Advertisment

ଚିନ୍ମୟୀ ସାହୁ ମୃତ୍ୟୁ ଘଟଣା: ପ୍ରୀତିମାନ ଓ ମାନସଙ୍କର ହେବ ଲାଇଡିଟେକସନ୍ ଟେଷ୍ଟ

ଗତ ବୁଧବାର ଦିନ ପାୱାର ଚ୍ୟାନେଲକୁ ଚିନ୍ମୟୀ ଡେଇଁ ପଡ଼ିଥିଲେ। ଗୁରୁବାର ଦିନ ଚିନ୍ମୟୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

chinmayee shaoo

chinmayee shaoo

Advertisment

ବୁର୍ଲା ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲାରେ ସହପାଠୀ ପ୍ରୀତିମାନଙ୍କ ଦେଙ୍କର ଆଜି ହେବ ଲାଇଡିଟେକ୍ସନ ଟେଷ୍ଟ। ପ୍ରୀତିମାନଙ୍କ ସହ ତାଙ୍କ ସହଯୋଗୀ ମାନସ ଟୁଡୁଙ୍କର ମଧ୍ୟ ଲାଇ ଡିଟେକ୍ସନ ଟେଷ୍ଟ କରାଯିବ। ଏଥିପାଇଁ ଉଭୟଙ୍କୁ ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ପୁଲିସ ଟିମ୍ ଭୁବନେଶ୍ୱର ସ୍ଥିତ ଫୋରେନସିକ୍ ଲ୍ୟାବକୁ ଆଣିଛି। ଆଜି ସେମାନଙ୍କର ଲାଇଡିଟେକ୍ସନ ଟେଷ୍ଟ କରାଯିବ। ସେମାନେ ଘଟଣା ସମ୍ପର୍କରେ ସତ କହୁଛନ୍ତି ନା ମିଛ କହୁଛନ୍ତି ଏହି ଟେଷ୍ଟରେ ଜଣାପଡ଼ିବ।

Advertisment

 ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ଘଟଣାରେ ପୁଲିସର ୩ଟିମ୍‌ ଛାନଭିନ୍ ଜାରି ରଖିଛି। ଭୁବନେଶ୍ୱର ବିଜେବି ନଗରରେ ଚିନ୍ମୟୀ ରହୁଥିବା ଭଡ଼ା ଘରେ ପହଞ୍ଚି ବୁର୍ଲା ପୁଲିସ ଟିମ୍‌ ତନାଘନା କରିଛି।

ସୂଚନାଯୋଗ୍ୟ, ଗତ ବୁଧବାର ଦିନ ପାୱାର ଚ୍ୟାନେଲକୁ ଚିନ୍ମୟୀ ଡେଇଁ ପଡ଼ିଥିଲେ। ଗୁରୁବାର ଦିନ ଚିନ୍ମୟୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଚିନ୍ମୟୀଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଚିନ୍ମୟୀଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। 

Advertisment
Sambalpur Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe