Advertisment

‘ମୋ’ ଝିଅ ଆତ୍ମହତ୍ୟା କରିନି, ତାକୁ ତଣ୍ଟି ଚିପି ମାରି ଦେଇଛନ୍ତି’

ଆତ୍ମହତ୍ୟା ଭିରୁଙ୍କ କାମ ବୋଲି ମୋ’ ଝିଅ ସବୁବେଳେ କହିଥାଏ। ତେଣୁ ସେ ଆତ୍ମହତ୍ୟା କରିନି, ତାକୁ ମାରି ଦିଆଯାଇଛି ବୋଲି ଚିନ୍ମୟୀଙ୍କ ବାପା ବି ସମାନ ଅଭିଯୋଗ କରିଛନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
chinmayee & mother

chinmayee & mother

‘ମୋ’ ଝିଅ ବହୁତ ଷ୍ଟ୍ରଙ୍ଗା। ସେ କେବେବି ଆତ୍ମହତ୍ୟା କରିବନି। ଜୋରଜବରଦସ୍ତ ତଣ୍ଟି ଚିପି ତାକୁ ମାରିଦେଇଛନ୍ତି। କେବଳ ଜଣଙ୍କ ଦ୍ୱାରା ବି ଏହା ସମ୍ଭବ ନୁହେଁ, ଏଥିରେ ଆହୁରି କିଛି ଜଣଙ୍କ ସମ୍ପୃକ୍ତି ରହିଛି। ’ ନିଖୋଜ ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତଦେହ ଉଦ୍ଧାର ହେବା ପରେ ଏପରି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ତାଙ୍କ ମା’ ।

Advertisment

ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ଗତକାଲି ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିବା ବେଳେ ରାତିରେ ପାୱାର ଚ୍ୟାନେଲ ବ୍ରିଜରୁ ଡେଇଁ ପଡ଼ିଥିବା ସୂଚନା ମିଳିଥିଲା। ଆଜି ସକାଳୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏ ନେଇ ସମ୍ବଲପୁର ଥାନାରେ ପ୍ରଥମେ ଏକ ନିଖୋଜ ମାମଲା ରୁଜୁ ହୋଇଥିଲା।

ତେବେ ଝିଅର ମୃତଦେହ ଉଦ୍ଧାର ହେବା ପରେ ତଣ୍ଟି ଚିପା ହୋଇଥିବା ଦାଗ ରହିଛି। ଏଥସହ ଶରୀରରେ ଆଞ୍ଚୁଡ଼ା ଦାଗ ଥିବା ଅଭିଯୋଗ କରିଛନ୍ତି ତାଙ୍କ ମା’ । ତେଣୁ ଝିଅ ମୃତ୍ୟୁ ପଛରେ ଜଣେ ଯୁବକଙ୍କ ହାତ ଥିବା ବେଳେ ତାଙ୍କ ସହ ଅନ୍ୟମାନେ ବି ସମ୍ପୃକ୍ତ ଥିବା ତାଙ୍କ ମା’ ଥାନାରେ ଅଭିଯୋଗ କରିଛନ୍ତି ।

Advertisment

ଏଥିସହ ସେ କହିଛନ୍ତି ‘ଝିଅ ସହ ଗତକାଲି ସନ୍ଧ୍ୟା ୬ଟାରେ କଥା ହୋଇଥିଲି। ଝିଅ ଗତ ରାତିରେ ସମ୍ବଲପୁରରୁ ଭୁବନେଶ୍ୱର ବାହାରିଥିବା ବେଳେ ରାତି ୯ଟାରେ ତା’ ବସ୍‌ ଟାଇମ୍‌ ଥିଲା।  ରାତି ୯ଟା ୨୦ରେ ଫୋନ୍ କରିବାରୁ ଗଁ ଗଁ ଶୁଭିଥିଲା। ଅଲଗା ନମ୍ବରରେ ଲାଗି ଯାଇଥିବ ଭାବି ଫୋନ୍‌ କାଟିଦେଲି।  ପୁଣି ଥରେ ଫୋନ୍‌ କରିବାରୁ ସମାନ ଶବ୍ଦ ଶୁଣିବାକୁ ପାଇଲି। ଏହାପରେ ଝିଅ ବ୍ରିଜରୁ ଡେଇଁଥିବା ଖବର ପାଇଲୁ।’

ଆତ୍ମହତ୍ୟା ଭିରୁଙ୍କ କାମ ବୋଲି ମୋ’ ଝିଅ ସବୁବେଳେ କହିଥାଏ। ତେଣୁ ସେ ଆତ୍ମହତ୍ୟା କରିନି, ତାକୁ ମାରି ଦିଆଯାଇଛି ବୋଲି ଚିନ୍ମୟୀଙ୍କ ବାପା ବି ସମାନ ଅଭିଯୋଗ କରିଛନ୍ତି।

ଚିନ୍ମୟୀଙ୍କ ମୃତ୍ୟୁ ଘଟଣାରେ ପୁଲିସ୍‌ କିର୍ତ୍ତିମାନ ନାମକ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି। କିର୍ତ୍ତିମାନ ଚିନ୍ମୟୀଙ୍କ ସହପାଠୀ ହୋଇଥିବା ବେଳେ ଭୁବନେଶ୍ୱରରେ ତାଙ୍କ ଘର। ଚିନ୍ମୟୀ ଭୁବନେଶ୍ୱରରେ ଚାକିରି କରୁଥିବା ବେଳେ ଭଡ଼ା ନେଇ ରହୁଥିଲେ। ସେଠାରେ ସେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ବି ପ୍ରସ୍ତୁତ ହେଉଥିଲେ। ସେଠାରେ ତାଙ୍କ ନିକଟକୁ କିର୍ତ୍ତିମାନ ଯାଆସ କରୁଥିବା ତାଙ୍କ ଭଉଣୀ କହିଛନ୍ତି। ଏଥିସହ ମୋ’ ଭଉଣୀ ବେକରେ ଚେନ୍‌ ଥିବା ବେଳେ ତାହା ଆଉ ନାହିଁ । କେବଳ ସେତିକି ନୁହେଁ, ତଣ୍ଟି ଚିପା ଚିହ୍ନ ବି ରହିଛି ବୋଲି ତାଙ୍କ ସାନ ଭଉଣୀ କହିଛନ୍ତି।  

ଚିନ୍ମୟୀ ଗତବର୍ଷ ଭିସୁଟରୁ ଆଇଟି ଟ୍ରେଡରେ ବିଟେକ୍‌ ପାସ୍‌ କରି ସାରିଥିବା ବେଳେ ଏବେ ଭୁବନେଶ୍ୱରରେ ଚାକିରି କରିଛନ୍ତି। ତାଙ୍କ ପିତା ଜଣେ ଡାକ୍ତର ହୋଇଥିବା ବେଳେ କଳାହାଣ୍ଡିରେ ଘର ବୋଲି ଜଣାଯାଇଛି। ଗତକାଲି ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାକୁ ଚିନ୍ମୟୀ ସମ୍ବଲପୁର ଯାଇଥିବା ବେଳେ ରାତିରେ ଭୁବନେଶ୍ୱର ଫେରିଥାନ୍ତେ। ମାତ୍ର ତା’ ପୂର୍ବରୁ ଅଘଟଣ ଘଟିଲା ଏବଂ ଆଜି ସକାଳେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ଝିଅର ଅଚାନକ ମୃତ୍ୟୁରେ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି।

Murder Sambalpur Students