Advertisment

ବିବାହ ବେଦୀରେ ଝିଅ, ମେଡିକାଲରେ ଗଲା ବାପାର ଜୀବନ

ରେଢ଼ାଖୋଲ (ରମାକାନ୍ତ ମହାନନ୍ଦ):  ଗୋଟିଏ ପଟେ ଝିଅ ନିଜ ନୂଆ ସଂସାର ଗଢ଼ୁଥିବା ବେଳେ ଆଉ ଗୋଟିଏ ପଟେ ଉଜୁଡ଼ିଗଲା ମା’ର ସଂସାର। ଝିଅ ବାହାଘର ଦିନ ହିଁ ଚାଲିଗଲା ବାପାର ଜୀବନ। ଝିଅ ବିବାହର ହୋମ ନିଆଁ ଜଳିବାର କିଛି ସମୟ ପରେ ଜଳିଲା ବାପାର ଚିତା। ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ସମ୍ୱଲପୁର ଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ ଡଙ୍ଗାପାଳର ଗାଁରେ। ରବିବାର ଗାଁର ଦୁର୍ଯ୍ୟୋଧନ ନାୟକ ଓ ସୁଶୀଳା […]

ଅଦ୍ୟତନ ହୋଇଛି
ବିବାହ ବେଦୀରେ ଝିଅ, ମେଡିକାଲରେ ଗଲା ବାପାର ଜୀବନ

mrg-1

Advertisment

ରେଢ଼ାଖୋଲ (ରମାକାନ୍ତ ମହାନନ୍ଦ):  ଗୋଟିଏ ପଟେ ଝିଅ ନିଜ ନୂଆ ସଂସାର ଗଢ଼ୁଥିବା ବେଳେ ଆଉ ଗୋଟିଏ ପଟେ ଉଜୁଡ଼ିଗଲା ମା’ର ସଂସାର। ଝିଅ ବାହାଘର ଦିନ ହିଁ ଚାଲିଗଲା ବାପାର ଜୀବନ। ଝିଅ ବିବାହର ହୋମ ନିଆଁ ଜଳିବାର କିଛି ସମୟ ପରେ ଜଳିଲା ବାପାର ଚିତା। ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ସମ୍ୱଲପୁର ଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ ଡଙ୍ଗାପାଳର ଗାଁରେ।

Advertisment

ରବିବାର ଗାଁର ଦୁର୍ଯ୍ୟୋଧନ ନାୟକ ଓ ସୁଶୀଳା ନାୟକଙ୍କ ଝିଅର ବାହାଘର ପାଇଁ ସବୁକିଛି ପ୍ରସ୍ତୁତ ସରିଥିଲା। ବନ୍ଧୁବାନ୍ଧବଙ୍କ କୋଳାହଳରେ ପୂରା ପରିବେଶ ଫାଟି ପଡ଼ୁଥିଲା । ତେବେ ବରଯାତ୍ରୀ ଘରେ ପହଞ୍ଚିବା ପୂର୍ବରୁ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ ଦୁର୍ଯ୍ୟୋଧନ। ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ବିଧିରବିଧାନର କିଛି ଅଲଗା ଥିଲା। ଡାକ୍ତରଖାନାରେ ହିଁ ଚାଲିଗଲା ଦୁର୍ଯ୍ୟୋଧନଙ୍କ ଜୀବନ।

[caption id="attachment_621674" align="alignnone" width="650"]Marriageଝିଅ ବିବାହ ପାଇଁ ସଜା ହୋଇଥିବା ବେଦୀ।[/caption]

Advertisment

ଅନ୍ୟପକ୍ଷରେ ବାହାଘର ପାଇଁ ବରଯାତ୍ରୀ ପହଞ୍ଚି ସାରିଥିଲା ଦୁର୍ଯ୍ୟୋଧନଙ୍କ ଘରେ। ତେଣୁ ଦୁର୍ଯ୍ୟୋଧନଙ୍କ ମୃତ୍ୟୁ ଖବର ତାଙ୍କ ଘରକୁ ଦିଆଯାଇ ନଥିଲା। ବାହାଘର ସରି ଝିଅ ବିଦା ହେବା ପରେ ଘରକୁ ଆସିଥିଲା ଦୁର୍ଯ୍ୟୋଧନଙ୍କ ମୃତଦେହ। ଫଳରେ ହସଖୁସିରେ ଫାଟି ପଡ଼ୁଥିବା ପରିବେଶରେ ହଠାତ ଦୁଃଖର କଳାବାଦଲ ଘୋଟି ଯାଇଥିଲା।

[caption id="attachment_621679" align="aligncenter" width="650"]Marriageଝିଅର ବିବାହ ପରେ ଜଳିଲା ବାପାର ଚିତା[/caption]

ମଥାରେ ସିନ୍ଦୁର, ହାତରେ ଶଙ୍ଖା  ଲଗାଇ ଝିଅ ଘରୁ ଗୋଡ଼ କାଢ଼ି ନିଜ ନୂଆ ସଂସାରରେ ପାଦ ଦେବାକୁ ଯିବା ପରେ ମଶାଣିରେ ଜୁଇରେ ବାପା ସବୁଦିନ ପାଇଁ ସଂସାରରୁ ବିଦାୟ ନେଲେ।  ଫଳରେ ଝିଅ ଶେଷ ଥର ପାଇଁ ନିଜ ବାପାକୁ ଦେଖିପାରିଲାନି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe