Advertisment

ହନୁମାନ ଜୟନ୍ତୀ ବାଇକ ରାଲି ବେଳେ ହିଂସା; ଏଏସ୍‌ପି, ଆଇଆଇସିଙ୍କ ସମେତ ୧୦ ଆହତ

ପଥର ମାଡ଼ରେ ଅତିରିକ୍ତ ଏସପି ଓ ଧନୁପାଲି ଆଇଆଇସିଙ୍କ ସମେତ ୧୦ ପୁଲିସ ଆହତ ହୋଇଛନ୍ତି।

author-image
Niranjan Mishra
ଅଦ୍ୟତନ ହୋଇଛି
injured Police

injured Police

ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଇଁ ବାଇକ ରାଲି ବେଳେ ପଥର ମାଡ଼। ପଥର ମାଡ଼ରେ ଅତିରିକ୍ତ ଏସପି ଓ ଧନୁପାଲି ଆଇଆଇସିଙ୍କ ସମେତ ୧୦ ପୁଲିସ ଆହତ ହୋଇଛନ୍ତି। ଗୁରୁତର ଥିବା ଧନୁପାଲି ଆଇଆଇସିଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Advertisment

ଧନୁପାଲି ଛକରୁ ରାଲି ଗଲା ବେଳେ ଦୁଇଗୋଷ୍ଠୀ ଭିତରେ ଉତ୍ତେଜନା ଦେଖାଦେଇଥିଲା। ଏହାକୁ ଅଟକାଇବାକୁ ଚେଷ୍ଟା କରିବା ବେଳେ ପୁଲିସ ଉପରେ ପଥର ମାଡ଼ ହୋଇଛି।

Violenceସମ୍ବଲପୁର ହିଂସା

ଉତ୍ତ୍ୟକ୍ତ ଲୋକେ ଦୋକାନ ଜାଳିବା ସହ କାର୍, ବାଇକ ଜାଳି ଦେଇଛନ୍ତି। ଏହାକୁ ନେଇ ସମ୍ବଲପୁରରେ ଉତ୍ତେଜନା ବଡ଼ ରୂପ ଧାରଣ କରିଛି। ଜିଲ୍ଲା ସ୍କୁଲ ଛକରୁ ଭିଜିଲାନ୍ସ ଅଫିସ୍‌ ଛକ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା ଓ ପୋଡ଼ାଜଳାର ଦୃଶ୍ୟ ଦେଖିବାକୁ ମିଳିଛି। ପୁଲିସ ପକ୍ଷରୁ ଶାନ୍ତି ରକ୍ଷା ନିମନ୍ତେ ସଶସ୍ତ୍ର ଫୋର୍ସ ମୁତୟନ କରାଯାଇଛି।

Advertisment

ସୂଚନା ମୁତାବକ, ଗୋବିନ୍ଦ ତଲା ଛକରୁ ଏହି ବାଇକ ଶୋଭାଯାତ୍ରା ବାହାରିଥିଲା। ଯାହା ଜେଲ୍ ଛକ, ଧନୁପାଲି ଥାନା ଛକ, ମୋତିଝରଣ ଛକ, ସାକ୍ଷୀପଡ଼ା, ଲକ୍ଷ୍ମୀ ଟକିଜ, ମୋଦିପଡ଼ା ଦେଇ ସହର ପରିକ୍ରମା କରିବାର ଥିଲା। ହେଲେ ଧନୁପାଲି ଥାନା ଛକରେ ଦୁଇ ଗୋଷ୍ଠୀ ମଧ୍ୟରେ ପଥର ମାଡ଼ ହୋଇଥିଲା। ଏହି ଛକରେ ଥିବା ମସଜିଦ୍ ପାର୍ଶ୍ୱରୁ ଗୋଟିଏ ଗୋଷ୍ଠୀ ପଥର ମାଡ଼ କରିଥିବା ବେଳେ ଅପରପାର୍ଶ୍ୱରୁ ବାଇକ୍ ରାଲିରେ ଯାଉଥିବା ଗୋଷ୍ଠୀ ପଥର ମାଡ଼ କରିଥିଲା।

ବାଇକ୍‌ ରାଲି କରୁଥିବା ଗୋଷ୍ଠୀର କହିବା କଥା ପୁଲିସ ଏହି ଛକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ନ ଥିଲା। ଗତ ୮ ତାରିଖ ରାଲି ବେଳେ ଯେପରି ଭାବେ ଦଉଡି ବାନ୍ଧି କର୍ଡନ୍ କରାଯାଉଥିଲା ସେପରି କରାଯାଇ ନ ଥିଲା। ତେଣୁ କିଛି ଲୋକେ ରାଲି ଭିତରେ ପଶି ବିଶୃଙ୍ଖଳା କରିବାରୁ ଏଭଳି ଘଟଣା ଘଟିଛି। ତେବେ ଏନେଇ ଅପର ଗୋଷ୍ଠୀର ମିଳିପାରିନି।

Violenceଆହତ ପୁଲିସ ଅଧିକାରୀ ଓ କର୍ମଚାରୀ।
ଏହି ଘଟଣା ପରେ ପୁଲିସ ପକ୍ଷରୁ ସମ୍ବଲପୁର ଟାଉନ୍, ଧନୁପାଲି, ଅଇଁଠାପାଲି, ବରେଇପାଲି, କ୍ଷେତରାଜପୁର, ସଦର ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ଉତ୍ତେଜନା ସୃଷ୍ଟି କରୁଥିବା ଲୋକଙ୍କୁ ଘଉଡ଼ାଇବାକୁ ପୁଲିସ ଫୋର୍ସ ଉଦ୍ୟମ କରୁଛନ୍ତି ବୋଲି ଅତିରିକ୍ତ ଏସ୍‌ପି ତପନ ମହାନ୍ତି ସୂଚନା ଦେଇଛନ୍ତି।
Group Clash Hanuman Jayanti