Advertisment

ବୀଭତ୍ସ ହତ୍ୟା! ବନ୍ଦ ଘରୁ ମିଳିଲା ମା’ ଓ ଦୁଇ ଛୁଆଙ୍କ ମୃତଦେହ

ଅଭିଯୋଗ ଅନୁସାରେ ଗତ ୪ ଦିନ ହେଲେ ସମ୍ପୃକ୍ତ ଯୁବକ ଗାଁରେ ଦେଖାଯାଉନଥିଲେ। ଏପରି ସାଜିଆଙ୍କ ଘର କବାଟ ଖୋଲୁନଥିଲା। ଆଜି ଘର ଭିତରୁ ଦୁର୍ଗନ୍ଧ ବାହାରୁଥିଲା। ସାହି ପଡ଼ିଶା ଏନେଇ ଧନୁପାଲି ଥାନାକୁ ଖବର ଦେଇଥିଲେ।

Sambalpur

Sambalpur

Advertisment

ଘର ଭିତରେ ପଡ଼ିଛି ମାଆ ଓ ଦୁଇ ଛୁଆଙ୍କ ମୃତଦେହ। ସେମାନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମାତ୍ର କେଉଁ କାରଣରୁ ହତ୍ୟା କରାଯାଇଛି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିଛି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ଏପରି ବୀଭତ୍ସ ହତ୍ୟାକାଣ୍ଡ ସମ୍ୱଲପୁର ଜିଲ୍ଲା ଧନୁପାଲି ଥାନା ଅଞ୍ଚଳରେ ଘଟିଛି।

Advertisment

ଚକ୍ରଧରପୁର ଅଞ୍ଚଳର ସାଜିଆ ପରବିନ୍‌ ଧନୁପାଲି ଥାନା ସୁନାପାଲି ଗାଁରେ ଘର କରି ରହୁଥିଲେ। ଦୁଇ ବର୍ଷ ତଳେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟିଥିଲେ। ସ୍ୱାମୀଙ୍କ ମୃତ୍ୟୁ ପରେ ସେ ୮ ବର୍ଷର ପୁଅ ଅବଦୁଲ୍‌ ରେହେମାନ ଓ ୬ ବର୍ଷର ଝିଅ ହୁମେରା ତାୟିବାଙ୍କ ସହ ରହୁଥିଲେ। ଗାଁ ଲୋକଙ୍କ କହିବା ଅନୁସାରେ ତାଙ୍କ ଘରକୁ ଜଣେ ଯୁବକ ଅନବରତ ଯିବା ଆସିବା କରୁଥିଲେ। ସମ୍ପୃକ୍ତ ଯୁବକଙ୍କ ସହିତ ସାଜିଆ ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ରହୁଥିବା ଅଭିଯୋଗ ହୋଇଥିଲା।

ଅଭିଯୋଗ ଅନୁସାରେ ଗତ ୪ ଦିନ ହେଲେ ସମ୍ପୃକ୍ତ ଯୁବକ ଗାଁରେ ଦେଖାଯାଉନଥିଲେ। ଏପରି ସାଜିଆଙ୍କ ଘର କବାଟ ଖୋଲୁନଥିଲା। ଆଜି ଘର ଭିତରୁ ଦୁର୍ଗନ୍ଧ ବାହାରୁଥିଲା। ସାହି ପଡ଼ିଶା ଏନେଇ ଧନୁପାଲି ଥାନାକୁ ଖବର ଦେଇଥିଲେ। ପୁଲିସ୍‌ ଏନେଇ ସାଜିଆଙ୍କ ବାପଘର ଲୋକଙ୍କୁ ସୂଚନା ଦେଇଥିଲା। ସେମାନେ ଆସିବା ପରେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ପୁଲିସ୍‌ ଘରର ତାଲା ଭାଙ୍ଗି ଥିଲା। ଦୁଇ ମହଲା ବିଶିଷ୍ଟ କୋଠାର ଉପର ମହଲାରେ ରହୁଥିବା ଘରେ ସାଜିୟା ଓ ଦୁଇ ଝିଅଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଲା।

Advertisment

ଆଜି ରାତି ହୋଇଯାଇଥିବାରୁ ପୁଲିସ୍‌ ମୃତଦେହ ଜବତ କରିନାହିଁ। ପୁଲିସ୍‌ ଆସନ୍ତାକାଲି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବ। ସେଥିପାଇଁ ଘର ଚାରି ପାର୍ଶ୍ୱରେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ୍‌ କହିଛି। ଅନ୍ୟପକ୍ଷରେ ସାଜିଆଙ୍କ ଘରକୁ ଯିବାଆସିବା କରୁଥିବା ଯୁବକଙ୍କ ପତ୍ତା ମିଳିନି। ସେ ଫେରାର ହୋଇଯାଇଥିବା ଜଣାପଡ଼ିଛି।

ରିପୋର୍ଟ-ସମ୍ୱଲପୁରରୁ ସଞ୍ଜୟ ଜେନା

Murder Mass Murder Sambalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe