Advertisment

ସରିଲା ବିବାହ: ଆଜି ଦେବ ଦମ୍ପତିଙ୍କ ଯୁଗଳ ଦର୍ଶନ

ଆଜି ଦେବ ଦମ୍ପତ୍ତିଙ୍କର ଯୁଗଳ ଦର୍ଶନ ଶୋଭାଯାତ୍ରା ବାହାରିବ।

ଅଦ୍ୟତନ ହୋଇଛି
Sitalsasthi

Sitalsasthi

Advertisment

ଶୀତଳଷଷ୍ଠୀ ଅବସରରେ ଦେବ ଦମ୍ପତିଙ୍କ ବିବାହ ସମ୍ପନ୍ନ ହୋଇଛି। ଦେବ ଦେବ ମହାଦେବ ଧରିଛନ୍ତି ଦେବୀ ପାର୍ବତୀଙ୍କ ହାତ। ପାରମ୍ପରିକ ରୀତିନୀତି ସହ ବେଦିରେ ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣରେ ବାହାଘର ହୋଇଛି। ସକାଳ ସୁଦ୍ଧା କିଛି ପଡାରେ ବିବାହ ସମ୍ପନ୍ନ ହୋଇଥିବା ବେଳେ ଆଉ କିଛି ପଡାରେ ବିବାହ ଚାଲିଛି । ଆଜି ଦେବ ଦମ୍ପତ୍ତିଙ୍କର ଯୁଗଳ ଦର୍ଶନ ଶୋଭାଯାତ୍ରା ବାହାରିବ।

Advertisment

ଗତକାଲି ବିଳମ୍ବିତ ରାତିରେ ବିଭିନ୍ନ ଶିବାଳୟରୁ ଭୋଲାବାବା ବରଯାତ୍ରୀମାନଙ୍କୁ ସାଙ୍ଗରେ ଧରି ବିବାହ ଶୋଭାଯାତ୍ରାରେ ବାହାରିଥିଲେ। ଏଥିପାଇଁ
ଭୋଲାବାବାଙ୍କୁ ବିଭିନ୍ନ ପ୍ରକାର ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାରରେ ସଜ୍ଜିତ ବିମାନରେ ଆସୀନ କରାଯାଇଥିଲା। ପରେ ମହା ଆଳତି ଓ ବନ୍ଦାପନା ହୋଇଥିଲା। ବାଜା, ବାଣ ଓ ରୋଷଣୀ ସହ ନାଚଗୀତରେ ଶୋଭାଯାତ୍ରା କନ୍ୟାଘର ଅଭିମୁଖେ ଯାଇଥିଲା।

ଖୁବ ଜାକଜମକରେ ବିବାହ ଶୋଭାଯାତ୍ରା ଗୋଟିଏ ପରେ ଗୋଟିଏ ପଡା ଅତିକ୍ରମ କରି କନ୍ୟା ଘରେ ପହଞ୍ଚିଥିଲା। ବାଟବରଣୀ ପରେ ବୈଦିକ ରୀତିନୀତିରେ ଦେବ ଦମ୍ପତିଙ୍କ ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା।

Advertisment
Sambalpur Sitalsasthi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe