Advertisment

ପାୱାର ଚ୍ୟାନେଲକୁ ଡେଇଁଥିବା ଭିସୁଟ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ପାୱାର ଚ୍ୟାନେଲକୁ ଡେଇଁ ଗତକାଲିଠୁ ନିଖୋଜ ଥିବା ବୁର୍ଲା ଭିସୁଟ ଛାତ୍ରୀଙ୍କ ମୃତଦେହ ଆଜି ଠାବ ହୋଇଛି। ଅଗ୍ନିଶମ କର୍ମଚାରୀ ଗତକାଲି ରାତିରୁ ଖୋଜାଖୋଜି ଆରମ୍ଭ କରିଥିବା ବେଳେ ଆଜି ପୂର୍ବାହ୍ନ ପ୍ରାୟ ୯ଟା ପରେ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତଦେହକୁ ଠାବ କରିଛନ୍ତି।

DeadBody Found

DeadBody Found

Advertisment

ପାୱାର ଚ୍ୟାନେଲକୁ ଡେଇଁ ଗତକାଲିଠୁ ନିଖୋଜ ଥିବା ବୁର୍ଲା ଭିସୁଟ ଛାତ୍ରୀଙ୍କ ମୃତଦେହ ଆଜି ଠାବ ହୋଇଛି। ଅଗ୍ନିଶମ କର୍ମଚାରୀ ଗତକାଲି ରାତିରୁ ଖୋଜାଖୋଜି ଆରମ୍ଭ କରିଥିବା ବେଳେ ଆଜି ପୂର୍ବାହ୍ନ ପ୍ରାୟ ୯ଟା ପରେ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତଦେହକୁ ଠାବ କରିଛନ୍ତି। ମୃତଦେହକୁ ବୁର୍ଲା ମେଡିକାଲକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି।

Advertisment

ଚିନ୍ମୟୀ ନିଖୋଜ ହେବା ନେଇ ଗତ ରାତିରେ ଭିସୁଟ ରେଜିଷ୍ଟାର ଫୋନ୍‌ କରି ସମ୍ବଲପୁର ଥାନାକୁ ଅବଗତ କରିଥିଲେ। ଏହାପରେ ଅଗ୍ନିଶମ ବାହିନୀ ସହାୟତାରେ ପୁଲିସ୍‌ ଖୋଜାଖୋଜି ଆରମ୍ଭ କରିଥିଲା। ମାତ୍ର ଅନ୍ଧାର ମଧ୍ୟରେ ଖୋଜାଖୋଜି ସମ୍ଭବ ନ ହେବାରୁ ଆଜି ସକାଳୁ ପୁଣି ଖୋଜାଖୋଜି ଆରମ୍ଭ ହୋଇଥିଲା। ଘଟଣାସ୍ଥଳରେ ଭିସୁଟର ବରିଷ୍ଠ ଅଧିକାରୀଙ୍କ ସମେତ ଚିନ୍ମୟୀଙ୍କ ପରିବାର ଲୋକେ, ଏସଡିପିଓ ପ୍ରମୁଖ ଉପସ୍ଥିତ ଥିଲେ। ଅଗ୍ନିଶମ କର୍ମଚାରୀ ଦୀର୍ଘ ସମୟ ଖୋଜାଖୋଜି କରିବା ପରେ ପାୱାର ଚ୍ୟାନେଲରୁ ଚିନ୍ମୟୀଙ୍କ ମୃତଦେହ ଉଦ୍ଧାର କରିଛନ୍ତି।

ଚିନ୍ମୟୀ ଚଳିତ ବର୍ଷ ଭିସୁଟରୁ ଆଇଟି ଟ୍ରେଡରେ ବିଟେକ୍‌ ପାସ୍‌ କରିଛନ୍ତି। କ୍ୟାମ୍ପସ୍‌ ସିଲେକସନ୍‌ରେ ସେ ଚାକିରି ବି ପାଇ ସାରିଛନ୍ତି। ଏବେ ସେ ହଷ୍ଟେଲରେ ରହୁ ନ ଥିବା ବେଳେ ଗତକାଲି ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାକୁ ସମ୍ବଲପୁରରେ ପହଞ୍ଚିଥିଲେ। ସେଠାରେ ଅତିଥିଙ୍କଠାରୁ ସାର୍ଟିଫିକେଟ ବି ଗ୍ରହଣ କରିଥିଲେ । ଏହାପରେ କାଲି ରାତିରେ ବସ୍‌ରେ ସେ ନିଜ ଘର କଳାହାଣ୍ଡିକୁ ଚାଲି ଯାଇଥାନ୍ତେ।

Advertisment

ମାତ୍ର ତା’ ପୂର୍ବରୁ ପାୱାର ଚ୍ୟାନେଲ ବ୍ରିଜକୁ ଚିନ୍ମୟୀ ନିଜ ସହପାଠୀଙ୍କ ସହିତ ଯାଇଥିବା ବେଳେ ସେଠାରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହା ପରେ ସେ ବ୍ରିଜ ଉପରୁ ତଳକୁ ଡେଇଁ ପଡ଼ିଥିଲେ । ଆଜି ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ଝିଅର ଅଚାନକ ମୃତ୍ୟୁରେ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି।

ଭିସୁଟ ରେଜିଷ୍ଟାରଙ୍କ ଅଭିଯୋଗ ଅନୁଯାୟୀ ପ୍ରଥମେ ଏନେଇ ନିଖୋଜ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା। ମୃତଦେହ ଠାବ ହୋଇସାରିଛି। ଏହାପରେ ପରିବାର ଲୋକେ ଅଭିଯୋଗ କଲେ, ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ହେବ ।

Sambalpur Deadbody Missing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe