note
ସମ୍ବଲପୁର (ଓଡ଼ିଶା ରିପୋର୍ଟର) ସମ୍ବଲପୁରରେ ଜାଲ୍ ନୋଟ କାରବାର। ୧୩ ଲକ୍ଷ ୮୫ ହଜାର ଟଙ୍କାର ଜାଲ୍ ନୋଟ ଜବତ କରିଛି ପୁଲିସ । ଏଥିରେ ରହିଛି ୬୦୦ଟି ଦୁଇ ହଜାର ଟଙ୍କିଆ ନୋଟ, ୩୬୨ଟି ୫ ଶହ ଟଙ୍କିଆ ନୋଟ ଓ ୪୪ଟି ଶହେ ଟଙ୍କିଆ ନୋଟ । ଏଥିରେ ସଂପୃକ୍ତ ଥିବା ଅଭିଯୋଗରେ ୬ ଜଣଙ୍କୁ ଗିରଫ କରାଯାଇଥିବାବେଳେ ସେମାନଙ୍କ ପାଖରୁ ଟଙ୍କା ଛାପିବା ମେସିନ, କାଗଜ ଓ ଅନ୍ୟ ସାମଗ୍ରୀ ଜବତ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣଙ୍କ ଘର ବରଗଡ଼ ଜିଲ୍ଲାରେ ହୋଇଥିବାବେଳେ ମୁଖ୍ୟ ୨ ଅଭିଯୁକ୍ତଙ୍କ ଘର ଛତିଶଗଡ଼ର ରାୟଗଡ଼ରେ ।
ଚା ପିଇବା ପରେ ଜାଲ୍ ଦେବାକୁ ନେଇ ଝଗଡ଼ା ହେବାରୁ ଘଟଣା ଥାନାରେ ପହଞ୍ଚିଥିଲା । ପୁଲିସ ଏହାର ତଦନ୍ତ କରୁ କରୁ ଜାଲ୍ ନୋଟ କାରବାରର ପର୍ଦ୍ଦାଫାସ ହୋଇଥିଲା । ସମ୍ବଲପୁରରେ ଜାଲ ନୋଟ କାରବାର ଛତିଶଗଡ଼ରୁ ଅପରେଟ୍ ହେଉଥିବା ଜଣାପଡ଼ିଥିଲା ।
ଏନେଇ ଅଧିକ ତଦନ୍ତରୁ ଜଣାପଡ଼ିଥିଲା ଯେ, ଛତିଶଗଡ଼ର ରାୟଗଡ଼ରେ ଟଙ୍କା ଛପା ଯାଇ ଏଠାକୁ ଆସୁଥିଲା । ଏନେଇ ଚଢ଼ଉ ପରେ ୬ ଜଣଙ୍କୁ ଗିରଫ କରାଯାଇଛି। ଏହାପରେ ସେମାନଙ୍କ ଆକାଉଣ୍ଟକୁ ଅଚଳ କରି ଦିଆଯାଇଛି । ତେବେ ସମସ୍ତଙ୍କୁ କୋର୍ଟରେ ହଜାର ପରେ ରିମାଣ୍ଡରେ ଆଣିବାକୁ ସମ୍ବଲପୁର ପୁଲିସ ଯୋଜନା କରିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2018/12/note.jpg)