Advertisment

ପାଓ୍ୱାର ଚ୍ୟାନେଲରେ ଭାସିଗଲେ ଇଞ୍ଜିନିୟରିଂ ଛାତ୍ର

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ସାଙ୍ଗମାନଙ୍କ ସହ ବୁର୍ଲା ପାଓ୍ୱାର ଚ୍ୟାନେଲକୁ ଗାଧୋଇବାକୁ ଯାଇ ଭାସିଗଲେ ଇଞ୍ଜିନିୟରିଂ ଛାତ୍ର । ନିଖୋଜ ଛାତ୍ରଜଣକ ଭିସୁଟରେ ପଢ଼ୁଥିବା ବେଳେ ତାଙ୍କ ପ୍ରକୃତ ପରିଚୟ ମିଳିପାରିନି। ଆଜି ୧୦- ୧୨ ଜଣ  ଭିସୁଟ ଛାତ୍ର ସାଙ୍ଗ ହୋଇ ଗାଧୋଇବାକୁ ବୁର୍ଲା ପାଓ୍ୱାର ଚ୍ୟାନେଲକୁ ଯାଉଥିଲେ। ସେଠାରେ ଅସାବଧାନତା କାରଣରୁ ଜଣେ ଛାତ୍ର ପାଓ୍ୱାର ଚ୍ୟାନେଲର ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ସେଠାରେ ଥିବା ତାଙ୍କ ସାଙ୍ଗମାନେ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ […]

author-image
Niharika Rout
ପାଓ୍ୱାର ଚ୍ୟାନେଲରେ ଭାସିଗଲେ ଇଞ୍ଜିନିୟରିଂ ଛାତ୍ର

missing

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ସାଙ୍ଗମାନଙ୍କ ସହ ବୁର୍ଲା ପାଓ୍ୱାର ଚ୍ୟାନେଲକୁ ଗାଧୋଇବାକୁ ଯାଇ ଭାସିଗଲେ ଇଞ୍ଜିନିୟରିଂ ଛାତ୍ର । ନିଖୋଜ ଛାତ୍ରଜଣକ ଭିସୁଟରେ ପଢ଼ୁଥିବା ବେଳେ ତାଙ୍କ ପ୍ରକୃତ ପରିଚୟ ମିଳିପାରିନି।

Advertisment

ଆଜି ୧୦- ୧୨ ଜଣ  ଭିସୁଟ ଛାତ୍ର ସାଙ୍ଗ ହୋଇ ଗାଧୋଇବାକୁ ବୁର୍ଲା ପାଓ୍ୱାର ଚ୍ୟାନେଲକୁ ଯାଉଥିଲେ। ସେଠାରେ ଅସାବଧାନତା କାରଣରୁ ଜଣେ ଛାତ୍ର ପାଓ୍ୱାର ଚ୍ୟାନେଲର ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ସେଠାରେ ଥିବା ତାଙ୍କ ସାଙ୍ଗମାନେ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ।

ଖବର ପାଇ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଲୋକ ଗହଳି ହୋଇଛି।

Advertisment