Advertisment

ଗଞ୍ଜେଇ ବୋଝେଇ କାର୍‌ରୁ ମିଳିଲା ବୋମା, ଡ୍ରାଇଭର ଛୁ

ଗତକାଲି ରାତିରେ ଠେଲକୁଲି ପୁଲିସ ସମ୍ବଲପୁର-ଝାରସୁଗୁଡ଼ା ରାସ୍ତାର ଖିଣ୍ଡା ଛକ ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ଏକ କାରରୁ ଗଞ୍ଜେଇ ସହ ବୋମା ଜବତ କରିଛି।

ଅଦ୍ୟତନ ହୋଇଛି
Police recover bombs

Police recover bombs

Advertisment

ଗଞ୍ଜେଇ ବୋଝେଇ କାର୍‌ରୁ ମିଳିଲା ବୋମା। ପାଟ୍ରୋଲିଂ ବେଳେ ପୁଲିସ କାର୍‌ରୁ ଗଞ୍ଜେଇ ସହ ବୋମା ଉଦ୍ଧାର କରିଛି। ଏପରି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲାରେ।

Advertisment

ଗତକାଲି ରାତିରେ ଠେଲକୁଲି ପୁଲିସ ସମ୍ବଲପୁର-ଝାରସୁଗୁଡ଼ା ରାସ୍ତାର ଖିଣ୍ଡା ଛକ ନିକଟରେ ପାଟ୍ରୋଲିଂ କରୁଥିଲା। ସେହି ବାଟରେ ଯା’ଆସ କରୁଥିବା ଗାଡ଼ି ଗୁଡ଼ିକୁ ଯାଞ୍ଚ ମଧ୍ୟ କରୁଥିଲେ। ଏହି ସମୟରେ ଏହି କାର୍ ସେହି ରାସ୍ତା ଦେଇ ଯାଉଥିଲା। ହେଲେ ପୁଲିସ୍‌କୁ ଦେଖି ଡ୍ରାଇଭର କିଛି ଦୂରରେ ଗାଡ଼ି ରଖି ନିକଟସ୍ଥ ଜଙ୍ଗଲକୁ ଦୌଡ଼ି ପଳାଇଥିଲେ।

ପରେ ପୁଲିସ କାର୍‌କୁ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ କାର୍‌ରୁ ଗଞ୍ଜେଇ ସହିତ ବୋମା ମିଳିଥିଲା। କାର୍‌ରେ ବୋମା ଦେଖି ପୁଲିସକର୍ମଚାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବୋମାକୁ ନିଷ୍କ୍ରିୟ କରିବାପାଇଁ ବୋମା ନିଷ୍କ୍ରିୟକାରୀ ଟିମ୍‌କୁ ଖବର ଦିଆଯାଇଥିଲା। 

Advertisment

ତେବେ ଏହି କାର୍‌ରେ ଗଞ୍ଜେଇ ଓ ବୋମା କେଉଁଠିକି ଯାଉଥିଲା ଓ କାର୍‌ରେ କେତେ ପରିମାଣରେ ଗଞ୍ଜେଇ ଥିଲା ତାହା ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

Odisha Odisha Police Sambalpur Ganja
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe