Advertisment

ବାପାମା’ ଛେଉଣ୍ଡ ଖୁସିକୁ ମିଳିଲା ପରିବାର, ସମ୍ବଲପୁରରୁ ଯିବ ଫିନଲ୍ୟାଣ୍ଡ

ବାପାମା’ ଛେଉଣ୍ଡ କୋମଳମତି ଶିଶୁ କନ୍ୟା ଖୁସିକୁ ମିଳିଗଲା ପରିବାର। ଦିନେ ଭାଗବାନ କୁନି ଶିଶୁଠୁ ତା’ ବାପାମା’ଙ୍କୁ ଛଡ଼ାଇ ନେଇଥିବା ବେଳେ ଏବେ ଦେଇଛନ୍ତି ଏକ ନୂତନ ପରିବାର।

Adoption

Adoption

Advertisment

ବାପାମା’ ଛେଉଣ୍ଡ କୋମଳମତି ଶିଶୁ କନ୍ୟା ଖୁସିକୁ ମିଳିଗଲା ପରିବାର। ଦିନେ ଭାଗବାନ କୁନି ଶିଶୁଠୁ ତା’ ବାପାମା’ଙ୍କୁ ଛଡ଼ାଇ ନେଇଥିବା ବେଳେ ଏବେ ଦେଇଛନ୍ତି ଏକ ନୂତନ ପରିବାର। ସାତ ଦରିଆ ପାର୍‌ ହୋଇ ସମ୍ବଲପୁରରୁ ଖୁସି ଯିବ ଫିନଲ୍ୟାଣ୍ଡ।

Advertisment

ସମ୍ବଲପୁର ଶିଶୁ ଯତ୍ନ ଅନୁଷ୍ଠାନରେ ରହି ଲାଳନ ପାଳନ ହେଉଥିବା ଖୁସିକୁ ପୋଷ୍ୟକନ୍ୟା ଭାବେ ଗ୍ରହଣ କରିଛନ୍ତି ବିଦେଶୀ ଦମ୍ପତି। ପୂର୍ବରୁ ଏହାର ଆଇନଗତ ପ୍ରକ୍ରିୟା ସମ୍ପାଦିତ ହୋଇଥିବା ବେଳେ ଗତକାଲି ଫିନଲ୍ୟାଣ୍ଡର ମହିଳା ଲୌରା ଏଲେନା ଖୁସିକୁ ଜିଲ୍ଲା ପ୍ରଶାସନଠାରୁ ନିଜ କୋଳକୁ ନେଇଛନ୍ତି। ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେରେ ଲୌରା ଖୁସିକୁ ଗ୍ରହଣ କରି ବେଶ୍ ଆନନ୍ଦିତ ଥିବା କହିଛନ୍ତି।

ଏହି ଅବସରରେ ଆରଡିସି ଡକ୍ଟର ସୁରେଶ ଚନ୍ଦ୍ର ଦଳେଇ ଏବଂ ଜିଲ୍ଲାପାଳ ଅନନ୍ୟା ଦାସ ଶିଶୁର ନୂତନ ମା’ ଲୌରାଙ୍କ ସହ ସମସ୍ତ ବିଷୟ ଆଲୋଚନା କରିଥିବା ବେଳେ ଶିଶୁ କନ୍ୟାର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ।

Advertisment

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ, ଉପ ଜିଲ୍ଲାପାଳ ମିତାଲି ମଧୁସ୍ମିତା ଦଳେଇ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୁଚିସ୍ମିତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Sambalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe