Advertisment

ଆଇନ୍‌ଜୀବୀଙ୍କୁ ସର୍ତ୍ତ ମୂଳକ ଜାମିନ୍‌ ଦେଲେ ହାଇକୋର୍ଟ

ସର୍ତ୍ତ ମୂତାବକ, ଆଇନ୍‌ଜୀବୀମାନେ କୌଣସି ଶୋଭାଯାତ୍ରା ଓ ଧାରଣା ଦେଇପାରିବେ ନାହିଁ। ଠିକ୍‌ ସେହିପରି ଗଣମାଧ୍ୟମରେ ମନ୍ତବ୍ୟ ଦେଇପାରିବେ ନାହିଁ। ଏନେଇ ଏକ ଅଣ୍ଡରଟେକିଂ ଦେବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି।

author-image
Manoranjan Sial
ଅଦ୍ୟତନ ହୋଇଛି
Odisha High court

Odisha High court

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବିରେ ଗିରଫ ହୋଇଥିବା ଓକିଲଙ୍କୁ ମିଳିଛି ଆଶ୍ୱସ୍ତି। ଆନ୍ଦୋଳନ କରି ଗିରଫ ହୋଇଥିବା ସମ୍ବଲପୁରର ସମସ୍ତ ଆଇନଜୀବୀଙ୍କୁ ହାଇକୋର୍ଟରୁ ମିଳିଛି ଜାମିନ। ଏଥିପାଇଁ କୋର୍ଟ କିଛି ସର୍ତ୍ତ ରଖିଛନ୍ତି।

Advertisment

ସର୍ତ୍ତ ମୂତାବକ, ଆଇନ୍‌ଜୀବୀମାନେ କୌଣସି ଶୋଭାଯାତ୍ରା ଓ ଧାରଣା ଦେଇପାରିବେ ନାହିଁ। ଠିକ୍‌ ସେହିପରି ଗଣମାଧ୍ୟମରେ ମନ୍ତବ୍ୟ ଦେଇପାରିବେ ନାହିଁ। ଏନେଇ ଏକ ଅଣ୍ଡରଟେକିଂ ଦେବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି।

ସୂଚନାରୁ ପ୍ରକାଶ, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବି କରି ଆଇନଜୀବୀମାନେ ଦୀର୍ଘ ଦିନ ଧରି ଆନ୍ଦୋଳନ କରିଥିଲେ। ଯେଉଁଥିପାଇଁ କୋର୍ଯ୍ୟ ଚାଲି ପାରୁନଥିଲା। କୋର୍ଟ କାର୍ଯ୍ୟ ଚାଲି ପାରୁନଥିବାରୁ ବନ୍ଦୀ ଜୀବନ କାଟୁଥିବା ଅଭିଯୁକ୍ତମାନେ ଜେଲ୍‌ରୁ ମୁକୁରି ପାରୁନଥିଲେ। ଏନେଇ ହୋଇଥିବା ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ କଡ଼ା ପ୍ରତିକ୍ରିୟା ରଖିଥିଲେ। ଆନ୍ଦୋଳନରତ ଆଇନ୍‌ଜୀବୀଙ୍କୁ କହିଥିଲେ, ତୁରନ୍ତ ଆନ୍ଦୋଳନ ପ୍ରତ୍ୟାହର କର। ଏଥିସହ ରାଜ୍ୟ ସରକାର ଓ ପୁଲିସ୍‌ ଆନ୍ଦୋଳନ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବାରୁ କୋର୍ଟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଯଦି ରାଜ୍ୟ ପୁଲିସ୍‌ ପାରୁନି, ତାହାହେଲେ କେନ୍ଦ୍ରୀୟ ସୁରକ୍ଷା ବଳ ପଠାଇବାକୁ ରାଜି ଥିବା କୋର୍ଟ କହିଥିଲେ।

Advertisment

ସୁପ୍ରିମକୋର୍ଟଙ୍କ ତାଗିଦ ସତ୍ତ୍ୱେ ସମ୍ୱଲପୁରରେ ଆଇନ୍‌ଜୀବୀମାନେ ଆନ୍ଦୋଳନ କରିଥିଲେ। ବିଚାପତିଙ୍କୁ କୋର୍ଟ ଭିତରକୁ ଛାଡ଼ିନଥିଲେ। କୋର୍ଟରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ। ଏହି ମାମଲାରେ ପୁଲିସ୍‌ ଆଇନ୍‌ଜୀବୀଙ୍କୁ ଗିରଫ କରିଥିଲା। ହେଲେ ସେମାନଙ୍କୁ ବେଲ୍‌ ମିଳୁନଥିଲା। ଆଜି ହାଇକୋର୍ଟରୁ ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି।

Sambalpur High Court Bench