହ୍ନ ୧୨ ଟା ସୁଦ୍ଧା ହୀରାକୁଦ ଡ୍ୟାମକୁ ୭୯ ହଜାର କ୍ୟୁସେକ୍ ଜଳ ପ୍ରବେଶ କରିଛି। ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୩.୫୦ ଫୁଟ୍ ରହିଛି। କଲମା ବ୍ୟାରେଜ ଦେଇ ମହାନଦୀକୁ ପଶୁଛି ୧ ଲକ୍ଷ ୧୮ ହଜାର କ୍ୟୁସେକ ପାଣି।

ପ୍ରତିବର୍ଷ ମୌସୁମୀ ସମୟରେ ଛତିଶଗଡ଼ ମନମାନି କରିଥାଏ। ଅଣ ମୌସୁମୀ ସମୟରେ କଲମା ବ୍ୟାରେଜର ସବୁ ଗେଟ୍‌ ବନ୍ଦ କରିଦିଏ। ମୌସୁମୀ ସମୟରେ ଉପରମୁଣ୍ଡରେ ପ୍ରବଳ ବର୍ଷା ହେଲେ କଲମା ବ୍ୟାରେଜ ସବୁ ଗେଟ୍ ଖୋଲି ଦିଏ। କିନ୍ତୁ ଏଥର ଅଣ ମୌସୁମୀ ସମୟରେ କଲମା ବ୍ୟାରେଜ କିଛି ଗେଟ୍‌ ଖୋଲି ଦେଇଥିଲା। ମହାନଦୀ ଟ୍ରିବ୍ୟୁନାଲ ଟିମର ଯାଞ୍ଚ ବେଳେ ଚାଲାକି ଦେଖାଇ କିଛି ଗେଟ୍ ଖୋଲି ଦେଇଥିଲା। ପରବର୍ତ୍ତୀ ସ୍ଥରରେ ତାକୁ ବନ୍ଦ କରିଦେଇଥିଲା।

Advertisment

ଏବେ ଉପର ମୁଣ୍ଡରେ ବର୍ଷା ହେଉଥିବାରୁ  ଛତିଶଗଡ଼ କଲମା ବ୍ୟାରେଜର ୬୪ଟି ଗେଟ୍‌ ଖୋଲି ଦେଇଛି। କଲମା ବ୍ୟାରେଜରୁ ୧ ଲକ୍ଷ ୧୮ ହଜାର କ୍ୟୁସେକ ପାଣି ନିଷ୍କାସନ ହେଉଛି। ବନ୍ୟା ସ୍ଥିତ ନ ଥିବା ବେଳେ ହୀରାକୁଦ ଜଳଭଣ୍ଡାରର ଜଳ ସ୍ଥର ଧୀରେ ଧୀରେ ବଢ଼ୁଛି।

Sambalpur KALMA_BARRIAGE