Advertisment

ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଅବକାରୀ କନଷ୍ଟେବଲଙ୍କ ଜୀବନ

ଦିଲୀପ ୨ ଦିନ ତଳେ ଛୁଟି କଟାଇବା ପାଇଁ ନିଜ ଘର ସାନ ନୂଆପଡାକୁ ଆସିଥିଲେ। ଆଜି ସକାଳେ ନିଜ କର୍ମସ୍ଥଳ ସମ୍ବଲପୁରକୁ ବାଇକ୍ ଯୋଗେ ଫେରୁଥିଲେ।

author-image
Tapaswini Nayak
Accident

Accident

ଘରକୁ ୨ଦିନ ହେବ ଛୁଟିରେ ଆସିଥିଲେ। ଛୁଟି ସାରି ନିଜର କର୍ମସ୍ଥଳକୁ ଫେରିଲା ବେଳେ ଅଜଣା ଗାଡ଼ିରେ ଧକ୍କାରେ ଚାଲିଗଲା ଅବକାରୀ କନଷ୍ଟେବଲଙ୍କ ଜୀବନ। ଆଜି ସକାଳେ ଏହି ସଡ଼କ ଦୁର୍ଘଟଣା ସମ୍ବଲପୁର ଜିଲ୍ଲା ଚାରମାଳ ନିକଟରେ ଘଟିଛି।

Advertisment

ମୃତ କନଷ୍ଟେବଳ ଜଣଙ୍କ ହେଲେ ରେଢ଼ାଖୋଲ ଥାନା ଅନ୍ତର୍ଗତ କୁକୁଡାବାହାଳି ପଞ୍ଚାୟତ ସାନନୂଆପଡା ଗାଁର ଦିଲୀପ ସ୍ୱାଇଁ। ସେ ସମ୍ବଲପୁର ଜିଲ୍ଲା ଅବକାରୀ କାର୍ଯ୍ୟାଳୟରେ କନଷ୍ଟେବଲ ଭାବରେ କାର୍ଯ୍ୟ କରୁଥିଲେ। 

ଦିଲୀପ ୨ଦିନ ତଳେ ଛୁଟି କଟାଇବା ପାଇଁ ନିଜ ଘର ସାନ ନୂଆପଡାକୁ ଆସିଥିଲେ। ଆଜି ସକାଳେ ନିଜ କର୍ମସ୍ଥଳ ସମ୍ବଲପୁରକୁ ବାଇକ୍ ଯୋଗେ ଫେରୁଥିଲେ। ଚାରମାଳ ନିକଟରେ ତାଙ୍କ ବାଇକ୍‌କୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ପଳାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Advertisment

ବିଡମ୍ବନାର ବିଷୟ ଯେ ମୃତ ଦିଲିପଙ୍କ ବାପା ମଧ୍ୟ ଅବକାରୀ ବିଭାଗରେ କାର୍ଯ୍ୟରତ ଥିଲେ। ୬ ବର୍ଷ ତଳେ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା। ଦିଲୀପଙ୍କର ଚାରି ବର୍ଷର ଗୋଟିଏ ପୁଅ ଓ ଚାରି ମାସର ଗୋଟିଏ ପୁଅ ଅଛି। ଦିଲୀପଙ୍କ ମୃତ୍ୟୁ ପରେ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି। ଦିଲୀପ ପରିବାରରେ ଏକମାତ୍ର ରୋଜଗାରିଆ ପୁଅ  ଥିଲେ। 

Sambalpur Road Accident