Advertisment

ସମ୍ବଲପୁରରେ କୋହଳ ହେଲା କର୍ଫ୍ୟୁ, ଗିରଫ ସଂଖ୍ୟା ୮୫କୁ ବୃଦ୍ଧି

ଗତ ୧୨ ତାରିଖ ରାତିରେ ହନୁମାନ ଜୟନ୍ତୀ ପାଇଁ ବାଇକ ରାଲି ଶୋଭାଯାତ୍ରା ବେଳେ ସମ୍ବଲପୁର ସହରରେ ଦୁଇଗୋଷ୍ଠୀ ଭିତରେ ଗଣ୍ଡଗୋଳ ହୋଇଥିଲା

ଅଦ୍ୟତନ ହୋଇଛି
sambalpur

sambalpur

Advertisment

ସମ୍ବଲପୁରରେ ଆଜିଠୁ କୋହଳ ହୋଇଛି କର୍ଫ୍ୟୁ। ସମ୍ବଲପୁର ସହରରେ ସ୍ଥିତିରେ ସୁଧାର ଆସୁଥିବା ଦେଖି ଲାଗୁ ହୋଇଥିବା କର୍ଫ୍ୟୁକୁ ପୁଣି କୋହଳ କରିଛି ଜିଲ୍ଲା ପ୍ରଶାସନ। ସକାଳେ ଏବଂ ଅପରାହ୍ନରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ପୂର୍ବରୁ ଯେଉଁ ୨ ଘଣ୍ଟିଆ କୋହଳ କରାଯାଇଥିଲା। ପରେ ତାର ସମୟ ଅବଧିକୁ ଆହୁରି ବଢ଼ାଇ ଦିଆଯାଇଛି। ସକାଳ ସାଢ଼େ ୭ରୁ ସାଢ଼େ ୧୧ ଏବଂ ଅପରାହ୍ନରେ ସାଢ଼େ ୩ଟାରୁ ସଂଧ୍ୟା ୬ଟା ଯାଏଁ କର୍ଫ୍ୟୁକୁ କୋହଳ କରାଯାଇଛି। ସାଧାରଣ ଲୋକଙ୍କ ଜୀବନଯାତ୍ରାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ।

Advertisment

ଅନ୍ୟପକ୍ଷରେ ସମ୍ବଲପୁର ହିଂସା ଘଟଣାରେ ଗିରଫଦାରୀ ସଂଖ୍ୟା ଆଉ ୬କୁ ବୃଦ୍ଧି ପାଇଛି । ୧୨ ତାରିଖ ପଥରମାଡ଼ ପାଇଁ ୩ ଗିରଫ ହୋଇଥିବା ବେଳେ ୧୪ରେ ଦୋକାନ ଭଙ୍ଗାରୁଜା ପାଇଁ ଆଉ ୩ ଗିରଫ ହୋଇଛନ୍ତି । ଏହି ୬ ଜଣ ଗିରଫଙ୍କୁ ମିଶାଇ ମୋଟ ଗିରଫଦାରୀ ସଂଖ୍ୟା ୮୫ରେ ପହଞ୍ଚିଛି। ହିଂସାକାଣ୍ଡ ସମୟର ସିସିଟିଭି ଫୁଟେଜକୁ ନେଇ ଛାନଭିନ ଚଳାଇଛି ସମ୍ବଲପୁର ପୁଲିସ ।

ସୂଚନାଯୋଗ୍ୟ, ଗତ ୧୨ ତାରିଖ ରାତିରେ ହନୁମାନ ଜୟନ୍ତୀ ପାଇଁ ବାଇକ ରାଲି ଶୋଭାଯାତ୍ରା ବେଳେ ସମ୍ବଲପୁର ସହରରେ ଦୁଇଗୋଷ୍ଠୀ ଭିତରେ ଗଣ୍ଡଗୋଳ ହୋଇଥିଲା। ପୁଲିସ୍‌ ଏହାକୁ ଅଟକାଇବାକୁ ଚେଷ୍ଟା କରିବାରୁ ଉତ୍ତ୍ୟକ୍ତ ଲୋକେ ପୁଲିସ ଉପରକୁ ପଥର ମାଡ଼ କରିଥିଲେ। ଏଥିରେ ଅତିରିକ୍ତ ଏସ୍ପି ଓ ଧନୁପାଲି ଆଇଆଇସିଙ୍କ ସମେତ ୧୦ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଏହି ଘଟଣାପରଠୁ ସମ୍ବଲପୁରରେ ଉତ୍ତେଜନା ଲାଗି ରହିଥିଲା। ଉତ୍ତ୍ୟକ୍ତ ଲୋକମାନେ ଦୋକାନ ପୋଡ଼ାଜଳା କରିବା ସହ ଭଙ୍ଗାରୁଜା କରିଥିଲେ। ଏହାକୁ ଦୃଷ୍ଟିରେ ସମ୍ବଲପୁରରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦିଆଯାଇଥିଲା।

Advertisment
Odisha Police Sambalpur Sambalpur Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe