Advertisment

କାଲିର ପ୍ରତିଶ୍ରୁତି ଆଜି ଭୁଲିଗଲେ ରେଳ ଅଧିକାରୀ, ମନେ ପକାଇଦେଲେ ଆନ୍ଦୋଳନକାରୀ

କାଲି ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ଆଜି ତାହାକୁ ଭୁଲିଗଲେ। ଭାବିଥିଲେ ଲୋକେ ବି ଭୁଲିଯିବେ। ମାତ୍ର ଆନ୍ଦୋଳନକାରୀ ନଛୋଡ଼ବନ୍ଧା ।

ଅଦ୍ୟତନ ହୋଇଛି
Train Station

Train Station

Advertisment

କାଲି ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ଆଜି ତାହାକୁ ଭୁଲିଗଲେ। ଭାବିଥିଲେ ଲୋକେ ବି ଭୁଲିଯିବେ। ମାତ୍ର ଆନ୍ଦୋଳନକାରୀ ନଛୋଡ଼ବନ୍ଧା । ଗତକାଲି ୧୦ ଘଣ୍ଟା ରେଳ ଲାଇନ୍‌ରେ ବସି ନିଜ ଦାବି ହାସଲ କରିଥିବା ଆନ୍ଦୋଳନକାରୀ ଆଜି ବି ଏଥିପାଇଁ ପାଗ ଭିଡ଼ିଲେ। ଶହ ଶହ ଲୋକ  ଷ୍ଟେଶନରେ ରୁଣ୍ଡ ହେଲେ। ଏହା ଦେଖି ଛାନିଆ ହୋଇଗଲେ ରେଳ ଅଧିକାରୀ। ଆଉ ଆନ୍ଦୋଳନକାରୀଙ୍କ ସବୁ ଦାବି ମାନିନେଲେ। ଫଳରେ ଏଣିକି ବାମରାରେ ରହିବ ଏକ୍ସପ୍ରେସ୍‌ ଟ୍ରେନ୍‌।  

Advertisment

 ବାମରା ଷ୍ଟେସନରେ ଏକ୍ସପ୍ରେସ ଟ୍ରେନ ରହଣୀ ଦାବିରେ ଗତକାଲି ୧୦ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଆନ୍ଦୋଳନ କରିଥିଲେ ବାମରା ରେଳ କ୍ରିୟାନୁଷ୍ଠାନ କମିଟି ସଦସ୍ୟ। ଶେଷରେ ଆନ୍ଦୋଳନକାରୀଙ୍କ ଦାବି ମାନି ନେଇଥିଲେ ଅଧିକାରୀ। ଆଜିଠୁ ପୂର୍ବ ପରି ବାମରାରେ ସବୁ ଟ୍ରେନ୍‌ ରହିବ ବୋଲି ବି କୁହାଯାଇଥିଲା। ହେଲେ ଆଜି ବି ପୂର୍ବ ପରି ଅବସ୍ଥା।

ସକାଳୁ କୌଣସି ଏକ୍ସପ୍ରେସ ଟ୍ରେନ୍‌ ନ ରହିବାରୁ ତାତିଲେ ଲୋକେ । ପୁଣି ଥରେ ରେଳ ଲାଇନରେ ବସିବା ସହ ଟିକେଟ ଘର ଓ ସିଗନାଲ ଘରେ ତାଲା ପକାଇଦେଲେ। ଫଳରେ ଟ୍ରେନ୍‌ ଚଳାଚଳ ବ୍ୟାହତ ହେବାରୁ ସଙ୍ଗେସଙ୍ଗେ ଆନ୍ଦୋଳନକାରୀଙ୍କ ଦାବି ମାନି ନେଇଛନ୍ତି ରେଳ ବିଭାଗ ଅଧିକାରୀ। ଏଣିକି ବାମରାରେ ରହିବ ସବୁ ଏକ୍ସପ୍ରେସ ଟ୍ରେନ୍‌। ଏନେଇ ଚକ୍ରଧରପୁର ରେଲୱେ DRM ବାମରା ଷ୍ଟେସନ ମ୍ୟାନେଜରଙ୍କୁ ଲିଖିତ ଭାବେ ନିର୍ଦ୍ଦେଶ ଦେଇଛନ୍ତି ।

Advertisment

ପୂର୍ବରୁ ବାମରାରେ ୧୨ଟି ଟ୍ରେନ ରହୁଥିବା ବେଳେ କରୋନା ସମୟରେ ଏହି ସଂଖ୍ୟା ୩କୁ ଖସି ଆସିଲା। ମାତ୍ର କରୋନା ସ୍ଥିତି ସ୍ୱାଭାବିକ ହେବା ପରେ ବି ଏହି ସଂଖ୍ୟାକୁ ଆଉ ବଢ଼ା ଗଲାନି। ଏନେଇ କେହି ନ ଶୁଣିବାରୁ ଗତକାଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରାୟ ୧୦ ଘଣ୍ଟା କାଳ ଆନ୍ଦୋଳନ ହୋଇଥିଲା। 

ଏହାପରେ ଆନ୍ଦୋଳନକାରୀଙ୍କ ଦାବି ମାନି ଏଥର ସବୁ ଟ୍ରେନ୍‌ ବାମରାରେ ରହିବ ବୋଲି ଘୋଷଣା କଲେ ଅଧିକାରୀ। ମାତ୍ର ଏହା କାଗଜକଲମରେ ସୀମିତ ହୋଇଥିବା ବେଳେ ଆଜି ପୂର୍ବ ପରି ଟ୍ରେନ୍‌ଗୁଡ଼ିକ ବାମରାରେ ରହି ନ ଥିଲା।

ଏହାଦେଖି ସକାଳୁ ଭିନ୍ନ ସ୍ଥାନକୁ ଯିବାକୁ ଲକ୍ଷ୍ୟ ରଖିଥିବା ଲୋକେ ତାତି ପୁଣି ଥରେ ରେଳ ଲାଇନ୍‌କୁ ଓହ୍ଲାଇଥିଲେ। ଏଥିଯୋଗୁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଶେଷରେ ବାମରାରେ ଟ୍ରେନ୍‌ ରହଣୀ ନିମନ୍ତେ ଅଧିକାରୀ ଗ୍ରାନ ସିଗନାଲ ଦେବା ପରେ ସ୍ୱାଭାବିକ ହୋଇଛି ଟ୍ରେନ୍‌ ଚଳାଚଳ ।

Sambalpur Strike Train
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe