Advertisment

ବାମରା ଷ୍ଟେସନରେ ରେଳରୋକ୍, ରେଳ ଲାଇନ୍‌ ଉପରେ ବସିଛନ୍ତି ଶତାଧିକ ଲୋକ

ସକାଳ ୬ଟାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରେଳରୋକ ଆନ୍ଦୋଳନକୁ ଓହ୍ଲାଇଛି।

author-image
Niranjan Mishra
ଅଦ୍ୟତନ ହୋଇଛି
protestors stage rail roko

protestors stage rail roko

ସମ୍ବଲପୁର ବାମରା ଷ୍ଟେସନରେ ରେଳରୋକ୍। ସକାଳ ୬ଟାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରେଳରୋକ ଆନ୍ଦୋଳନକୁ ଓହ୍ଲାଇଛି ବାମରା ରେଳ କ୍ରିୟାନୁଷ୍ଠାନ କମିଟି। ଆନ୍ଦୋଳନକାରୀମାନେ ବାମରା ଷ୍ଟେସନରେ ରେଳରୋକ କରିବା ସହ ବାମରା ବନ୍ଦ ପାଳନ କରୁଛନ୍ତି। କରୋନା ସମୟରେ ରେଳ ସେବା ବନ୍ଦ ଥିବା ବେଳେ, କରୋନା କଟକଣା ସ୍ୱାଭାବିକ ପରେ ବାମରା ଠାରେ ମାତ୍ର ୩ଟି ଟ୍ରେନ୍ ରହୁଛି। ପୂର୍ବରୁ ଏଠାରେ ରହୁଥିବା ୧୨ଟି ଟ୍ରେନର ରହଣୀକୁ ହଟାଇ ଦିଆଯାଇଛି। ପୂର୍ବରୁ ଏ ନେଇ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କେହି ନଶୁଣିବାରୁ ଏହାର ପ୍ରତିବାଦରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ଆନ୍ଦୋଳନ କରାଯାଉଛି। ଏସମସ୍ତ ଟ୍ରେନ୍‌ ରହଣି ପାଇଁ ଦାବି କରାଯାଇଛି।

Advertisment

ଶତାଧିକ ମହିଳା ପୁରୁଷ ଏକ ରାଲିରେ ଆସି ରେଳ ଧାରଣା ଉପରେ ଧାରଣାରେ ବସିଛନ୍ତି। ରହଣି ବାତିଲ୍ ହୋଇଥିବା ୬ଟି ଟ୍ରେନର ପୁନଃରହଣି, ୪ ଗୋଟି ପୁରୁଣା ଟ୍ରେନ ଓ ୨ ଗୋଟି ନୂତନ ଟ୍ରେନର ରହଣୀ ଦାବୀ କରିଛନ୍ତି ଆନ୍ଦୋଳନକାରୀ। ରହଣି ଦାବି ହେଉଥିବା ଟ୍ରେନ୍‌ଗୁଡ଼ିକ ହେଲା, ଧାନବାଦ ଏଲିପି ଏକ୍ସପ୍ରେସ, ଟାଟା ଏର୍ଣ୍ଣାକୁଲମ ଏକ୍ସପ୍ରେସ, ହାୱାଡା ଟିଟିଲାଗଡ଼ ସୁପରଫାଷ୍ଟ ଇସ୍ପାତ ଏକ୍ସପ୍ରେସ, ସମ୍ବଲପୁର ଜମ୍ବୁତାବି ମୁରି ଏକ୍ସପ୍ରେସ, ହାୱାଡା କୁର୍ଲା ଏକ୍ସପ୍ରେସ, ଟାଟା ବିଲାସପୁର ଏକ୍ସପ୍ରେସ, ପୁରୀ ଯୋଗ ନଗରୀ ଋଷିକେଶ ଉତ୍କଳ ଏକ୍ସପ୍ରେସ, ରାଉରକେଲା ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ, ରାଜେନ୍ଦ୍ର ନଗର ଦୁର୍ଗ ଏକ୍ସପ୍ରେସ, ହାୱାଡା-ଅହମଦାବାଦ ସୁପରଫାଷ୍ଟ ଇସ୍ପାତ ଏକ୍ସପ୍ରେସ, ରାଉରକେଲା ଜଗଦଲପୁର କୋରାପୁଟ ଏକ୍ସପ୍ରେସ, ସମ୍ବଲପୁର ବନାରସ ଏକ୍ସପ୍ରେସ।

ଆନ୍ଦୋଳନରେ ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିବାରୁ ଘଟଣା ସ୍ଥଳରେ ରେଳ ବିଭାଗ ପକ୍ଷରୁ ଝାରସୁଗୁଡା ଏଆରଏମ, ଚକ୍ରଧରପୁର ଏସିଏମ ଓ ଏଓଏମ ଉପସ୍ଥିତ ଅଛନ୍ତି। ଏହାଛଡ଼ା ୨ ପ୍ଲାଟୁନ ଜିଆରପି, ୨ପ୍ଲାଟୁନ ଆରପିଏଫ ସହିତ ସ୍ଥାନୀୟ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।

Advertisment
Strike Railway Train