Advertisment

ପ୍ରମୋଦଙ୍କୁ ମିଲିଲା ୧.୧୦ କୋଟି ଟଙ୍କା

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ଟୋକିଓ ପାରାଲିମ୍ପିକ୍ସ ବ୍ୟାଡମିଣ୍ଟନ ଇଭେଣ୍ଟର ସିଙ୍ଗଲ୍ସ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିବା ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କୁ ଚାରିଆଡ଼ୁ ଶୁଭେଚ୍ଛା ଓ ପୁରସ୍କାରର ସୁଅ ଛୁଟୁଛି। ଏହି କ୍ରମରେ ସମ୍ବଲୁପର ଏଲଆଇସି ଡିଜିଜନ୍ ପକ୍ଷରୁ ପ୍ରମୋଦଙ୍କୁ ୧ କୋଟି ୧୦ ଲକ୍ଷର ଟଙ୍କାର ଚେକ୍ ପ୍ରଦାନ କରାଯାଇଛି। ସମ୍ବଲପୁରରେ ଅନୁଷ୍ଠିତ ଏକ ସମ୍ବର୍ଦ୍ଧନା ସଭାରେ ପ୍ରମୋଦଙ୍କୁ ଏହି ଚେକ୍ ଦିଆଯାଇଛି। ଅଗଷ୍ଟ-ସେପ୍ଟେମ୍ବରରେ ଟୋକିଓରେ ଆୟୋଜିତ ପାରାଲିମ୍ପିକ୍ସରେ ପ୍ରମୋଦ ଦମଦାର ପ୍ରଦର୍ଶନ କରି ସ୍ୱର୍ଣ୍ଣ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ପ୍ରମୋଦଙ୍କୁ ମିଲିଲା ୧.୧୦ କୋଟି ଟଙ୍କା

pramod

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ଟୋକିଓ ପାରାଲିମ୍ପିକ୍ସ ବ୍ୟାଡମିଣ୍ଟନ ଇଭେଣ୍ଟର ସିଙ୍ଗଲ୍ସ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିବା ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କୁ ଚାରିଆଡ଼ୁ ଶୁଭେଚ୍ଛା ଓ ପୁରସ୍କାରର ସୁଅ ଛୁଟୁଛି। ଏହି କ୍ରମରେ ସମ୍ବଲୁପର ଏଲଆଇସି ଡିଜିଜନ୍ ପକ୍ଷରୁ ପ୍ରମୋଦଙ୍କୁ ୧ କୋଟି ୧୦ ଲକ୍ଷର ଟଙ୍କାର ଚେକ୍ ପ୍ରଦାନ କରାଯାଇଛି। ସମ୍ବଲପୁରରେ ଅନୁଷ୍ଠିତ ଏକ ସମ୍ବର୍ଦ୍ଧନା ସଭାରେ ପ୍ରମୋଦଙ୍କୁ ଏହି ଚେକ୍ ଦିଆଯାଇଛି।

Advertisment

ଅଗଷ୍ଟ-ସେପ୍ଟେମ୍ବରରେ ଟୋକିଓରେ ଆୟୋଜିତ ପାରାଲିମ୍ପିକ୍ସରେ ପ୍ରମୋଦ ଦମଦାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହି ସଫଳତା ପରେ ପ୍ରମୋଦଙ୍କୁ ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧନା ଦିଆଯାଉଛି। ରାଜ୍ୟ ସରକାର ପ୍ରତିଶ୍ରୁତି ପାଳନ କରି ପ୍ରମୋଦଙ୍କୁ ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ୬ କୋଟି ଟଙ୍କା ପ୍ରଦାନ କରିଥିଲେ।

ସେହିପରି ପ୍ରମୋଦଙ୍କ ଏହି ଐତିହାସିକ ସଫଳତା ପାଇଁ କେନ୍ଦ୍ର ସରକାର ତାଙ୍କୁ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ମେଜର୍ ଧ୍ୟାନ ଚାନ୍ଦ 'ଖେଳ ରତ୍ନ' ପୁରସ୍କାର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ପ୍ରମୋଦଙ୍କ ବ୍ୟତୀତ ଆଉ ୧୧ ଜଣ 'ଖେଳ ରତ୍ନ' ପୁରସ୍କାର ପାଇବେ। ପ୍ରମୋଦ ପ୍ରଥମ ଓଡ଼ିଆ କ୍ରୀଡ଼ାବିତ୍ ଭାବେ ‘ଖେଳ ରତ୍ନ’ ପୁରସ୍କାର ପାଇବେ। ଏହା ପୂର୍ବରୁ କୌଣସି ଓଡ଼ିଆଙ୍କୁ ‘ଖେଳ ରତ୍ନ’ରେ ସମ୍ମାନିତ କରାଯାଇନଥିଲା।

Advertisment