Advertisment

ୟୁଟ୍ୟୁବରେ ଅଙ୍ଗନବାଡି ମହିଳାଙ୍କ ଅଶ୍ଳୀଳ ପୋଷ୍ଟ କରି ଜଣେ ଗିରଫ

ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ୟୁଟ୍ୟୁବ୍ ଚ୍ୟାନେଲରେ ଅଶ୍ଳୀଳ ପୋଷ୍ଟିଂ କରିବା ମହଙ୍ଗା ପଡ଼ିଲା। ଫଳରେ ଏହି ମାମଲାରେ ଜଣେ ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଲେ ବଲାଙ୍ଗିର ଜିଲ୍ଲା ବୁଦ୍ଧବାହାଲର ସମରା ଗାଁର ଲକ୍ଷେଶ୍ୱର ମଲ୍ଲିକ୍। ତାଙ୍କ ବିରୋଧରେ ୟୁଟ୍ୟୁବରେ ଜଣେ ଅଙ୍ଗନବାଡି ମହିଳାଙ୍କର ଫଟୋ ସହିତ ଅଶ୍ଳୀଳ ଭାଷା ପ୍ରୟୋଗ କରାଯାଇଥିବା ଭିଡିଓ ପୋଷ୍ଟ କରିଥିବା ଅଭିଯୋଗ ହୋଇଥିଲା। ଲକ୍ଷେଶ୍ୱରର ସମ୍ବଲପୁରୀ ଦୁକାନ ନାଁରେ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ରହିଛି। କିଛି ଦିନ ତଳେ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ୟୁଟ୍ୟୁବରେ ଅଙ୍ଗନବାଡି ମହିଳାଙ୍କ ଅଶ୍ଳୀଳ ପୋଷ୍ଟ କରି ଜଣେ ଗିରଫ

accused

ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ୟୁଟ୍ୟୁବ୍ ଚ୍ୟାନେଲରେ ଅଶ୍ଳୀଳ ପୋଷ୍ଟିଂ କରିବା ମହଙ୍ଗା ପଡ଼ିଲା। ଫଳରେ ଏହି ମାମଲାରେ ଜଣେ ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଲେ ବଲାଙ୍ଗିର ଜିଲ୍ଲା ବୁଦ୍ଧବାହାଲର ସମରା ଗାଁର ଲକ୍ଷେଶ୍ୱର ମଲ୍ଲିକ୍। ତାଙ୍କ ବିରୋଧରେ ୟୁଟ୍ୟୁବରେ ଜଣେ ଅଙ୍ଗନବାଡି ମହିଳାଙ୍କର ଫଟୋ ସହିତ ଅଶ୍ଳୀଳ ଭାଷା ପ୍ରୟୋଗ କରାଯାଇଥିବା ଭିଡିଓ ପୋଷ୍ଟ କରିଥିବା ଅଭିଯୋଗ ହୋଇଥିଲା।

Advertisment

ଲକ୍ଷେଶ୍ୱରର ସମ୍ବଲପୁରୀ ଦୁକାନ ନାଁରେ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ରହିଛି। କିଛି ଦିନ ତଳେ ସେ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଜଣେ ଅଙ୍ଗନବାଡି ମହିଳା କର୍ମୀଙ୍କର ଫଟୋ ସହିତ ସେ କହୁଥିବା ଅଶ୍ଳୀଳ ଶବ୍ଦ ଏବଂ ତାଙ୍କୁ ଅପମାନିତ କଲା ଭଳି ଭାଷାର ପ୍ରୟୋଗ କରୁଥିବା ଭିଡିଓ ପୋଷ୍ଟ କରିଥିଲେ। ଯାହାକୁ ନେଇ ଲକ୍ଷେଶ୍ୱରଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା। ଏତଲା ପରେ ଅଭିଯୁକ୍ତକୁ ବଲାଙ୍ଗିରରୁ ଗିରଫ କରିଛି ସମ୍ବଲପୁର ସାଇବର ଥାନା ପୁଲିସ୍।

ଅଭିଯୁକ୍ତଙ୍କ ନିକଟରୁ ଆପତ୍ତିଜନକ ସାବ୍ୟସ୍ତ ସାମଗ୍ରୀ ଜବତ କରିବା ସହ ତଦନ୍ତକାରୀ ଅଧିକାରୀ ତାଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ସଂଗ୍ରହ କରିଛନ୍ତି। ତାଙ୍କୁ ଆଜି କୋର୍ଟରେ ହାଜର କରାଯିବ। ସମ୍ବଲପୁର ସାଇବର୍ କ୍ରାଇମ୍ ପୁଲିସ୍ ଷ୍ଟେସନର ଅନୁରୋଧ ପରେ ୟୁଟ୍ୟୁବ୍ କର୍ତ୍ତୃପକ୍ଷ ଭିଡିଓଟିକୁ ଭାରତର ଡେମୋନରୁ ଡିଲିଟ୍ କରିଦେଇଛି।

Advertisment