Advertisment

ବିଦ୍ୟୁତ୍‌ କର୍ମଚାରୀ ସାଜି ଗାଁରେ ପଶିଲେ, ଲାଇନ୍‌ କାଟିବାର ଭୟ ଦେଖାଇ ଟଙ୍କା ଲୁଟିଲେ

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ବିଦ୍ୟୁତ୍‌ ବିଭାଗର କର୍ମଚାରୀ ବୋଲି ପରିଚୟ ଦେଇ ଗାଁରେ ପଶିଲେ। ବିଲ୍‌ ପଇଠ ନ କଲେ ବିଦ୍ୟୁତ୍‌ ସଂଯୋଗ କାଟି ଦେବାର ଧମକ ଦେଲେ। ଆଉ ନିରୀହ ଆଦିବାସୀଙ୍କଠାରୁ ୨ ହଜାର ଟଙ୍କା ଲେଖାଏ ଆଦାୟ କରି ଚମ୍ପଟ ମାରିଲେ। ତେବେ ପରେ ବିଦ୍ୟୁତ୍‌ ବିଭାଗ କର୍ମଚାରୀ ଗାଁକୁ ଆସିବା ପରେ ଏଭଳି ଏକ ଠକେଇ ଘଟିଥିବା ଜଣାପଡ଼ିଥିଲା। ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ କିସିଣ୍ଡା ଥାନା ଅନ୍ତର୍ଗତ ବଲାଟ […]

ଅଦ୍ୟତନ ହୋଇଛି
ବିଦ୍ୟୁତ୍‌ କର୍ମଚାରୀ ସାଜି ଗାଁରେ ପଶିଲେ, ଲାଇନ୍‌ କାଟିବାର ଭୟ ଦେଖାଇ ଟଙ୍କା ଲୁଟିଲେ

bb

Advertisment

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ବିଦ୍ୟୁତ୍‌ ବିଭାଗର କର୍ମଚାରୀ ବୋଲି ପରିଚୟ ଦେଇ ଗାଁରେ ପଶିଲେ। ବିଲ୍‌ ପଇଠ ନ କଲେ ବିଦ୍ୟୁତ୍‌ ସଂଯୋଗ କାଟି ଦେବାର ଧମକ ଦେଲେ। ଆଉ ନିରୀହ ଆଦିବାସୀଙ୍କଠାରୁ ୨ ହଜାର ଟଙ୍କା ଲେଖାଏ ଆଦାୟ କରି ଚମ୍ପଟ ମାରିଲେ। ତେବେ ପରେ ବିଦ୍ୟୁତ୍‌ ବିଭାଗ କର୍ମଚାରୀ ଗାଁକୁ ଆସିବା ପରେ ଏଭଳି ଏକ ଠକେଇ ଘଟିଥିବା ଜଣାପଡ଼ିଥିଲା। ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ କିସିଣ୍ଡା ଥାନା ଅନ୍ତର୍ଗତ ବଲାଟ ଗାଁରେ।

Advertisment

ଗତ ଜାନୁଆରୀ ୨୪ ତାରିଖରେ ୨ ଜଣ ଯୁବକ ଗାଁକୁ ଆସିଥିଲେ। ନିଜକୁ ବିଦ୍ୟୁତ୍ ବିଭାଗ କର୍ମଚାରୀ କହି ବିଲ୍ ପଇଠ ନ କଲେ ବିଦ୍ୟୁତ୍ ସଂଯୋଗ କାଟି ଦେବେ ବୋଲି ଲୋକଙ୍କୁ ଧମକ ଦେଇଥିଲେ। ଏହାପରେ ନକଲି ବିଲ୍ ଦେଇ ଘର ପିଛା ୨ ହଜାର ଟଙ୍କା ଲେଖାଏଁ ନେଇ ପଳାଇଥିଲେ।

ବିଦ୍ୟୁତ୍‌ ବିଭାଗ କର୍ମଚାରୀ ବିଲ୍ ସଂଗ୍ରହ ପାଇଁ ଗାଁକୁ ଯିବା ପରେ ଗାଁ ଲୋକେ ଠକେଇର ସମ୍ମୁଖିନ ହୋଇଥିବା ଜଣାପଡ଼ିଥିଲା।  ଗାଁ ଲୋକେ ମୋବାଇଲରେ ଉକ୍ତ ଦୁଇ ଠକଙ୍କ ଫଟୋ ଉଠାଇ ରଖିଥିଲେ। ଏହାକୁ ନେଇ ଘଟଣାର ତଦନ୍ତ କରାଯାଉଛି ବୋଲି କହିଛନ୍ତି ବିଦ୍ୟୁତ୍‌ ବିଭାଗର ସ୍ଥାନୀୟ ଏସ୍‌ଡିଓ।

Advertisment

ସୂଚନାଯୋଗ୍ୟ, କେବଳ ଏହି ଗାଁ ନୁହେଁ, ଚଳିତ ମାସ ପ୍ରଥମ ସପ୍ତାହରେ ରେଢ଼ାଖୋଲ ଥାନା ଅଞ୍ଚଳର ଚାରବାଟୀ ଓ କାଣ୍ଡତଇଲା ଅଞ୍ଚଳରୁ ମଧ୍ୟ ସମାନ ଢଙ୍ଗରେ ଠକେଇ ହୋଇଥିବା ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe