Advertisment

ମଟନ ପାଇଁ ଅଡ଼ି ବସିଲେ ବର ପକ୍ଷ, ବାହା ହେବାକୁ ମନା କରି ଦେଲେ କନିଆଁ

କନ୍ୟା ପକ୍ଷ ଭୁଲ ମାଗିଥିଲେ। କିନ୍ତୁ ବରପକ୍ଷ ଶୁଣି ନଥିଲେ।

author-image
Jitendra Garnayak
Marriage

Marriage

ମଟନକୁ କେନ୍ଦ୍ର କରି ବିବାହ ମଣ୍ଡପରେ ଭାଙ୍ଗିଗଲା ଏକ ବାହାଘର। ଘଟଣାଟି ଘଟିଛି ସମ୍ବଲପୁର ସହରରେ।

Advertisment

ଧମା ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ବାହାଘର ସୁନ୍ଦରଗଡ଼ ଜିଲ୍ଲାର ଜଣେ ଯୁବକଙ୍କ ସହିତ ସ୍ଥିର ହୋଇଥିଲା l ସମ୍ବଲପୁର ଅଇଁଠାପାଲିରେ ଏକ ବିବାହ ମଣ୍ଡପରେ ଚାଲିଥିଲା ବାହାଘର। ବାଟ ବରଣୀ ବି ସରିଥିଲା। ବରଯାତ୍ରୀଙ୍କ ପାଇଁ ସମସ୍ତ ପ୍ରକାର ଆୟୋଜନ ହୋଇଥିଲା। ଖାଇବାରେ ଖାସି ମାଂସ ସହ ମାଛ, କୁକୁଡ଼ା ମାଂସ ଏବଂ ଅନ୍ୟ ସମସ୍ତ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନର ବ୍ୟବସ୍ଥା ହୋଇଥିଲା। ତେବେ ବିଳମ୍ବିତ ରାତିରେ ମଟନ ସରି ଯିବାରୁ ଏହାକୁ ନେଇ ଦେଖାଦେଇଥିଲା ବିବାଦ। ବରର ସାଙ୍ଗମାନେ ମଟନ୍ ପାଇଁ ଅଡି ବସିଥିଲେ। ଶେଷରେ ସ୍ଥିତି ଏମିତି ହେଲା ଯେ, କନ୍ୟା ପକ୍ଷ ଭୁଲ ମାଗିଥିଲେ। କିନ୍ତୁ ବରପକ୍ଷ ଶୁଣି ନଥିଲେ। ଖାସି ମାଂସ ନହେଲେ ବାହାଘର ହେବ ନାହି ବୋଲି ଜିଦ୍ ଧରିଥିଲେ। ଶେଷରେ ମୁହଁ ଖୋଲିଥିଲେ କନିଆଁ। ସେ ବାହା ହେବାକୁ ସିଧାସଳଖ ମନା କରିଦେଇଥିଲେ।

ଏହି ଘଟଣା ନେଇ କନ୍ୟା ଘର ପକ୍ଷରୁ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ। ସେହିପରି ଏ ସମ୍ପର୍କରେ କନ୍ୟାପକ୍ଷରୁ କିମ୍ବା ବରପକ୍ଷରୁ ଗଣମାଧ୍ୟମରେ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ।

Advertisment
Sambalpur Marriage