Advertisment

ନିଆଁ ଲିଭାଇବାକୁ ଯାଇ ନିଆଁ କବଳରେ ପଡ଼ିଗଲେ ୪ ଅଗ୍ନିଶମ କର୍ମଚାରୀ

ଚାଉଁରପୁର ଅଞ୍ଚଳର ଏକ ଦୋକାନରେ ନିଆଁ ଲାଗିବାରୁ ଗତକାଲି ରାତି ପ୍ରାୟ ୩ଟା ପରେ ଅଗ୍ନିଶମ ବିଭାଗ ନିକଟକୁ ଫୋନ୍‌ ଆସିଥିଲା।  ଅଗ୍ନିଶମ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ।

GAS

GAS

Advertisment

ନିଆଁ ଲିଭାଇବାକୁ ଯାଇ ନିଆଁ କବଳରେ ପଡ଼ିଗଲେ ୪ ଅଗ୍ନିଶମ କର୍ମଚାରୀ। ହଠାତ୍‌ ଏକ ଗ୍ୟାସ୍‌ ସିଲିଣ୍ଡର ଫାଟିବାରୁ ନିଆଁରେ ପୋଡ଼ି ହୋଇ ୪ ଅଗ୍ନିଶମ କର୍ମଚାରୀ ଗୁରୁତର ହୋଇଛନ୍ତି । ଏପରି ଦୁଃଖଦ ଘଟଣା ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ଜିଲ୍ଲା ଚାଉଁରପୁର ଅଞ୍ଚଳରେ ଘଟିଛି।

Advertisment

 ଚାଉଁରପୁର ଅଞ୍ଚଳର ଏକ ଦୋକାନରେ ନିଆଁ ଲାଗିବାରୁ ଗତକାଲି ରାତି ପ୍ରାୟ ୩ଟା ପରେ ଅଗ୍ନିଶମ ବିଭାଗ ନିକଟକୁ ଫୋନ୍‌ ଆସିଥିଲା।  ଅଗ୍ନିଶମ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ।

ଦୋକାନରେ ଲାଗିଥିବା ନିଆଁ ଲିଭାଇବାକୁ କର୍ମଚାରୀ ପ୍ରୟାସରତ ଥିବା ବେଳେ ତାହା ଭିତରେ ଥିବା ଏକ ଗ୍ୟାସ୍‌ ଟାଙ୍କି ହଠାତ୍‌ ବିସ୍ଫୋରଣ ହୋଇଥିଲା। ଫଳରେ ନିଆଁ ଲିଭା କାମରେ ନିୟୋଜିତ ଥିବା ୪ କର୍ମଚାରୀ ଗୁରୁତର ହୋଇ ପଡ଼ିଛନ୍ତି।

Advertisment

ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ପ୍ରଥମେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ୨ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଜଣଙ୍କର ଚିକିତ୍ସା ବୁର୍ଲା ମେଡିକାଲରେ ହେଉଥିବା ବେଳେ ଆଉ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି।

Sambalpur Fire Mishap
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe