ପୁଲିସ୍ କହିଲା- ଚିନ୍ମୟୀଙ୍କୁ ହତ୍ୟା କରାଯାଇନି, ସେ ପାଣିରେ ବୁଡ଼ି ମରିଛନ୍ତି

ଦୁଇ ଅଭିଯୁକ୍ତ ପ୍ରୀତିମାନ ଦେ ଓ ମାନସ ଟୁଡ଼ୁଙ୍କର ଲାଇଡିଟେକ୍‌ସନ୍ କରାଯାଇଥିଲା। ତେବେ ସେମାନେ ସବୁ ସତ କହିଥିବା ରିପୋର୍ଟ ଆସିଥିବା ଏସ୍‌ପି କହିଛନ୍ତି।

chinmayee shaoo PhotoOR

ବୁର୍ଲା ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁ

Jitendra Garnayak
  • Published: Tuesday, 07 March 2023
  • Updated: 07 March 2023, 03:28 PM IST

Sports

Latest News

ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍)ର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁଙ୍କୁ ହତ୍ୟା କରାଯାଇନାହିଁ। ପାଣିରେ ବୁଡ଼ି ତାଙ୍କର ମୃତ୍ୟୁ ଘଟିଛି। ମଙ୍ଗଳବାର ସମ୍ବଲପୁର ଏସ୍‌ପି ବି. ଗଙ୍ଗାଧର ଏହି ସୂଚନା ଦେଇଛନ୍ତି। ହେଲେ ଚିନ୍ମୟୀ ପାଣିରେ କେମିତି ବୁଡ଼ିଲେ, ସେ ନେଇ ଏସ୍‌ପି କିଛି କହି ନାହାନ୍ତି।

ଏସ୍‌ପି କହିଛନ୍ତି ଯେ ପିସି ବ୍ରିଜ୍‌ରେ ଏହି ଘଟଣା ଘଟିଥିଲା। ଏହି ଘଟଣାର କେହି ପ୍ରତ୍ୟକ୍ଷଦର୍ଶୀ ନଥିଲେ। ତେଣୁ ଟେକ୍ନିକାଲ୍ ଏଭିଡେନ୍ସ ଓ ପାରିପାର୍ଶ୍ୱିକ ପ୍ରମାଣ ଉପରେ ତଦନ୍ତ ପ୍ରକ୍ରିୟା ଚାଲିଥିଲା। ଏବେ ଯେତିକି ଟେକ୍ନିକାଲ୍ ଏଭିଡେନ୍ସ ଆସିଛି, ସେଥିରୁ ଏହା ସ୍ପଷ୍ଟ ଭାବେ ଜଣାପଡ଼ୁଛି ଯେ ବୁଡ଼ିବା ଯୋଗୁ ଚିନ୍ମୟୀଙ୍କର ମୃତ୍ୟୁ ଘଟିଛି। ସେହିପରି ପାରିପାର୍ଶ୍ୱିକ ପ୍ରମାଣକୁ ଅନୁଧ୍ୟାନ କଲେ ଏହି ଘଟଣା ପଛର ଉଦ୍ଦେଶ୍ୟ କିଛି ଜଣାପଡ଼ୁନାହିଁ। ତେଣୁ ଏହା ହତ୍ୟାକାଣ୍ଡ ନୁହେଁ।

ସେ କହିଛନ୍ତି, ତଦନ୍ତ ଏବେ ବି ଜାରି ରହିଛି। ଏହା ଏକ ଦୁର୍ଘଟଣା ଥିଲା ନା ଅବହେଳା ଯୋଗୁ ଏମିତି ଘଟିଗଲା ନା ଆତ୍ମହତ୍ୟା ଥିଲା, ତାହା ଜାଣିବାକୁ ଚେଷ୍ଟା କରୁଛୁ। ସେହିଭଳି ଯଦି ଆତ୍ମହତ୍ୟା କରିଥିବେ, ତା’ହେଲେ ସେଥିପାଇଁ ତାଙ୍କୁ କେହି ଉସୁକାଇ ଥିଲେ କି, ସେ ଦିଗରେ ବି ତଦନ୍ତ ଜାରି ରହିଛି। ପିସି ବ୍ରିଜ୍‌କୁ ସେ କାହିଁକି ଯାଇଥିଲେ, ତାହା ବି ଏହି ତଦନ୍ତ ପରେ ଜଣାପଡ଼ିବ।

ଏବେ ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଥିବା ଏସ୍‌ପି କହିଛନ୍ତି। ଚିନ୍ମୟୀ ନିଶାସକ୍ତ ଥିଲେ ବୋଲି କୁହାଯାଉଥିବା ବେଳେ ଭିସେରା ରିପୋର୍ଟ ଆସିଲେ ଏହା ସ୍ପଷ୍ଟ ହୋଇପାରିବ ବୋଲି କୁହାଯାଉଛି।

ଏସ୍‌ପିଙ୍କ ସୂଚନା ଅନୁଯାୟୀ, ସେମାନେ (ଚିନ୍ମୟୀ ଓ ପ୍ରୀତିମାନ) ନିଶାସକ୍ତ ଥିବା ନେଇ ପୁଲିସ୍ ପାଖରେ ପ୍ରମାଣ ରହିଛି। ସେମାନେ ମଦ ପିଇବା ସହିତ ସିଗାରେଟ୍ ଟାଣୁଥିବାର ଚିତ୍ର ସିସିଟିଭିରେ କଏଦ ହୋଇଛି। କିଛି ଛାତ୍ର ମଧ୍ୟ ସେମାନେ ମଦ ପିଇଥିବା ଓ ସିଗାରେଟ୍ ଟାଣିଥିବା ନେଇ କହିଥିଲେ। ତେବେ ଭିସେରା ରିପୋର୍ଟ ଆସିଲେ, ତାହା ପ୍ରମାଣିତ ହେବ ବୋଲି ଏସ୍‌ପି କହିଛନ୍ତି।

ଚିନ୍ମୟୀଙ୍କ ବେକରେ ଏକ ଦାଗ ଦେଖିବାକୁ ମିଳିଥିଲା। ତେବେ ତାହା ତଣ୍ଟି ଚିପିବା ଯୋଗୁ ହୋଇନାହିଁ ବୋଲି ଶବ ବ୍ୟବଚ୍ଛେଦ ରିପୋର୍ଟରେ ଆସିଛି।

Also Read

ଦୁଇ ଅଭିଯୁକ୍ତ ପ୍ରୀତିମାନ ଦେ ଓ ମାନସ ଟୁଡ଼ୁଙ୍କର ଲାଇଡିଟେକ୍‌ସନ୍ କରାଯାଇଥିଲା। ତେବେ ସେମାନେ ସବୁ ସତ କହିଥିବା ରିପୋର୍ଟ ଆସିଥିବା ଏସ୍‌ପି କହିଛନ୍ତି। ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନଥିବା ବେଳେ ଆଜି ନୋଟିସ୍ ଦେଇ ଛାଡ଼ି ଦିଆଯାଇଛି। ଯେତେବେଳେ ପୁଲିସ୍ ଡାକିବ, ସେତେବେଳେ ଥାନାରେ ହାଜର ହୋଇ ତଦନ୍ତରେ ସହଯୋଗ କରିବାକୁ ସେମାନଙ୍କୁ କୁହାଯାଇଛି। ପ୍ରୀତିମାନଙ୍କୁ ତାଙ୍କ ବାପାଙ୍କ ଜିମାରେ ଦିଆଯାଇଥିବା ବେଳେ ୭ ଦିନ ପାଇଁ ତାଙ୍କୁ ବୁର୍ଲାରେ ରହିବା ପାଇଁ କୁହାଯାଇଛି। ସେମାନେ ଏବେ ଆଉ କୌଣସି ପ୍ରକାର ପ୍ରମାଣ ନଷ୍ଟ କରିପାରିବେ ନାହିଁ ବୋଲି ଏସ୍‌ପି କହିଛନ୍ତି।

ଅନ୍ୟପକ୍ଷରେ ଚିନ୍ମୟୀଙ୍କ ମା’ ତଦନ୍ତ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ପୁଲିସ୍ ଠିକ୍ ଭାବରେ ତଦନ୍ତ କରିନି। ଝିଅକୁ ହତ୍ୟା କରାଯାଇଛି। ଆମେ ହାଇକୋର୍ଟ ଦ୍ୱାରସ୍ଥ ହେବୁ।

ପ୍ରୀତିମାନଙ୍କ ବାପା ପ୍ରଣବ ଦେ କହିଛନ୍ତି, ମୋର ଶତ ପ୍ରତିଶତ ବିଶ୍ୱାସ, ମୋ ପୁଅ ନିର୍ଦ୍ଦୋଷ। ପୁଲିସ ତଦନ୍ତ ଚଳାଇଛି। ନିଶ୍ଚିତ ଭାବେ ସତ ସାମ୍ନାକୁ ଆସିବ। ଆଜି ପୁଲିସ ଡାକିଥିଲା ପୁଅକୁ ଜିମାରେ ନେବାକୁ, ମୁଁ ଆସି ପୁଅକୁ ନେଲି। ତଦନ୍ତ ପାଇଁ ପୁଲିସ୍ ୭ ଦିନ ବୁର୍ଲାରେ ରହିବାକୁ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story