Advertisment

ସମ୍ବଲପୁର ହିଂସା: କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜ୍ୟ ବିଜେପି

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆଜି ଶ୍ରୀ ଶାହଙ୍କୁ ଚିଠି ଲେଖି କହିଛନ୍ତି ଯେ,ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଳନବେଳେ ସଂଘବଦ୍ଧ ଆକ୍ରମଣ କାରଣରୁ ବହୁ ସଂଖ୍ୟାରେ ସାଧାରଣ ଜନତାଙ୍କ ସମେତ ପୁଲିସ ମଧ୍ୟ ଗୁରୁତର ଆହତ ହୋଇଛନ୍ତି ।

Amit saha

Amit saha

Advertisment

ହନୁମାନ ଜୟନ୍ତୀ ପାଳନବେଳେ ସମ୍ବଲପୁର ସହରରେ ସାଂପ୍ରଦାୟିକ ହିଂସା ଘଟଣାରେ ରାଜ୍ୟ ସରକାରଙ୍କ ନିରବତା ପ୍ରତିବାଦରେ ରାଜ୍ୟ ବିଜେପି ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ହସ୍ତକ୍ଷେପ ଲୋଡ଼ିଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ଅନ୍ୟ ବିଜେପି ନେତାମାନେ ସମ୍ବଲପୁର ହିଂସା ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଶାହଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଦାବି କରିଛନ୍ତି ।

Advertisment

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆଜି ଶ୍ରୀ ଶାହଙ୍କୁ ଚିଠି ଲେଖି କହିଛନ୍ତି ଯେ,ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଳନବେଳେ ସଂଘବଦ୍ଧ ଆକ୍ରମଣ କାରଣରୁ ବହୁ ସଂଖ୍ୟାରେ ସାଧାରଣ ଜନତାଙ୍କ ସମେତ ପୁଲିସ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଏପରିକି ବ୍ୟାପକ ମାତ୍ରାରେ ଦୋକାନ ବଜାର, ଯାନବାହନ, ସରକାରୀ ଓ ବେସରକାରୀ ସଂପତ୍ତି ପୋଡ଼ି ଦିଆଗଲା । ହନୁମାନ ଜୟନ୍ତୀ ଦିନ ଜଣେ ଆଦିବାସୀ ଯୁବକକୁ ହତ୍ୟା କରାଗଲା ଏବଂ ସଂଖ୍ୟାଧିକ ସାଧାରଣ ଜନତା ଆହତ ହୋଇଥିଲେ । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ଏବଂ ସାଂପ୍ରଦାୟିକ ଗଣ୍ଡଗୋଳ କାରଣରୁ ହିଂସାକାଣ୍ଡ ଘଟିଥିଲା । ଯାହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଓ ନିନ୍ଦନୀୟ । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ସାଂପ୍ରଦାୟିକ ଦଙ୍ଗା ସଂପର୍କରେ କେନ୍ଦ୍ର ସରକାରଙ୍କ ତୁରନ୍ତ ହସ୍ତକ୍ଷେପ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ୍ ଶାହାଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।

ସାଂସଦ ଏବଂ ବିଧାୟକଙ୍କ ସ୍ୱାକ୍ଷରିତ ଚିଠି ଜରିଆରେ ଘଟଣା ସଂପର୍କରେ କେନ୍ଦ୍ରମନ୍ତ୍ରୀଙ୍କୁ ବିସ୍ତୃତ ଅବଗତ କରି ରାଜ୍ୟ ବିଜେପି ନେତାମାନେ କହିଛନ୍ତି ଯେ, ହନୁମାନ ଜୟନ୍ତୀରେ ହିଂସା ଆଶଙ୍କା କରି କେନ୍ଦ୍ର ଗୃହ ମନ୍ତ୍ରାଳୟ ତରଫରୁ ୫ ତାରିଖ ଦିନ ସମସ୍ତ ରାଜ୍ୟକୁ ସଚେତନ ରହିବା ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଥିଲା । ମାତ୍ର ହନୁମାନ ଜୟନ୍ତୀ ଶୋଭାଯାତ୍ରା ଏବଂ ଯାତ୍ରାର ପୂର୍ବଦିନ ଦଙ୍ଗା ଓ ଗଣ୍ଡଗୋଳ ଘଟିବାର ଆଶଂକାକୁ ଜାଣିନପାରିବା ରାଜ୍ୟ ସରକାରଙ୍କ ଦୁର୍ବଳ ଗୁଇନ୍ଦା ବ୍ୟବସ୍ଥାକୁ ପଦାରେ ପକାଇଛି । ଆଇନଶୃଙ୍ଖଳା ନାମରେ ବର୍ତ୍ତମାନ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତର ରହିଛି ଏବଂ ସମଗ୍ର ଜିଲ୍ଲାରେ ଇଂଟରନେଟ ସେବା ଉପରେ ରୋକ ଲଗାଯାଇଛି । ଯାହାକି ଜିଲ୍ଲାବାସୀଙ୍କୁ ହନ୍ତସନ୍ତ କରିସାରିଛି । ପୂର୍ବ ବର୍ଷ ହନୁମାନ ଜୟନ୍ତୀ ପାଳନ ଅବସରରେ ଶୋଭାଯାତ୍ରା ଉପରକୁ ସେହି ସମାନ ସ୍ଥାନରେ ଆକ୍ରମଣ କରାଯାଇଥିଲା । ଏପରିକି ଏହି ଗଣ୍ଡଗୋଳ ଏକ ସୁଚିନ୍ତିତ ଏବଂ ପୂର୍ବ ଯୋଜନାବଦ୍ଧ ଥିଲା ବୋଲି ପୋଲିସ ମଧ୍ୟ ନିଜେ ସ୍ୱୀକାର କରିଛି ।

Advertisment

ଆକ୍ରମଣ ସମୟରେ ଦଙ୍ଗାକାରୀମାନେ "କାଫିର୍ ଲୋଗ, ସାଲେ ଲୋଗ୍ କୋ କାଟ୍ ଦେଙ୍ଗେ, ସାଲୋଁକୋ ଇଣ୍ଡିଆ ଓ୍‌ôାପସ୍ ନେହିଁ ଜାନେ ଦେଙ୍ଗେ’ ଭଳି ବିଭିନ୍ନ ଉତ୍ତେଜନାମୂଳକ ଓ ରାଷ୍ଟ୍ରବିରୋଧୀ ସ୍ଲୋଗାନ ଦେଇଥିଲେ । ଦଙ୍ଗାକାରୀମାନଙ୍କ ଏଭଳି ସ୍ଲୋଗାନ ଆଦୈା ଗ୍ରହଣୀୟ ନୁହେଁ ଏବଂ ୟୁଏପିଏ ଓ ଏନଏସଏ ଆଇନ ବଳରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ୍ । ଶୋଭାଯାତ୍ରାର ଭିଡିଓ ପୋଲିସ ପାଖରେ ରହିଛି । ପୋଲିସ ପ୍ରଶାସନ ଏଭଳି ସମ୍ବେଦନଶୀଳ ଘଟଣା ସଂପର୍କରେ ଅବଗତ ଥିଲେ ମଧ୍ୟ କୈାଣସି ବିହୀତ ପଦକ୍ଷେପ ଗ୍ରହଣ କରିନଥିଲେ । ଶାନ୍ତିପ୍ରିୟ ସମ୍ବଲପୁରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଥିଲେ ବି ରାଜ୍ୟ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି । ଏଭଳି ସମ୍ବେଦନଶୀଳ ଘଟଣାରେ ରାଜ୍ୟ ସରକାରଙ୍କ ଆଚରଣ ଓ ବ୍ୟବହାର ରାଜ୍ୟବାସୀଙ୍କୁ ଆଚମ୍ବିତ କରିଛି । ବର୍ତ୍ତମାନ ସୁଦ୍ଧା ଏହି ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀକୁ ଗିରଫ କରାନଯିବା ଆଶ୍ଚର୍ଯ୍ୟ କରିଛି । ରାଜନୈତିକ ସ୍ୱାର୍ଥ ହାସଲ ପରିପ୍ରେକ୍ଷୀରେ ମୁଖ୍ୟ ଷଡଯନ୍ତ୍ରକାରୀକୁ ରାଜ୍ୟ ସରକାର ସମସ୍ତ ପ୍ରକାରର ସୁରକ୍ଷା ଯୋଗାଇ ଦେଉଛନ୍ତି । ଦଙ୍ଗାକାରୀଙ୍କ ବଦଳରେ ଦଙ୍ଗାର ଶିକାର ହୋଇଥିବା ନିରୀହ ଲୋକଙ୍କୁ ପୁଲିସ ଗିରଫ କରୁଛି ।

ଦଙ୍ଗାରେ ଶିକାର ହୋଇଥିବା ନିରୀହ ଲୋକଙ୍କୁ କ୍ଷତିପୁରଣ ଓ ରିଲିଫ ପ୍ରଦାନ କରାଯାଉ । ସ୍ୱାଭାବିକ ଆଇନ ଶୃଙ୍ଖଳା ପରିସ୍ଥିତି ଓ ସାଂପ୍ରଦାୟିକ ସଦଭାବନା ଫେରାଇ ଆଣି ଶାନ୍ତିପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ସହ ଭବିଷ୍ୟତରେ ଯେପରି ଏହାର ପୁନରାବୃତି ନଘଟେ ସେଥିପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ବିଜେପି ପକ୍ଷରୁ ଅନୁରୋଧ କରାଯାଇଛି ।

ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ଏହିି ଚିଠିରେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବିଧାୟକ ନାଉରୀ ନାଏକ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, କେ.ନାରାୟଣ ରାଓ, ବୁଧାନ ମୁର୍ମୁ, ସୂର୍ଯ୍ୟବଂଶୀ ସୁରଜ ପ୍ରମୁଖ ସ୍ୱାକ୍ଷର କରିଛନ୍ତିି ।

Bjp Amit Shah Bjp Protest Sambalpur Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe