Advertisment

କ୍ଲାସ୍ ରୁମରେ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ମୋବାଇଲ ମନା!

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ଏଣିକି ସ୍କୁଲରେ ଶିକ୍ଷାଦାନ ବେଳେ ମୋବାଇଲ ଫୋନରେ ବ୍ୟକ୍ତିଗତ କଥା ହୋଇ ପାରିବେନି ଶିକ୍ଷକ ଓ ଶିକ୍ଷୟିତ୍ରୀ। ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ ମୀନାରାଣୀ ମଙ୍ଗଳ ଜିଲ୍ଲାର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଏହି ଗାଇଡଲାଇନ ଜାରି କରିଛନ୍ତି। ଶିକ୍ଷା ଦାନରେ ବ୍ୟାଘାତ ସୃଷ୍ଟି ନ ହେବା ଉଦ୍ଦେଶ୍ୟରେ ଏଭଳି ଗାଇଡଲାଇନ୍ ଜାରି କରାଯାଇଥିବା କୁହାଯାଇଛି । ଏନେଇ କିଛି ମାସ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲା। ଏବେ ପୁଣି ସେହି ନିୟମାବଳୀକୁ ଦୋହରାଇଛନ୍ତି ଜିଲ୍ଲା […]

କ୍ଲାସ୍ ରୁମରେ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ମୋବାଇଲ ମନା!

phone

Advertisment

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ଏଣିକି ସ୍କୁଲରେ ଶିକ୍ଷାଦାନ ବେଳେ ମୋବାଇଲ ଫୋନରେ ବ୍ୟକ୍ତିଗତ କଥା ହୋଇ ପାରିବେନି ଶିକ୍ଷକ ଓ ଶିକ୍ଷୟିତ୍ରୀ। ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ ମୀନାରାଣୀ ମଙ୍ଗଳ ଜିଲ୍ଲାର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଏହି ଗାଇଡଲାଇନ ଜାରି କରିଛନ୍ତି। ଶିକ୍ଷା ଦାନରେ ବ୍ୟାଘାତ ସୃଷ୍ଟି ନ ହେବା ଉଦ୍ଦେଶ୍ୟରେ ଏଭଳି ଗାଇଡଲାଇନ୍ ଜାରି କରାଯାଇଥିବା କୁହାଯାଇଛି ।

Advertisment

ଏନେଇ କିଛି ମାସ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲା। ଏବେ ପୁଣି ସେହି ନିୟମାବଳୀକୁ ଦୋହରାଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ। ବିଶେଷ କରି ଷଷ୍ଠରୁ ଦଶମ ଶ୍ରେଣୀ ଯାଏ ପିଲାଙ୍କୁ ପାଠ ପଢ଼ାଉଥିବା ଶିକ୍ଷକ ଶିକ୍ଷୟିତ୍ରୀ କ୍ଲାସ ରୁମରେ ମୋବାଇଲରେ ବ୍ୟକ୍ତିଗତ କଥା ହୋଇପାରିବେନି ବୋଲି ଗାଇଡ୍‌ଲାଇନ୍‌ ଜାରି ହୋଇଛି ।

ଏ ନେଇ ସମ୍ବଲପୁର ଡିଇଓ ମୀନାରାଣୀ ମଙ୍ଗଳ କହିଛନ୍ତି, ଶିକ୍ଷକ ଓ ଶିକ୍ଷୟିତ୍ରୀ ସାଙ୍ଗରେ ମୋବାଇଲ ଧରି ସ୍କୁଲକୁ ଯାଇପାରିବେ। କିନ୍ତୁ କ୍ଲାସ୍ ରୁମରେ ମୋବାଇଲର ବ୍ୟବହାର କରିପାରିବେ ନାହିଁ। ଯେହେତୁ କ୍ଲାସ୍ ରୁମରେ ଫୋନରେ କଥା ହେଲେ, ପିଲାମାନେ ଡିଷ୍ଟର୍ବ ହେଉଛନ୍ତି, ସେଥିପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ଡିଇଓ କହିଛନ୍ତି। କିଛି ମାସ ପୂର୍ବରୁ ମୋବାଇଲ କଟକଣା ଜାରି କରାଯାଇଥିବା ବେଳେ ନିକଟରେ ୫ ଦିନ ପୂର୍ବରୁ ପୁଣି ପୂର୍ବ କଟକଣା ଦୋହରାଇଥିବା କହିଛନ୍ତି ଡିଇଓ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe