Advertisment

ଜୟଶ୍ରୀ ମିଶ୍ର ହତ୍ୟା ଘଟଣା, ପୁଲିସକୁ ୧୫ ଦିନ ସମୟ ଦେଲେ SDJM କୋର୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟରର): ସମ୍ବଲପୁରର ବହୁ ଚର୍ଚ୍ଚିତ ଜୟଶ୍ରୀ ମିଶ୍ର ହତ୍ୟା ଘଟଣାରେ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ଟାଉନ୍ ଥାନାକୁ ସମ୍ବଲପୁର SDJM ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ହାଇକୋର୍ଟଙ୍କ ଅର୍ଡର ପରେ ସମ୍ବଲପୁର ଏସଡିଜେଏମଙ୍କ କୋର୍ଟ ପକ୍ଷରୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି। ୧୫ ଦିନ ଭିତରେ କୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ SDJM କୋର୍ଟ ପୁଲିସକୁ କହିଛନ୍ତି। ସମ୍ବଲପୁର ନନ୍ଦପଡାର ଜୟଶ୍ରୀ ମିଶ୍ର ନିଜ ବଡ଼ ଝିଅର ବିବାହ କାର୍ଡ ବାଣ୍ଟିବାକୁ ଯାଇ […]

ଜୟଶ୍ରୀ ମିଶ୍ର ହତ୍ୟା ଘଟଣା, ପୁଲିସକୁ ୧୫ ଦିନ ସମୟ ଦେଲେ SDJM କୋର୍ଟ

jayashree

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟରର): ସମ୍ବଲପୁରର ବହୁ ଚର୍ଚ୍ଚିତ ଜୟଶ୍ରୀ ମିଶ୍ର ହତ୍ୟା ଘଟଣାରେ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ଟାଉନ୍ ଥାନାକୁ ସମ୍ବଲପୁର SDJM ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ହାଇକୋର୍ଟଙ୍କ ଅର୍ଡର ପରେ ସମ୍ବଲପୁର ଏସଡିଜେଏମଙ୍କ କୋର୍ଟ ପକ୍ଷରୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି। ୧୫ ଦିନ ଭିତରେ କୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ SDJM କୋର୍ଟ ପୁଲିସକୁ କହିଛନ୍ତି।

Advertisment

ସମ୍ବଲପୁର ନନ୍ଦପଡାର ଜୟଶ୍ରୀ ମିଶ୍ର ନିଜ ବଡ଼ ଝିଅର ବିବାହ କାର୍ଡ ବାଣ୍ଟିବାକୁ ଯାଇ ନିଖୋଜ ହୋଇଥିବା ନେଇ ୨୦୧୧ ମସିହା ଅକ୍ଟୋବର ୧୩ ତାରିଖରେ ଟାଉନ୍ ଥାନାରେ ଅଭିଯୋଗ ହୋଇଥିଲା। ତେବେ ଜୟଶ୍ରୀଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ଝିଅ ବିଜୟିନୀ ୨୦୧୯ ମସିହା ଜୁଲାଇ ମାସରେ ପୁଲିସ ଡିଜିଙ୍କୁ ଚିଠି ଲେଖିବା ପରେ ତତ୍ପର ହୋଇ ଉଠିଥିଲା ସମ୍ବଲପୁର ପୁଲିସ। ଆଉ ସେହି ମାସ ୨୧ ତାରିଖରେ ପୁଣି ଟାଉନ ଥାନାରେ ରୁଜୁ ହେଲା ସାନି ହତ୍ୟା ମାମଲା।

ଦିନକ ପରେ ଅଭିଯୁକ୍ତ ତଥା ସମ୍ପର୍କୀୟ ମଉସା ବସନ୍ତ ପଣ୍ଡାକୁ ପୁଲିସ୍ ଗିରଫ କରିଥିଲା। ପୁଲିସର ସନ୍ଧାନ ପରେ ମାଟି ତଳୁ ମିଳିଥିଲା ଖପୁରୀ ଓ ଶରୀରର ଅନ୍ୟ ଅଂଶବିଶେଷ। ତେବେ ହତ୍ୟାକାଣ୍ଡର କାରଣ ଏ ପର୍ଯ୍ୟନ୍ତ ରହସ୍ୟାବୃତ ହୋଇଛି। ତେଣେ ହତ୍ୟା ଘଟଣାର ଯାଞ୍ଚକୁ ତ୍ୱରାନ୍ୱିତ କରିବା ତଥା ଅସଲ ରହସ୍ୟର ପର୍ଦ୍ଦାଫାଶ କରିବା ଲାଗି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଜୟଶ୍ରୀଙ୍କ ଝିଅ ବିଜୟିନୀ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe