Advertisment

ମୋତେ ହତ୍ୟା କରିବା ପାଇଁ ସରକାର ଚକ୍ରାନ୍ତ ଚଳାଇଛନ୍ତି: ଜୟନାରାୟଣ

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ସରକାରୀ ଷଡଯନ୍ତ୍ରକୁ ପଦାରେ ପକାଉଥିବାରୁ ମୋତେ ହତ୍ୟା କରିବା ପାଇଁ ଚକ୍ରାନ୍ତ ଚାଲିଛି। ମୋତେ ରାସ୍ତାରୁ ହଟାଇବାକୁ ରାଜ୍ୟ ସରକାର ଚକ୍ରାନ୍ତ ଚଳାଇଛନ୍ତି। ଆଜି ଏପରି ସାଂଘାତିକ ବୟାନ ଦେଇଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର।

author-image
Tapaswini Nayak
ଅଦ୍ୟତନ ହୋଇଛି
Jayanarayan Mishra

Jayanarayan Mishra

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ସରକାରୀ ଷଡଯନ୍ତ୍ରକୁ ପଦାରେ ପକାଉଥିବାରୁ ମୋତେ ହତ୍ୟା କରିବା ପାଇଁ ଚକ୍ରାନ୍ତ ଚାଲିଛି। ମୋତେ ରାସ୍ତାରୁ ହଟାଇବାକୁ ରାଜ୍ୟ ସରକାର ଚକ୍ରାନ୍ତ ଚଳାଇଛନ୍ତି। ଆଜି ଏପରି ସାଂଘାତିକ ବୟାନ ଦେଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର।

Advertisment

ସେ କହିଛନ୍ତି, ମୋ ଗୋଡ଼ ଭାଙ୍ଗି ଯାଇଥିବାରୁ ମୁଁ ସମ୍ବଲପୁର ସର୍କିଟ ହାଉସରେ କିଛି ଦିନ ହେବ ରହୁଥିଲି। ମୁଁ ଆଜି ସର୍କିଟ ହାଉସରେ ଥିବା ଖବର ପାଇ ବିଜେଡିର ଗୁଣ୍ଡାମାନେ ସେଠାକୁ ଯାଇ ଭଙ୍ଗାରୁଜା କରିଥିଲେ। ମୁଁ ଆଜି ସର୍କିଟ ହାଉସରେ ଯଦି ଥାଆନ୍ତି, ମୋ ଅବସ୍ଥା କଣ ହୋଇଥାନ୍ତା। ମୋତେ ସେମାନେ ହତ୍ୟା କରିବାକୁ ଆସିଥିଲେ। ମୋତେ ରାସ୍ତାରୁ ହଟାଇବା ପାଇଁ ସରକାରୀ ଦଳ ଚକ୍ରାନ୍ତ ଚଳାଇଛନ୍ତି।

ଜୟନାରାୟଣ ଆହୁରି କହିଛନ୍ତି, ଅନେକ ଦିନ ହେବ ସରକାରଙ୍କ ଅପକର୍ମଙ୍କୁ ମୁଁ ପଦାରେ ପକାଉଛି। ବିଶେଷ କରି ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ସରକାରୀ ଷଡ଼ଯନ୍ତ୍ରକୁ ମୁଁ ପଦାରେ ପକାଉଛି। ଏଥିପାଇଁ ସରକାର ଉତକ୍ଷିପ୍ତ ହୋଇପଡ଼ିଛନ୍ତି, ମୋତେ ରାସ୍ତାରୁ ହଟେଇବା ପାଇଁ ଚକ୍ରାନ୍ତ ଚଳାଇଛନ୍ତି। 

Advertisment

ଜୟନାରାୟଣ ମିଶ୍ରଙ୍କ ସୁରକ୍ଷା ନେଇ ରାଜ୍ୟ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି, ସମ୍ବଲପୁରରେ ମହିଳା ଆଇଆଇସି ଓ ଜୟନାରାୟଣ ମିଶ୍ର ଧସ୍ତାଧସ୍ତି ଘଟଣାରେ ଜୟନାରାୟଣଙ୍କ ନାଁରେ ମିଛ ମାମଲା ହୋଇଛି। ଜଣେ ମହିଳା ଆଇଆଇସି ଜରିଆରେ ତାଙ୍କୁ ଧକ୍କା, ମୁକ୍କା ଦିଆଯାଇଛି।  ଜୟନାରାୟଣ ମିଶ୍ର ଓଡ଼ିଶାରେ ସୁରକ୍ଷିତ ନୁହନ୍ତି। ଜୟନାରାୟଣଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉ।

ସେହିପରି ବିଜେପି ବିଧାୟକ ଲଳିତେନ୍ଦୁ ମହାପାତ୍ର କହିଛନ୍ତି, ସମ୍ବଲପୁରରେ ଜୟନାରାୟଣଙ୍କୁ ନେଇ ଯେଉଁ ଘଟଣା ଘଟିଲା ତାହା ବିଜେଡିର ପ୍ରାୟୋଜିତ। ଜୟନାରାୟଣ ମୁଖ୍ୟମନ୍ତ୍ରୀଙ୍କୁ ସବୁ ପ୍ରସଙ୍ଗରେ ଶାଣିତ ଆକ୍ରମଣ କରୁଛନ୍ତି। ନବ ଦାସ ହତ୍ୟା ମାମଲାରେ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ଏଥିପାଇଁ  ଜୟନାରାୟଣଙ୍କ ସ୍ୱରକୁ ଦବାଇବାକୁ ସରକାର ଉଦ୍ୟମ କରୁଛନ୍ତି। ତାଙ୍କୁ ବିଧାନସଭାକୁ ପୂରାଇ ନଦେବାକୁ ଏଭଳି  କରାଯାଇଛି।

BjD State Bjp Sambalpur Jayanarayan Mishra Odisha Poilce