Advertisment

ଆସିଲା ଚିନ୍ମୟୀଙ୍କ ଡାଏଟମ୍ ଟେଷ୍ଟ ରିପୋର୍ଟ, ଏବେ ଭିସେରା ରିପୋର୍ଟକୁ ଅପେକ୍ଷା

ଚିନ୍ମୟୀ ଆତ୍ମହତ୍ୟା କରିଛନ୍ତି ନା ଏଥିପାଇଁ କିଏ ତାଙ୍କୁ ଉସୁକାଇଛି ସେ ଦିଗରେ ତଦନ୍ତ ଚାଲିଛି। ସବୁଠୁ ଅଧିକ ସନ୍ଦେହ ଘେରରେ ଥିବା ଚିନ୍ମୟୀଙ୍କ ପୁରୁଷବନ୍ଧୁ ପ୍ରୀତମାନ ଦେଙ୍କୁ ପଚରାଉଚାର କରି ଜାମିନରେ ଛାଡି ଦେଇଛି ପୁଲିସ୍‌ । ତେବେ ବ୍ୟଚ୍ଛେଦ ରିପୋର୍ଟ ତଥା ଡାଏଟମ୍ ରିପୋର୍ଟରେ ସନ୍ତୁଷ୍ଟ ନ ଥିବା ଚିନ୍ମୟୀଙ୍କ ମା’ ନ୍ୟାୟ ପାଇଁ ହାଇକୋର୍ଟକୁ ଯିବୁ ବୋଲି କହି ସାରିଛନ୍ତି।

chinmayee-sahu

chinmayee-sahu

Advertisment

ବ୍ୟବଚ୍ଛେଦ ରିପୋର୍ଟ ଯାହା ବୟାନ କରୁଥିଲା ଡାଏଟମ୍ ଟେଷ୍ଟ ରିପୋର୍ଟ ବି ସମାନ କଥା ବଖାଣୁଛି। ଭିସୁଟ୍‌ର ପୂର୍ବତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କୁ ହତ୍ୟା କରାଯାଇନି ବରଂ ପାଣିରେ ବୁଡ଼ି ତାଙ୍କ ମୃତ୍ୟୁ ହୋଇଥିବା ଡାଏଟମ୍ ଟେଷ୍ଟ ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି। ଏବେ ଚିନ୍ମୟୀଙ୍କ ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି।

Advertisment

ତେବେ ଚିନ୍ମୟୀ ଆତ୍ମହତ୍ୟା କରିଛନ୍ତି ନା ଏଥିପାଇଁ କିଏ ତାଙ୍କୁ ଉସୁକାଇଛି ସେ ଦିଗରେ ତଦନ୍ତ ଚାଲିଛି। ସବୁଠୁ ଅଧିକ ସନ୍ଦେହ ଘେରରେ ଥିବା ଚିନ୍ମୟୀଙ୍କ ପୁରୁଷବନ୍ଧୁ ପ୍ରୀତମାନ ଦେଙ୍କୁ ପଚରାଉଚାର କରି ଜାମିନରେ ଛାଡି ଦେଇଛି ପୁଲିସ୍‌ । ତେବେ ବ୍ୟଚ୍ଛେଦ ରିପୋର୍ଟ ତଥା ଡାଏଟମ୍ ରିପୋର୍ଟରେ ସନ୍ତୁଷ୍ଟ ନ ଥିବା ଚିନ୍ମୟୀଙ୍କ ମା’ ନ୍ୟାୟ ପାଇଁ ହାଇକୋର୍ଟକୁ ଯିବୁ ବୋଲି କହି ସାରିଛନ୍ତି।

ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି(ଭିସୁଟର) ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାକୁ ଯାଇଥିବା ଚିନ୍ମୟୀଙ୍କର ଅକାଳ ମୃତ୍ୟୁ ହୋଇଥିଲା। ବହୁ ଖୋଜାଖୋଜି ପରେ ପାୱାର ଚ୍ୟାନେଲ ବ୍ରିଜରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଚିନ୍ମୟୀଙ୍କ ସହ ଉକ୍ତ ସମୟରେ ତାଙ୍କ ବନ୍ଧୁ ପ୍ରିତୀମାନ ଥିବାରୁ ଝିଅ ମୃତ୍ୟୁ ପଛରେ ତାଙ୍କ ହାତ ଥିବା ସନ୍ଦେହ କରିଥିଲେ ତାଙ୍କ ବାପାମା’ ।

Advertisment

ଏହି ଘଟଣାର ୨ ଅଭିଯୁକ୍ତ ପ୍ରୀତିମାନ ଦେ ଓ ମାନସ ଟୁଡ଼ୁଙ୍କର ଲାଇଡିଟେକ୍‌ସନ୍ କରାଯାଇଥିବା ବେଳେ ସେମାନେ ସବୁ ସତ କହିଥିବା ରିପୋର୍ଟ ଆସିଥିବା ଏସ୍‌ପି କହିଛନ୍ତି। ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନ ଥିବା ବେଳେ କେବଳ ନୋଟିସ୍ ଦେଇ ଛାଡ଼ି ଦିଆଯାଇଛି। ଯେତେବେଳେ ପୁଲିସ୍ ଡାକିବ, ସେତେବେଳେ ଥାନାରେ ହାଜର ହୋଇ ତଦନ୍ତରେ ସହଯୋଗ କରିବାକୁ ସେମାନଙ୍କୁ କୁହାଯାଇଛି।

 ସମ୍ବଲପୁର ଏସ୍‌ପି କହିଛନ୍ତି, ଯେତିକି ଟେକ୍ନିକାଲ୍ ଏଭିଡେନ୍ସ ଆସିଛି, ସେଥିରୁ ଏହା ସ୍ପଷ୍ଟ ଭାବେ ଜଣାପଡ଼ୁଛି ଯେ ବୁଡ଼ିବା ଯୋଗୁ ଚିନ୍ମୟୀଙ୍କର ମୃତ୍ୟୁ ଘଟିଛି। ସେହିପରି ପାରିପାର୍ଶ୍ୱିକ ପ୍ରମାଣକୁ ଅନୁଧ୍ୟାନ କଲେ ଏହି ଘଟଣା ପଛର ଉଦ୍ଦେଶ୍ୟ କିଛି ଜଣାପଡ଼ୁନାହିଁ। ତେଣୁ ଏହା ହତ୍ୟାକାଣ୍ଡ ନୁହେଁ।

ତେବେ ଏହା ଏକ ଦୁର୍ଘଟଣା ଥିଲା ନା ଅବହେଳା ଯୋଗୁ ଏମିତି ଘଟିଗଲା ନା ଆତ୍ମହତ୍ୟା ଥିଲା, ତାହା ଜାଣିବାକୁ ଚେଷ୍ଟା କରୁଛୁ। ସେହିଭଳି ଯଦି ଆତ୍ମହତ୍ୟା କରିଥିବେ, ତା’ହେଲେ ସେଥିପାଇଁ ତାଙ୍କୁ କେହି ଉସୁକାଇ ଥିଲେ କି, ସେ ଦିଗରେ ବି ତଦନ୍ତ ଜାରି ରହିଛି। ପିସି ବ୍ରିଜ୍‌କୁ ସେ କାହିଁକି ଯାଇଥିଲେ, ତାହା ବି ଏହି ତଦନ୍ତ ପରେ ଜଣାପଡ଼ିବ ବୋଲି ଗଣମାଧ୍ୟମକୁ କହିଛନ୍ତି ଏସ୍‌ପି।

ପ୍ରୀତିମାନଙ୍କ ବାପା ଗୃହ ବିଭାଗର ଜଣେ ବରିଷ୍ଠ ଅଧିକାରୀ ହୋଇଥିବାରୁ ତଦନ୍ତରେ ସ୍ୱଚ୍ଛତାକୁ ନେଇ ଆଶଙ୍କା କରିଛନ୍ତି ଚିନ୍ମୟୀଙ୍କ ମା’। ଏପରିକି ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ବି ସ୍ୱଚ୍ଛ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ପୁଲିସ ମାମଲାର ତଦନ୍ତ ଠିକ୍ ଭାବେ କରିପାରିବ ନାହିଁ। କାରଣ ସମସ୍ତଙ୍କ ସନ୍ଦେହରେ ଥିବା ଯୁବକଙ୍କ ବାପା ଜଣେ ସଚିବ ପାହ୍ୟାର ଅଧିକାରୀ। ତେଣୁ ମାମଲାର ନିରପେକ୍ଷ ତଦନ୍ତ ହେବା ଉଚିତ।

ସେପଟେ ପ୍ରୀତିମାନଙ୍କ ବାପା ପ୍ରଣବ କୁମାର ଦେ କହିଛନ୍ତି, ତଦନ୍ତରେ ସେ କୌଣସି ଚାପ ପକାଉ ନାହାନ୍ତି। ପୁଲିସ ଯାହା ତଦନ୍ତ କରିବା କଥା କରୁ। ସତ କିନ୍ତୁ ସାମ୍ନାକୁ ଆସୁ।

ତେବେ ଅଦ୍ୟାବଧି ପୁଲିସ୍‌ ତଦନ୍ତ ଯେତେ ଦୂର ଆଗେଇଲାଣି ତଥା ଯେତେ ସବୁ ରିପୋର୍ଟ ଆସିଲାଣି ସେଥିରେ ଚିନ୍ମୟୀଙ୍କ ବାପାମା’ ସନ୍ତୁଷ୍ଟ ନୁହନ୍ତି। ଝିଅକୁ ନ୍ୟାୟ ଦେବା ପାଇଁ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ବି କହିଛନ୍ତି।

Odisha Police Sambalpur Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe