ସମ୍ବଲପୁର ହିଂସା: ମୋତିଝରଣ ଅଞ୍ଚଳ କୋଠା ଓ ଘର ଉପରୁ ହୋଇଥିଲା ପଥର ମାଡ଼

ସମ୍ବଲପୁରରେ ଡେରା ପକାଇଥିବା ପୁଲିସ ଡିଜି ସୁନୀଲ ବଂଶଲ ସ୍ଥିତି ସମୀକ୍ଷା ପରେ କହିଛନ୍ତି, ଗତ ୧୪ ତାରିଖ ପରଠୁ ସହରରେ ଆଉ କୌଣସି ଅପ୍ରୀତିକାର ସ୍ଥିତି ଉପୁଜିନି।

Sambalpur night curfew PhotoOR

ସମ୍ବଲପୁରରେ ରାତି କର୍ଫ୍ୟୁ, ରାସ୍ତା ଶୂନଶାନ।

Niranjan Mishra
  • Published: Sunday, 16 April 2023
  • Updated: 16 April 2023, 08:36 PM IST

ସମ୍ବଲପୁର ସହରରେ ହନୁମାନ ଜୟନ୍ତୀ ବାଇକ୍‌ ରାଲି ଉପରେ କିଏ ଆରମ୍ଭ କରିଥିଲା ଟେକାପଥର ମାଡ଼? କେଉଁ ପଟୁ ହୋଇଥିବା ପ୍ରଥମ ଆକ୍ରମଣ ? ପୁଲିସ ପାଇଛି ତାହାର ସୁରାକ। ଖାଲି ପାଇନି, ତଥ୍ୟ ପ୍ରମାଣକୁ ଭିତ୍ତି କରି ଗିରଫ ସଂଖ୍ୟା ଶହେ ଛୁଇଁବାକୁ ବସିଲାଣି।

ଏନେଇ ଏସ୍‌ପି ବି. ଗଙ୍ଗାଧର କହିଛନ୍ତି, ଗତ ବୁଧବାର ଓ ଶୁକ୍ରବାର ଯାହା ଘଟିଯାଇଥିଲା, ତାହା ପୂର୍ବ ଯୋଜନା ଭଳି ଜଣାପଡୁଛି। ଯେଉଁମାନେ ବି ଏଥିରେ ସଂପୃକ୍ତ, ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଏହାଭିତରେ ୧୨ ତାରିଖ ଘଟଣାରେ ୨୬ ଓ ୧୪ ତାରିଖ ଘଟଣାରେ ୫୩ ଜଣଙ୍କୁ ଗିରଫ କରାଯାଇଛି। ବାଇକ ରାଲି ଉପରେ ମୋତିଝରଣ ଅଞ୍ଚଳର ଯେଉଁ ସବୁ କୋଠା ଓ ଘର ଉପରୁ ପଥର ମାଡ଼ ହୋଇଥିଲା, ସେଗୁଡ଼ିକ ଚିହ୍ନଟ ସରିଛି। ଏସବୁ ଘର ସରକାରୀ ଜାଗାରେ ଥିଲେ ଓ ସେହି ଘରର ସଦସ୍ୟ ଅପରାଧିକ କାର୍ଯ୍ୟକଳାପରେ ସଂପୃକ୍ତ ଥିଲେ, ସେ ଘରକୁ ଭଙ୍ଗାଯିବ ବୋଲି କହିଛନ୍ତି ଏସପି।

Also Read

ସେପଟେ ଏହି ଘଟଣା ପରେ ପ୍ରଶାସନିକ ଉଦ୍ୟମରୁ ଶାନ୍ତ ହେଉଛି ଅଶାନ୍ତ ସମ୍ବଲପୁର। ଶାନ୍ତି ଫେରୁଛି ଧିରେ ଧିରେ। କର୍ଫ୍ୟୁ ଯୋଗୁ ଲୋକେ ଗୃହବନ୍ଦୀ। ଏହା ସତ୍ତ୍ୱେ ସ୍ୱାଭାବିକ ହେଉଛି ଜନଜୀବନ। କର୍ଫ୍ୟୁ ଲାଗିବାର ୩୬ ଘଣ୍ଟା ପୂରିଥିବା ବେଳେ ଏକପ୍ରକାର ନିୟନ୍ତ୍ରଣାଧିନ ସମ୍ବଲପୁରର ଆଇନଶୃଙ୍ଖଳା ସ୍ଥିତି। ତଥାପି ସହରର ପ୍ରମୁଖ ସ୍ଥାନଗୁଡ଼ିକରେ ରହିଛି ପୁଲିସ ଛାଉଣୀ। ରହିଛି।

ତେଣେ ସମ୍ବଲପୁରରେ କାଲିଠୁ ସକାଳ ୭ଟା ୩୦ରୁ ପୂର୍ବାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ ଓ ଅପରାହ୍ନ ୩ଟା ୩୦ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ହେବ। କର୍ଫ୍ୟୁ ବେଳେ ଲାଗୁଥିବା ଅନ୍ୟ ସମସ୍ତ କଟକଣା ପୂର୍ବପରି ବଳବତ୍ତର ରହିବ। ଏନେଇ ସମ୍ବଲପୁର ଉପଜିଲ୍ଲାପାଳଙ୍କ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।

ଆଜି ବିଭିନ୍ନ କମ୍ପିଟେଟିଭ୍ ଏକଜାମ ଥିବାରୁ ପରୀକ୍ଷା କେନ୍ଦ୍ରକୁ ଯିବା ଓ ଆସିବା ସମୟରେ କର୍ଫ୍ୟୁକୁ ସାମାନ୍ୟ କୋହଳ କରାଯାଇଥିଲା। ବସଷ୍ଟାଣ୍ଡ ଓ ରେଳଷ୍ଟେସନରୁ ସ୍ୱତନ୍ତ୍ର ବସର ବ୍ୟବସ୍ଥା ହୋଇଥିଲା। ଅପରପକ୍ଷେ କାଲି ଭଳି ଆଜି ବି ସକାଳେ ଓ ଅପରାହ୍ନରେ ୨ ଘଣ୍ଟା ଲେଖାଏଁ କୋହଳ ହୋଇଥିଲା କର୍ଫ୍ୟୁ। ତା’ପରଠୁ କିନ୍ତୁ କଡ଼ା ପହରା। ଲକ୍ଷ୍ମୀ ଟକିଜ ଛକରୁ ଗେଇଟି ଟକିଜ ରୋଡ୍, ଗୋଲବଜାର ଛକରୁ ଭିଏସଏସ୍ ମାର୍ଗ। ଦୋକାନ ବଜାର ଭଙ୍ଗାରୁଜା ସହ ପୋଡ଼ା ଜଳା ହୋଇଥିବା ଅଞ୍ଚଳକୁ ଯାଇ ଅନୁଧ୍ୟାନ କରିଛନ୍ତି ଉତ୍ତରାଞ୍ଚଳ ଆଇଜି ଓ ସମ୍ବଲପୁର ମହାନଗର ଡେପୁଟି କମିଶନର।

ସମ୍ବଲପୁରରେ ଡେରା ପକାଇଥିବା ପୁଲିସ ଡିଜି ସୁନୀଲ ବଂଶଲ ସ୍ଥିତି ସମୀକ୍ଷା ପରେ କହିଛନ୍ତି, ଗତ ୧୪ ତାରିଖ ପରଠୁ ସହରରେ ଆଉ କୌଣସି ଅପ୍ରୀତିକାର ସ୍ଥିତି ଉପୁଜିନି। ତଥାପି ଶାନ୍ତିଶୃଙ୍ଖଳା ବଜାୟ ପାଇଁ କର୍ଫ୍ୟୁ ବଳବତ୍ତର ରଖାଯାଇଛି। ଦିନେ ଦୁଇ ଦିନ ଭିତରେ ସ୍ଥିତିରେ ସୁଧାର ଆସିଲେ ସମ୍ପୂର୍ଣ୍ଣ କର୍ଫ୍ୟୁକୁ ହଟାଇ ଦିଆଯିବ।

ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ କହିଛନ୍ତି, ସ୍ଥିତି ଶାନ୍ତ ହେଲାଭଳି ଲାଗୁଛି। ତଥାପି ପୁଲିସ ଓ ଜିଲ୍ଲା ପ୍ରଶାସନ ସଜାଗ ରହିଛି। ପରିସ୍ଥିତିକୁ ଅନୁଧ୍ୟାନ କରି କର୍ଫ୍ୟୁ ଉଠାଇବା ଉପରେ ପଦକ୍ଷେପ ନିଆଯିବ।

ସେପଟେ ସମ୍ବଲପୁରରେ ସ୍ଥିତି ସମୀକ୍ଷା କରିଛନ୍ତି ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ। ସମ୍ବଲପୁର ଆରଡିସିଙ୍କ ସମ୍ମିଳନୀ କକ୍ଷରେ ଆରଡିସିଙ୍କ ସମେତ ଜିଲ୍ଲାପାଳ, ସମ୍ବଲପୁର ମହାନଗର ନିଗମ କମିଶନର, ଏଡିଏମ, ଉପଜିଲ୍ଲାପାଳ, ତହସିଲଦାର ପ୍ରମୁଖ ଅଧିକାରୀଙ୍କ ସହ ଘଟଣା ସଂପର୍କରେ ଆଲୋଚନା କରିଛନ୍ତି।

ଶ୍ରୀ ସାହୁ କହିଛନ୍ତି, ବିଗତ ୪୮ ଘଣ୍ଟାରେ ସେମିତି କିଛି ଘଟିନି। ସ୍ଥିତିକୁ ଶୀଘ୍ର କିପରି ସ୍ୱାଭାବିକ କରାଯାଇପାରିବ ସେଥିନିମନ୍ତେ ଚେଷ୍ଟା ଚାଲିଛି। ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କ ସହ ବୈଠକମାନ କରାଯାଇ ଏନେଇ ଆଲୋଚନା ଜାରି ରହିଛି। ଆସନ୍ତାକାଲି ମଧ୍ୟ ଏଭଳି ବୈଠକ କରାଯିବ।

ତେବେ କାହିଁକି ଘଟିଗଲା ଏତେବଡ଼ ଅଘଟଣ ? କେଉଁଠି ରହିଲା ତ୍ରୁଟି ? ଏଯାଏଁ ସତ ସାମ୍ନାକୁ ଅଣାଯାଇନଥିବାବେଳେ ଏଭଳି ହିଂସାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ। ରାଜ୍ୟ ସରକାର ତୁଷ୍ଟିକରଣ ରାଜନୀତି କରୁଛନ୍ତି ବୋଲି ଗିରିରାଜ ଅଭିଯୋଗ କରିଛନ୍ତି। ଜବାବରେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଛି, ସମ୍ବେଦନଶୀଳ ଘଟଣାରେ କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ବିବୃତି ଦୁର୍ଭାଗ୍ୟଜନକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story