Advertisment

କଲରାପତରିଆ ବାଘ ଚମଡ଼ା ଡିଲ୍‌ ବେଳେ ମାଡ଼ି ବସିଲା ଏସ୍‌ଟିଏଫ୍‌

ନାକଟିଦେଉଳ ଥାନା ପେଣ୍ଠବାହାଳ ନିକଟସ୍ଥ ଚମ୍ପାଳି ନଦୀ ନିକଟରେ କଲରାପତରିଆ ବାଘ ଛାଲ ବିକ୍ରି ପାଇଁ ଡିଲ୍‌ ଚାଲିଥିଲା। କୌଣସି ସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚର ଏସଟିଏଫ ଟିମ୍ ସେଠାରେ ଅଚାନକ ଚଢ଼ଉ କରିଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
Tiger

Tiger

କଲରାପତରିଆ ବାଘ ଚମଡ଼ା ଡିଲ୍‌ ବେଳେ ମାଡ଼ି ବସିଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌। ବାଘ ଚମଡ଼ା ଜବତ କରିବା ସହିତ ଏହି ମାମଲାରେ ଜଣେ ଗିରଫ କରି କୋର୍ଟ ଚାଲାଣ କରିଛି। ଏପରି ଖବର ସମ୍ବଲପୁର ଜିଲ୍ଲାରୁ ଆସିଛି।

Advertisment

ନାକଟିଦେଉଳ ଥାନା ପେଣ୍ଠବାହାଳ ନିକଟସ୍ଥ ଚମ୍ପାଳି ନଦୀ ନିକଟରେ କଲରାପତରିଆ ବାଘ ଛାଲ ବିକ୍ରି ପାଇଁ ଡିଲ୍‌ ଚାଲିଥିଲା। କୌଣସି ସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚର ଏସଟିଏଫ ଟିମ୍ ସେଠାରେ ଅଚାନକ ଚଢ଼ଉ କରିଥିଲା। ଘଟଣା ସ୍ଥଳରୁ ଏସ୍‌ଟିଏଫ୍‌ ବାଘ ଛାଲ ଜବତ କରିବା ସହ ନାକଟିଦେଉଳ ହରିଜନପଡାର ବାବୁଲି ନାଏକକୁ ଗିରଫ କରିଛି। ଅଧିକ ପରୀକ୍ଷା ପାଇଁ ବାଘ ଚମଡ଼ାକୁ ଡେରାଡୁନ ପଠାଯାଇଛି। ତେବେ ଏହି ଗ୍ୟାଙ୍ଗରେ ଆଉ କାହାର ହାତ ରହିଛି, ତାହା ଉପରେ ଏସ୍‌ଟିଏଫ୍‌ ତଦନ୍ତ ଚଳାଇଛି।

ସେପଟେ ଶିମିଳିପାଳ ଅଭୟାରଣ୍ୟ ସଂଲଗ୍ନ ବାରିପଦା ବନଖଣ୍ଡର କପ୍ତିପଦା ରେଞ୍ଜରୁ ଗୋଟିଏ ଦନ୍ତାହାତୀର ମୃତଦେହ ଉଦ୍ଧାର ହୋଇଛି। ଗାଁ ଲୋକଙ୍କଠାରୁ ଖବର ପାଇ ବନ ବିଭାଗ ହାତୀର ମୃତଦେହ ଉଦ୍ଧାର ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ମୃତ ହାତୀଟି ଅଣ୍ଡିରା ହୋଇଥିବା ବେଳେ ବୟସ ପ୍ରାୟ ୧୦ରୁ ୧୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ହାତୀର ଦାନ୍ତ କେହି କାଟିନଥିବା ବେଳେ ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବାରିପଦା ଡିଏଫଓ କହିଛନ୍ତି।

Advertisment
Sambalpur STF Forest