ରେଢ଼ାଖୋଲ (ରମାକାନ୍ତ ମହାନନ୍ଦ): ଗୋଟିଏ ପଟେ ଝିଅ ନିଜ ନୂଆ ସଂସାର ଗଢ଼ୁଥିବା ବେଳେ ଆଉ ଗୋଟିଏ ପଟେ ଉଜୁଡ଼ିଗଲା ମା’ର ସଂସାର। ଝିଅ ବାହାଘର ଦିନ ହିଁ ଚାଲିଗଲା ବାପାର ଜୀବନ। ଝିଅ ବିବାହର ହୋମ ନିଆଁ ଜଳିବାର କିଛି ସମୟ ପରେ ଜଳିଲା ବାପାର ଚିତା। ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ସମ୍ୱଲପୁର ଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ ଡଙ୍ଗାପାଳର ଗାଁରେ।
ରବିବାର ଗାଁର ଦୁର୍ଯ୍ୟୋଧନ ନାୟକ ଓ ସୁଶୀଳା ନାୟକଙ୍କ ଝିଅର ବାହାଘର ପାଇଁ ସବୁକିଛି ପ୍ରସ୍ତୁତ ସରିଥିଲା। ବନ୍ଧୁବାନ୍ଧବଙ୍କ କୋଳାହଳରେ ପୂରା ପରିବେଶ ଫାଟି ପଡ଼ୁଥିଲା । ତେବେ ବରଯାତ୍ରୀ ଘରେ ପହଞ୍ଚିବା ପୂର୍ବରୁ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ ଦୁର୍ଯ୍ୟୋଧନ। ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ବିଧିରବିଧାନର କିଛି ଅଲଗା ଥିଲା। ଡାକ୍ତରଖାନାରେ ହିଁ ଚାଲିଗଲା ଦୁର୍ଯ୍ୟୋଧନଙ୍କ ଜୀବନ।
[caption id="attachment_621674" align="alignnone" width="650"] ଝିଅ ବିବାହ ପାଇଁ ସଜା ହୋଇଥିବା ବେଦୀ।[/caption]
ଅନ୍ୟପକ୍ଷରେ ବାହାଘର ପାଇଁ ବରଯାତ୍ରୀ ପହଞ୍ଚି ସାରିଥିଲା ଦୁର୍ଯ୍ୟୋଧନଙ୍କ ଘରେ। ତେଣୁ ଦୁର୍ଯ୍ୟୋଧନଙ୍କ ମୃତ୍ୟୁ ଖବର ତାଙ୍କ ଘରକୁ ଦିଆଯାଇ ନଥିଲା। ବାହାଘର ସରି ଝିଅ ବିଦା ହେବା ପରେ ଘରକୁ ଆସିଥିଲା ଦୁର୍ଯ୍ୟୋଧନଙ୍କ ମୃତଦେହ। ଫଳରେ ହସଖୁସିରେ ଫାଟି ପଡ଼ୁଥିବା ପରିବେଶରେ ହଠାତ ଦୁଃଖର କଳାବାଦଲ ଘୋଟି ଯାଇଥିଲା।
[caption id="attachment_621679" align="aligncenter" width="650"] ଝିଅର ବିବାହ ପରେ ଜଳିଲା ବାପାର ଚିତା[/caption]
ମଥାରେ ସିନ୍ଦୁର, ହାତରେ ଶଙ୍ଖା ଲଗାଇ ଝିଅ ଘରୁ ଗୋଡ଼ କାଢ଼ି ନିଜ ନୂଆ ସଂସାରରେ ପାଦ ଦେବାକୁ ଯିବା ପରେ ମଶାଣିରେ ଜୁଇରେ ବାପା ସବୁଦିନ ପାଇଁ ସଂସାରରୁ ବିଦାୟ ନେଲେ। ଫଳରେ ଝିଅ ଶେଷ ଥର ପାଇଁ ନିଜ ବାପାକୁ ଦେଖିପାରିଲାନି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।