Advertisment

ସମ୍ବଲପୁର ହିଂସା: ୪୯ ଜଣ ଗିରଫ ହୋଇଛନ୍ତି, ଆଉ ୫୦ ଜଣଙ୍କୁ ଗିରଫ କରିବୁ - ଏସ୍‌ପି

ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟଠୁ ଅଶାନ୍ତ ହୋଇପଡ଼ିଥିବା ସମ୍ବଲପୁରରେ ଗିରଫ ସଂଖ୍ୟା ବଢ଼ିବାରେ ଲାଗିଛି।

SP B. Gangadhar

SP B. Gangadhar

Advertisment

ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟଠୁ ଅଶାନ୍ତ ହୋଇପଡ଼ିଥିବା ସମ୍ବଲପୁରରେ ଗିରଫ ସଂଖ୍ୟା ବଢ଼ିବାରେ ଲାଗିଛି। ପଥର ମାଡ଼ ଓ ଦୋକାନ ପୋଡ଼ା ଘଟଣାରେ ୪୯ ଗିରଫ କରାଯାଇଥିବା ବେଳେ ଏଥିରେ ସମ୍ପୃକ୍ତ ଆଉ ୫୦ ଜଣଙ୍କୁ ଗିରଫ କରାଯିବ ବୋଲି ସମ୍ବଲପୁର ଏସ୍‌ପି ବି. ଗଙ୍ଗାଧର କହିଛନ୍ତି। 

Advertisment

ସେ କହିଛନ୍ତି, ହନୁମାନ ଜୟନ୍ତୀ ବାଇକ ଶୋଭାଯାତ୍ରା ବେଳେ ପଥର ମାଡ଼ ଘଟଣାରେ ୨୬ ଗିରଫ ହୋଇଛନ୍ତି। ଗତକାଲିର ଶୋଭାଯାତ୍ରା ବେଳେ ଭଙ୍ଗାରୁଜା ଓ ପୋଡ଼ାଜଳା ଘଟଣାରେ ୨୩ ଗିରଫ ହୋଇଛନ୍ତି। ଏହି ଦୁଇ ଘଟଣାରେ ସମ୍ପୃକ୍ତ ଥିବା ନେଇ ଆଉ ୫୦ ଜଣଙ୍କୁ ଚିହ୍ନଟ କରାଯାଇଛି। ଆଜି ରାତିରେ ସମସ୍ତଙ୍କୁ ଧରିବା ଯୋଜନା ରହିଛି।

ସେହିପରି ଗତକାଲିର ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୬ ଗିରଫ ହୋଇଛନ୍ତି। ତେବେ ଏହା ପଛର କାରଣ ଏବେ କହିବା ଠିକ୍ ହେବନି। କାରଣ ଘଟଣାର ତଦନ୍ତ ଚାଲୁଛି।

Advertisment
Sambalpur Sambalpur Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe