Advertisment

ଦାବି ଶୁଣିଲାନି ରେଳବାଇ, ଧାରଣାରେ ବସିଲେ ଶତାଧିକ ଲୋକ

କୁଚିଣ୍ଡା(ଓଡ଼ିଶା ରିପୋର୍ଟର): ଦୀର୍ଘ ଦିନ ହେଲା ବାମରା ଷ୍ଟେଶନରେ ଟ୍ରେନ ରହଣି ଦାବିକୁ କର୍ଣ୍ଣପାତ କରୁ ନ ଥିଲେ କର୍ତ୍ତୃପକ୍ଷ । ଫଳରେ ନାହିଁ ନ ଥିବା ହଇରାଣ ହେଉଥିଲେ ସାଧାରଣ ଲୋକେ। ଏଥିରେ ଉତ୍ତ୍ୟକ୍ତ ହୋଇ ପଡ଼ିଥିବା ସାଧାରଣ ଲୋକେ ଆଜି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଦକ୍ଷିଣ ପୂର୍ବ ରେଲପଥ ବାମରାଠାରେ କରିଛନ୍ତି ଆନ୍ଦୋଳନ । ଶତାଧିକ ଲୋକ ଟ୍ରେନ୍‌ ଲାଇନ୍‌ରେ ବସି ରହିଥିବାରୁ ଟ୍ରେନ୍‌ ଚଳାଚଳ ଠପ୍‌ ହୋଇଯାଇଛି।  ମୁହାଁମୁହିଁ ହୋଇଛନ୍ତି ପୁଲିସ୍‌- […]

ଅଦ୍ୟତନ ହୋଇଛି
ଦାବି ଶୁଣିଲାନି ରେଳବାଇ, ଧାରଣାରେ ବସିଲେ ଶତାଧିକ ଲୋକ

train

Advertisment

କୁଚିଣ୍ଡା(ଓଡ଼ିଶା ରିପୋର୍ଟର): ଦୀର୍ଘ ଦିନ ହେଲା ବାମରା ଷ୍ଟେଶନରେ ଟ୍ରେନ ରହଣି ଦାବିକୁ କର୍ଣ୍ଣପାତ କରୁ ନ ଥିଲେ କର୍ତ୍ତୃପକ୍ଷ । ଫଳରେ ନାହିଁ ନ ଥିବା ହଇରାଣ ହେଉଥିଲେ ସାଧାରଣ ଲୋକେ। ଏଥିରେ ଉତ୍ତ୍ୟକ୍ତ ହୋଇ ପଡ଼ିଥିବା ସାଧାରଣ ଲୋକେ ଆଜି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଦକ୍ଷିଣ ପୂର୍ବ ରେଲପଥ ବାମରାଠାରେ କରିଛନ୍ତି ଆନ୍ଦୋଳନ । ଶତାଧିକ ଲୋକ ଟ୍ରେନ୍‌ ଲାଇନ୍‌ରେ ବସି ରହିଥିବାରୁ ଟ୍ରେନ୍‌ ଚଳାଚଳ ଠପ୍‌ ହୋଇଯାଇଛି।  ମୁହାଁମୁହିଁ ହୋଇଛନ୍ତି ପୁଲିସ୍‌- ଆନ୍ଦୋଳନକାରୀ । ଏହାସତ୍ତ୍ୱେ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଟ୍ରେନ୍‌ ଲାଇନ୍‌ରୁ ଉଠିବେ ନାହିଁ ବୋଲି ଆନ୍ଦୋଳନକାରୀ ଶୁଣାଇ ଦେଇଛନ୍ତି ଚରମବାଣୀ। ଏଥିଯୋଗୁ ଦୀର୍ଘ ସମୟ ଧରି ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

Advertisment

ବାମରା ରେଳଷ୍ଟେଶନରେ ପ୍ରାୟ ୮ଟି  ଟ୍ରେନ୍‌ ରହଣି ଦାବିରେ ଦୀର୍ଘ ଦିନ ହେଲା ଦାବି ଜଣାଇ ଆସୁଥିଲେ ସ୍ଥାନୀୟ ଅଞ୍ଚଳବାସୀ । ଏନେଇ କର୍ତ୍ତୃପକ୍ଷ ଶୁଣୁ ନ ଥିବାରୁ ଆଜି ରେଳରୋକ କରିବେ ବୋଲି ମଧ୍ୟ ପୂର୍ବରୁ ଅବଗତ କରାଇଥିଲେ। ଏହାପରେ ଆଜି ସକାଳେ ଶହ ଶହ ସ୍ଥାନୀୟ ଲୋକ ବାମରା ରେଳ ଷ୍ଟେଶନ ଆଡ଼କୁ ମାଡ଼ି ଆସିଥିବା ବେଳେ ଅଟକାଇଥିଲା ରେଳବାଇ ପୁଲିସ୍‌। କିନ୍ତୁ  ଲୋକେ ଅନ୍ୟ ବାଟ ଦେଇ ରେଲୱେ  ଟ୍ରାକ୍‌କୁ ଓହ୍ଲାଇ ଆନ୍ଦୋଳନ ଆରମ୍ଭ କରିଥିଲେ। ଧିରେ ଧିରେ ଏହା ଉଗ୍ର ରୂପ ଧାରଣ କରିବାରୁ ପୁଲିସ୍‌ ସହ ଧସ୍ତାଧସ୍ତି ହୋଇଥିବା ଜଣାଯାଇଛି ।

[caption id="attachment_723847" align="aligncenter" width="650"]kuchinda ରେଳ ଧାରଣାରେ ନାହିଁ ନ ଥିବା ଲୋକ ।[/caption]

Advertisment

ଦକ୍ଷିଣ ପୂର୍ବ ରେଳପଥ ଚକ୍ରଧରପୁର ଡିଭିଜନ ଅନ୍ତର୍ଗତ ବାମରା ଷ୍ଟେସନଠାରେ ହାୱାଡା ଟିଟିଲାଗଡ଼ ସୁପର ଫାଷ୍ଟ ଇସ୍ପାତ ଏକ୍ସପ୍ରେସ,  ପୁରୀ ଯୋଗ ନଗରୀ ଋଷିକେଶ ଉତ୍କଳ ଏକ୍ସପ୍ରେସ,  ଧନବାଦ ଏଲିପି  ଏକ୍ସପ୍ରେସ,  ସମ୍ବଲପୁର ଜମ୍ମୁ-  ତାବି-ମୁରି-ଏକ୍ସପ୍ରେସ,   ଟାଟା ଏର୍ଣ୍ଣାକୁଲମ ଏକ୍ସପ୍ରେସ ଆଦି ଟ୍ରେନର ରହଣି  ନିମନ୍ତେ ଦାବି କରିଛନ୍ତି  ସ୍ଥାନୀୟ ଅଞ୍ଚଳବାସୀ  ଓ ବାମରା ରେଲ କ୍ରିୟାନୁଷ୍ଠାନ କମିଟି ସଦସ୍ୟ।ରାଉରକେଲା ଜଗଦଲପୁର କୋରାପୁଟ ଏକ୍ସପ୍ରେସ, ହାୱଡା ଅହମଦାବାଦ ସୁପରଫାଷ୍ଟ ଏକ୍ସପ୍ରେସ, ରାଜେନ୍ଦ୍ର ନଗର ଦୁର୍ଗ ଏକ୍ସପ୍ରେସର ସ୍ଥାୟୀ ରହଣି ପାଇଁ ମଧ୍ୟ ଦାବି ଜଣାଇଛନ୍ତି। ଦୁଇଟି ନୂତନ ଟ୍ରେନ ରାଉରକେଲା ଜଗଦଲପୁର କୋରାପୁଟ ଏକ୍ସପ୍ରେସ ଓ ସମ୍ବଲପୁର ବନାରସ ଏକ୍ସପ୍ରେସର ରହଣି ଦାବି କରାଯିବା ସହିତ ରେଲୱେ ଲାଇନରେ ଓଭର ବ୍ରିଜ କିମ୍ବା ଭୂତଳ ରାସ୍ତା କରାଯିବାକୁ ଦାବି ରହିଛି।

[caption id="attachment_723848" align="aligncenter" width="650"]train ବାମରା ଷ୍ଟେଶନରେ ଅଟକି ରହିଛି ଟ୍ରେନ୍‌।[/caption]

ସକାଳୁ ଆରମ୍ଭ ହୋଇଥିବା ଆନ୍ଦୋଳନ ମଧ୍ୟାହ୍ନ ସୁଦ୍ଧା ପ୍ରଶମିତ ହୋଇ ନ ଥିବା ବେଳେ ରେଳ ଲାଇନ୍‌ ଉପରେ ବସି ରହିଛନ୍ତି ଆନ୍ଦୋଳନକାରୀ। ନିଜ ଜିଦ୍‌ରେ ଅଟଳ ଥିବା ଆନ୍ଦୋଳନକାରୀଙ୍କୁ ବରିଷ୍ଠ ଅଧିକାରୀ କିପରି ବୁଝାଶୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବେ ତାହା ଉପରେ ସମସ୍ତଙ୍କ ନଜର।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe