/odisha-reporter/media/post_attachments/uploads/2021/04/gbn.jpg)
Ragging In the Medical College
ସମ୍ବଲପୁର(ଓଡ଼ିଶା ରିପୋର୍ଟର): ସମ୍ବଲପୁରସରକାରୀ ହୋମିଓପ୍ୟାଥିକ୍ କଲେଜରେ ରାଗିଂ ଅଭିଯୋଗ ହୋଇଛି। ଛାତ୍ରୀଙ୍କ ବିରୋଧରେ ଛାତ୍ରୀ ଆଣିଲେ ରାଗିଂ ଅଭିଯୋଗ। ଗତ ୧ତାରିଖରେ ଏନେଇ ଦିଲ୍ଲୀର ନ୍ୟାସନାଲ ଆଣ୍ଟି ରାଗିଂ ସେଲରେ ଅଭିଯୋଗ ହୋଇ ଥିଲା । ଅଭିଯୋଗ ଆଧାରରେ କଲେଜ ଆଣ୍ଟି ରାଗିଂ ସେଲ ପକ୍ଷରୁ ତଦନ୍ତ ଜାରି ରହିଛି।
୫ ଜଣ ଛାତ୍ରୀଙ୍କ ସହ ଜଣେ ଛାତ୍ରଙ୍କ ବିରୋଧରେ ରାଗିଂ ଅଭିଯୋଗ ଆସିଛି। ଗତ ମାର୍ଚ୍ଚ ୩୧ରେ ୨ ଗୋଷ୍ଠୀ ଛାତ୍ରୀଙ୍କ ମଧ୍ୟରେ ବିବାଦ ଦେଖାଦେଇ ଥିଲା। ବିବାଦ ନେଇ କଲେଜ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ ମଧ୍ୟ ହୋଇଥିଲା ବୋଲି ହୋମିଓପ୍ୟାଥିକ୍ କଲେର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ସିଂଙ୍କ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଦିଲ୍ଲୀର ଆଣ୍ଟି ରାଗିଂ ସେଲରୁ ଏକ ଫୋନ୍ କଲ ଆସିଥିଲା।
ଏହା ପରେ ଅମେ ଜାଣିବାକୁ ପାଇଲୁ ରାଗିଂ ବିଷୟରେ ନେଇ ଏକ ଅଭିଯୋଗ ହୋଇଛି। କିନ୍ତୁ ରାଗିଂକୁ ନେଇ ସୁପରିଟେଣ୍ଟେଣ୍ଟ କିମ୍ବା ମୋ ପାଖରେ ଅଭିଯୋଗ ହୋଇ ନାହିଁ। ଆମକୁ କୌଣସି ଲିଖିତ ଅଭିଯୋଗ ଦିଆଯାଇ ନାହିଁ। ଏହା ଛାତ୍ରୀନିବାସରେ ହୋଇଛି। ତେବେ କାହାରି ନା ପ୍ରକାଶ କରିବାକୁ ମନା କରିଛନ୍ତି ଆଣ୍ଟି ରାଗିଂ ସେଲ। ୫ ଜଣ ଛାତ୍ରୀ ଓ ଜଣେ ଛାତ୍ରଙ୍କ ବିରୋଧରେ ଅଭିଯୋଗ ଆସିଛି। ତେବେ କଲେଜରେ ଥିବା ଆଣ୍ଟି ରାଗିଂ ସେଲ ଘଟଣାର ତଦନ୍ତ ଆରମ୍ଭ କରିଛି ବୋଲି ଅଧ୍ୟକ୍ଷ ସୂଚନା ଦେଇଛନ୍ତି। ରିପୋର୍ଟ ଖୁବ୍ ଶୀଘ୍ର ଦିଅଯିବ ବୋଲି କଲେଜ ଅଧ୍ୟକ୍ଷ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
