Advertisment

ୟୁ-ଟ୍ୟୁବରୁ ମାଲାମାଲ ଇସାକ୍ ମୁଣ୍ଡା

ସମ୍ବଲପୁର (ସଞ୍ଜୟ ଜେନା) ଇସାକ୍ ମୁଣ୍ଡା ଇଟିଙ୍ଗ୍ । ସମ୍ବଲପୁର ଜିଲ୍ଲା ଯୁଜୁମୁରା ବାବୁପାଲି ଗାଁର ଜଣେ ଆଦିବାସୀ ଯୁବକଙ୍କ ଏହି ୟୁଟ୍ୟୁୟବ୍ ଚ୍ୟାନେଲ୍ ଏତେ ଲୋକପ୍ରିୟ ହୋଇଯାଇଛି ଯେ, ଏବେ ସବୁଠି ତାଙ୍କରି ଚର୍ଚ୍ଚା  । ହେଲେ ରୋଚକ କଥା ହେଉଛି, ଇସାକ୍ ସେଭଳି କିଛି ଅଭିନବ ବା ଅସାଧାରଣ କାମର ଭିଡିଓ କରୁନାହାନ୍ତି  । ତଥାପି ତାଙ୍କର ପ୍ରତିଟି ଭିଡିଓକୁ ଦେଖୁଛନ୍ତି ଲକ୍ଷାଧିକ ଲୋକ ।  ଦିନେ ପରଘରେ ମୂଲ ଲାଗୁଥିବା ଯୁବକ, କିଭଳି […]

ଅଦ୍ୟତନ ହୋଇଛି
ୟୁ-ଟ୍ୟୁବରୁ ମାଲାମାଲ ଇସାକ୍ ମୁଣ୍ଡା

670

Advertisment

ସମ୍ବଲପୁର (ସଞ୍ଜୟ ଜେନା) ଇସାକ୍ ମୁଣ୍ଡା ଇଟିଙ୍ଗ୍ । ସମ୍ବଲପୁର ଜିଲ୍ଲା ଯୁଜୁମୁରା ବାବୁପାଲି ଗାଁର ଜଣେ ଆଦିବାସୀ ଯୁବକଙ୍କ ଏହି ୟୁଟ୍ୟୁୟବ୍ ଚ୍ୟାନେଲ୍ ଏତେ ଲୋକପ୍ରିୟ ହୋଇଯାଇଛି ଯେ, ଏବେ ସବୁଠି ତାଙ୍କରି ଚର୍ଚ୍ଚା  । ହେଲେ ରୋଚକ କଥା ହେଉଛି, ଇସାକ୍ ସେଭଳି କିଛି ଅଭିନବ ବା ଅସାଧାରଣ କାମର ଭିଡିଓ କରୁନାହାନ୍ତି  । ତଥାପି ତାଙ୍କର ପ୍ରତିଟି ଭିଡିଓକୁ ଦେଖୁଛନ୍ତି ଲକ୍ଷାଧିକ ଲୋକ ।  ଦିନେ ପରଘରେ ମୂଲ ଲାଗୁଥିବା ଯୁବକ, କିଭଳି ଇଣ୍ଟରନେଟରେ ଭିଡିଓ ଛାଡ଼ି ପ୍ରଶଂସା ସହ ଲକ୍ଷଲକ୍ଷ ଟଙ୍କା ବି କମାଉଛନ୍ତି।

Advertisment

କଂସାଏ ବାସି ପଖାଳ, ଗୋଟିଏ ପିଆଜ, ଆଉ କଞ୍ଚାଲଙ୍କା। ଗତବର୍ଷ ମାର୍ଚ୍ଚରେ ଏଇ ପଖାଳ ଖିଆ ଭିଡିଓରୁ ଆରମ୍ଭ ହୋଇଥିଲା ସମ୍ବଲପୁର ଯୁଜୁମୁରା ବାବୁପାଲିର ଇସାକ୍ ମୁଣ୍ଡାଙ୍କ ଭିଡିଓ ଯାତ୍ରା ।  ଆଉ  ପରେ ପରେ ମାଛ ମାଂସ ଅଣ୍ଡାଅଠୁ ଆରମ୍ଭ କରି ଜଙ୍ଗଲି ଛତୁ, ନାଲି ଜନ୍ଦା ଓ ଗେଣ୍ଡା ଯାଏଁ ।  ହିନ୍ଦୀ-ସମ୍ବଲପୁରୀ ମିଶା ଭାଷାରେ ଭଳି କି ଭଳି ଦେଶୀ ଗାଉଁଲି ଖାଦ୍ୟର ପ୍ରାୟ ୩ଶହ ଭିଡିଓ କରି ଖାଲି ସଫଳ ୟୁଟ୍ୟୁୟବର୍ ନୁହେଁ, ସ୍ୱଚ୍ଛଳ ବି ପାଲଟିଛନ୍ତି ।

ବିଗତ ଦିନର ଏହି ଗରିବ ଦିନ ମଜୁରିଆ  ଗତବର୍ଷ ଲକଡାଉନ ବେଳେ ପେଟର ଭୋକ ଭୁଲିବାକୁ ବେଳେ ବେଳେ ମୋବାଇଲ୍ ଭିଡିଓ ଦେଖିନେଉଥିଲେ।  ହେଲେ ଭାବିନଥିଲେ, ସେଇ ଭିଡିଓ ହିଁ ତାଙ୍କ ଭାଗ୍ୟ ବଦଳାଇ ଦେବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe