ଦାଦାକୁ ଗୋଡ଼ାଇ ଗୋଡ଼ାଇ ହାଣିଲା ପୁତୁରା

ରେଢ଼ାଖୋଲ (ରମାକାନ୍ତ ମହାନନ୍ଦ): ଗାଁ ଦାଣ୍ଡରେ ଦାଦାକୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆ ଓ ଠେଙ୍ଗାରେ ହାଣିଲା ପୁତୁରା। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଘଟଣା ଘଟିଛି ରେଢ଼ାଖୋଲ ଥାନା ଅନ୍ତର୍ଗତ ତଣ୍ଡାବିରା ଗାଁରେ। ଜମି ବାଡ଼ିକୁ କେନ୍ଦ୍ର କରି ଓ ପୂର୍ବ ଶତ୍ରୁତାକୁ ନେଇ ଦୁଇ ପରିବାର ମଧ୍ୟରେ ଦୀର୍ଘ ଦୁଇ ବର୍ଷ ହେଲା ଗଣ୍ଡଗୋଳ ଲାଗି ରହିଥିଲା । ଆଜି ରାତି ୯ଟା ବେଳେ କକା ନିଲୁ ସାହୁ ଗାଁ ଦାଣ୍ଡରେ ଠିଆ ହୋଇଥିବା […]

murder

Ranjit Kumar Jena
  • Published: Sunday, 04 July 2021
  • , Updated: 04 July 2021, 11:13 PM IST

ରେଢ଼ାଖୋଲ (ରମାକାନ୍ତ ମହାନନ୍ଦ): ଗାଁ ଦାଣ୍ଡରେ ଦାଦାକୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆ ଓ ଠେଙ୍ଗାରେ ହାଣିଲା ପୁତୁରା। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଘଟଣା ଘଟିଛି ରେଢ଼ାଖୋଲ ଥାନା ଅନ୍ତର୍ଗତ ତଣ୍ଡାବିରା ଗାଁରେ। ଜମି ବାଡ଼ିକୁ କେନ୍ଦ୍ର କରି ଓ ପୂର୍ବ ଶତ୍ରୁତାକୁ ନେଇ ଦୁଇ ପରିବାର ମଧ୍ୟରେ ଦୀର୍ଘ ଦୁଇ ବର୍ଷ ହେଲା ଗଣ୍ଡଗୋଳ ଲାଗି ରହିଥିଲା ।

ଆଜି ରାତି ୯ଟା ବେଳେ କକା ନିଲୁ ସାହୁ ଗାଁ ଦାଣ୍ଡରେ ଠିଆ ହୋଇଥିବା ବେଳେ ହଠାତ୍ ପୁତୁରା ସୁନୀଲ ସାହୁ ପରିବାରର ଅନ୍ୟ ସଦସ୍ୟମାନଙ୍କ ସହ ମିଶି ପହଞ୍ଚି ଥିଲା। ସୁନୀଲ ଓ ବାକି ସଦସ୍ୟମାନେ ସଂଘବଦ୍ଧ ଭାବେ ଟାଙ୍ଗିଆରେ ନିଲୁ ସାହୁଙ୍କ ଗୋଡ଼ାଇ ଗୋଡ଼ାଇ ଅତି ବିଭତ୍ସ ଭାବରେ ଶରୀର ବିଭିନ୍ନ ସ୍ଥାନରେ ଛୋଟ ମାରିଥିଲା । ଫଳରେ ଘଟଣାସ୍ଥଳରେ ହିଁ କକା ନିଲୁ ସାହୁଙ୍କର ମୃତ୍ୟୁ ହୋଇଥିଲା ।

ଖବର ପାଇ ରେଢ଼ାଖୋଲ ପୁଲିସ ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ହତ୍ୟାକାରୀ ପୁତୁରା ଘଟଣା ସ୍ଥଳରୁ ଫେରାର ଥିବା ବେଳେ, ସଂଘବଦ୍ଧ ହତ୍ୟା ଘଟଣାରେ ୬ ଜଣକୁ ଥାନା ରେ ଆଣି ଅଟକ ରଖାଯାଇଛି। ତେବେ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ, ଠେଙ୍ଗାକୁ ପୁଲିସ୍ ଜବତ କରିଛି ।

Related story