Advertisment

ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି; ସମ୍ୱଲପୁର ଉତ୍ତପ୍ତ ସହର

ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

author-image
Manoranjan Sial
Heat Wave

Heat Wave

ଆଜି ରାଜ୍ୟରେ ଅସହ୍ୟ ତାତି ଅନୁଭୁତ ହୋଇଛି। ତେବେ ପଶ୍ଚିମ ଓଡ଼ିଶାରେ ହୋଇଛି ଅସମ୍ଭାଳ ପରିସ୍ଥିତି। ସମ୍ୱଲପୁର ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ଆଜି ଏଠାରେ ୪୪.୬ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି। ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ସୋନପୁରରେ ୪୪.୬ ଡିଗ୍ରୀ, ଝାରସୁଗୁଡ଼ାରେ ୪୪.୨ ଡିଗ୍ରୀ, ହୀରାକୁଦରେ ୪୩.୯ ଡିଗ୍ରୀ, ବାରିପଦାରେ ୪୩.୫ ଡିଗ୍ରୀ, ସୁନ୍ଦରଗଡ଼ରେ ୪୩.୫ ଡିଗ୍ରୀ, ବରଗଡ଼ରେ ୪୩.୫ ଡିଗ୍ରୀ, ରାଉରକେଲାରେ ୪୩.୧ ଡିଗ୍ରୀ, ତାଳଚେରରେ ୪୩.୦ ଡିଗ୍ରୀ, ବଲାଙ୍ଗିରରେ ୪୨.୫ ଡିଗ୍ରୀ, ଅନୁଗୋଳରେ ୪୨.୧ ଡିଗ୍ରୀ, କଟକରେ ୪୧.୬ ଡିଗ୍ରୀ, ଭୁବନେଶ୍ୱରରେ ୪୧.୬ ଡିଗ୍ରୀ, ଟିଟିଲାଗଡ଼ରେ ୪୧.୫ ଡିଗ୍ରୀ, ଚାନ୍ଦବାଲିରେ ୪୧.୦ ଡିଗ୍ରୀ, କେନ୍ଦୁଝରରେ ୪୧.୦ ଡିଗ୍ରୀ, ଦେବଗଡ଼ରେ ୪୧.୦ ଡିଗ୍ରୀ, କେନ୍ଦ୍ରାପଡ଼ାରେ ୪୧.୦ ଡିଗ୍ରୀ, ଢେଙ୍କାନାଳରେ ୪୦.୯ ଡିଗ୍ରୀ ଓ ଭବାନୀପାଟଣାରେ ତାପମାତ୍ରା ୪୦.୫ ଡିଗ୍ରୀ ରେକର୍ଡ କରାଯାଇଛି।

Advertisment

ସେହିପରି ନୂଆପଡ଼ାରେ ୪୦.୪ ଡିଗ୍ରୀ, ଭଦ୍ରକରେ ୪୦.୦ ଡିଗ୍ରୀ, ଯାଜପୁରରେ ୪୦.୦ ଡିଗ୍ରୀ, ଫୁଲବାଣୀରେ ୩୯.୫ ଡିଗ୍ରୀ, ମାଲକାନଗିରିରେ ୩୯.୫ ଡିଗ୍ରୀ, ଖୋର୍ଦ୍ଧାରେ ୩୯.୫ ଡିଗ୍ରୀ, ଜଗତସିଂହପୁରରେ ୩୯.୫ ଡିଗ୍ରୀ, ଛତ୍ରପୁରରେ ୩୯.୦ ଡିଗ୍ରୀ, ନୟାଗଡ଼ରେ ୩୮.୮ ଡିଗ୍ରୀ, ନବରଙ୍ଗପୁରରେ ୩୮.୬ ଡିଗ୍ରୀ, ବାଲେଶ୍ୱରରେ ୩୮.୫ ଡିଗ୍ରୀ, ବ୍ରହ୍ମପୁରରେ ୩୮.୫ ଡିଗ୍ରୀ, କୋରାପୁଟରେ ୩୮.୦ ଡିଗ୍ରୀ, ପୁରୀରେ ୩୭.୨ ଡିଗ୍ରୀ, ଗୋପାଳପୁରରେ ୩୬.୬ ଡିଗ୍ରୀ, ପାରାଦୀପରେ ୩୫.୬ ଡିଗ୍ରୀ ଓ ଦାରିଙ୍ଗବାଡ଼ିରେ ତାପମାତ୍ରା ୩୫.୫ ଡିଗ୍ରୀ ରେକର୍ଡ କରାଯାଇଛି।

Heat Wave Heat Wave In Odisha Weather Report