Advertisment

ଦୀପାଳିଙ୍କ ଆକାଉଣ୍ଟରୁ ଦେଢ ଲକ୍ଷ ଟଙ୍କା ନେଇଗଲେ ସାଇବର ଠକ

ନବ ଦାସଙ୍କ ଝିଅ ଆକାଉଣ୍ଟରୁ ଦେଢ ଲକ୍ଷ ଟଙ୍କା ନେଇଗଲେ ସାଇବର ଠକ। ପୁଲିସ ଦୀପାଳିଙ୍କ ଏତଲାକୁ ଗ୍ରହଣ କରି ଘଟଣାର ତଦନ୍ତ କରୁଛି ।

author-image
Tapaswini Nayak
Dipali Das

Dipali Das

ସାଇବର ଠକେଇର ଶିକାର ହୋଇଛନ୍ତି ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ। ତାଙ୍କ ଆକାଉଣ୍ଟରୁ ଦେଢ ଲକ୍ଷ ଟଙ୍କା କଟି ଯାଇଛି। ଏ ନେଇ ଦୀପାଳି ସମ୍ବଲପୁରର ଅଇଁଠାପାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Advertisment

ସେ ଲିଖିତ ଅଭିଯୋଗ କରିଛନ୍ତି ଯେ, ତାଙ୍କ ମୋବାଇଲକୁ ଏକ ମେସେଜ ଆସିଥିଲା। ଯାହାକି ଏକ ଓଟିପି ନମ୍ବର ଥିଲା। ସେ କିନ୍ତୁ ଏହି ଓଟିପିକୁ କାହା ସହ ସେୟାର କରିନାହାନ୍ତି। ପରେ କିନ୍ତୁ ଦୁଇଟି ଟ୍ରାଞ୍ଜାକସନରେ ପ୍ରଥମେ ଲକ୍ଷେ ପରେ ୫୦ ହଜାର ଟଙ୍କା ଟ୍ରାଞ୍ଜାକସନ ହୋଇଛି। ଟଙ୍କା କଟିବା ପରେ ତାଙ୍କ ମୋବାଇଲକୁ ମେସେଜ ଆସିଥିଲା। ଏହା ଦେଖି ସେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ପରେ ବ୍ୟାଙ୍କ ଆକାଉଣ୍ଟର ନେଣଦେଣ ରିପୋର୍ଟ ଦେଖିବା ପରେ ଥାନାରେ ଏତଲା ଦେଇଛନ୍ତି। ଯେଉଁଥିରେ ସେ ବ୍ୟାଙ୍କ ଆକାଉଣ୍ଟର ନେଣଦେଣ ରିପୋର୍ଟକୁ ମଧ୍ୟ ଦେଇଛନ୍ତି। ପୁଲିସ ଦୀପାଳିଙ୍କ ଏତଲାକୁ ଗ୍ରହଣ କରି ଘଟଣାର ତଦନ୍ତ କରୁଛି ।

ସମ୍ବଲପୁର ମୋଦୀପଡା ହେଉଛି ଦୀପାଳିଙ୍କ ପୈତୃକ ଘର। ଅଇଁଠାପାଲିରେ ତାଙ୍କର ଆଇସିଆଇସିଆଇ ବ୍ୟାଙ୍କର ଆକାଉଣ୍ଟ ଥିଲା। ସେହି ଆକାଉଣ୍ଟରୁ ଦେଢ଼ ଲକ୍ଷ ଟଙ୍କା କଟିଯାଇଥିଲା।

Advertisment
BjD Sambalpur Cyber Loot