Advertisment

ଅନ୍ଧାରରେ ଭବିଷ୍ୟତ, ହାତୀ ପାଇଁ ପାଠପଢ଼ା ଠପ୍‌

ଖଇରଟାପ ଗାଁଠାରୁ ୩ କି.ମି ଦୂରରେ ରହିଛି ବୁଢ଼ୀ ଖମାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ।

Student

Student

Advertisment

ହାତୀ ଭୟରେ ପିଲାଙ୍କ ପାଠ ପଢାରେ ଲାଗିଛି ଡୋରି। ଖରାଛୁଟି ପରେ ସ୍କୁଲ ଖୋଲା ହେବା ଦିନଠାରୁ ସ୍କୁଲ ମାଟି ମାଡ଼ି ନାହାନ୍ତି ପିଲା। ଏବେ ଅନ୍ଧାରରେ ୧୭ ଜଣ ପିଲାଙ୍କ ଭବିଷ୍ୟତ। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଭିଭାବକ। ଏପରି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ଅନ୍ତର୍ଗତ ବଡମାଳ ପଞ୍ଚାୟତ ଖଇରଟାପ ଗାଁରେ।

Advertisment

ଖଇରଟାପ ଗାଁଠାରୁ ୩ କି.ମି ଦୂରରେ ରହିଛି ବୁଢ଼ୀ ଖମାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଏହି ସ୍କୁଲ ଯିବା ରାସ୍ତାରେ ହାତୀମାନେ ଚଳପ୍ରଚଳ କରିଥାନ୍ତି। କେତେ ଲୋକଙ୍କୁ ହାତୀ ଆକ୍ରମଣରେ କରିଥିବା ଖବର ରହିଛି। ଜୁନ୍‌୨୨ ତାରିଖରେ ହାତୀ ଆମ୍ରଣରେ ଜଣେ ଗ୍ରାମବାସୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଯାହାଫଳରେ ଅଭିଭାବକମାନେ ଏହି ରାସ୍ତାଦେଇ ପିଲାମାନଙ୍କୁ ସ୍କୁଲ ଛାଡ଼ିବାକୁ ଭୟ କରୁଛନ୍ତି। ଏଥିପାଇଁ ଖରାଛୁଟି ପରେ ସ୍କୁଲ ଖୋଲିବା ପରଠୁ ସ୍କୁଲ ଯାଇ ନାହାନ୍ତି ପିଲା। ପିଲାମାନେ ସ୍କୁଲ ନଯାଇ ଗାଁ ଦାଣ୍ଡରେ ଖେଳକୁଦରେ ସମୟ ବିତାଉଛନ୍ତି। କିଏ କିଏ ପିଲାଙ୍କୁ ନିଜ ଘରେ ପାଠ ପଢାଉଥିବା ବେଳେ ଆଉ କେତେ ଜଣ ପିଲା ମୂଳରୁ ପାଠ ପଢୁନାହାନ୍ତି। ତେଣୁ ତୁରନ୍ତ ଗାଁରେ ବନ୍ଦ ପଡ଼ିଥିବା ସ୍କୁଲ ଖୋଲିବାକୁ ଗ୍ରାମବାସୀ ଦାବି କରିଛନ୍ତି।

student                                  ସ୍କୁଲ ନ ଯାଇ ଖେଳକୁଦରେ ମାତିଛନ୍ତି ପିଲା

ଖଇରଟାପ ଗାଁରେ ଏକ ପ୍ରାଥମିକ ବିଦ୍ୟାଳୟ ଥିଲା। ହେଲେ ଏହି ସ୍କୁଲରେ ପିଲା ସଂଖ୍ୟା କମ୍‌ ହେବାରୁ ୨୦୨୧ ମସିହାରେ ବୁଢ଼ୀ ଖମାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ସ୍କୁଲକୁ ମିଶ୍ରଣ କରି ଦିଆଗଲା। ହେଲେ ଏହି ସ୍କୁଲ ଗାଁରୁ ଦୂରରେ ଥିବା ସହ ସ୍କୁଲ ଯିବା ରାସ୍ତାରେ ହାତୀ ଚଳପ୍ରଚଳ କରୁଥିବାରୁ ପିଲାମାନଙ୍କୁ ସ୍କୁଲ ଛାଡ଼ୁ ନାହାନ୍ତି ଅଭିଭାବକ। ଯାହାଫଳରେ ୧୭ ଜଣ ପିଲାଙ୍କ ଭବିଷ୍ୟତ ଏବେ ଅନ୍ଧାରରେ ଭିତରେ ରହିଯାଇଛି। ଖରା ଛୁଟି ପୂର୍ବରୁ ପିଲାମାନେ ବୁଢ଼ୀ ଖମାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଉଥିଲେ।

Advertisment

ହାତୀ ପାଇଁ ପାଠ ବନ୍ଦ ହେଉଥିବାରୁ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କହଦ ନିକଟରେ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ଜିଲ୍ଲାପାଳ କହିଛନ୍ତି ଏହା ଏକ ଗମ୍ଭୀର ସମସ୍ୟା। ସରକାରଙ୍କୁ ଖୁବଶୀଘ୍ର ଏନେଇ ଅବଗତ କରାଯିବ।

ଜଣେ ଛାତ୍ରୀ କହିଛନ୍ତି, ହାତୀ ଭୟରେ ଆମେ ସ୍କୁଲ ଯାଉ ନାହିଁ। ଆମ ଗାଁରେ ଥିବା ସ୍କୁଲକୁ ଖୋଲା ଯାଉ। ଆମେ ସେଠାରୁ ପାଠ ପଢ଼ିବାକୁ ଯିବୁ।

ଜଣେ ଅଭିଭାବକ କହିଛନ୍ତି, ଜୁନ ୨୧ ତାରିଖରେ ସେହି ରାସ୍ତାରେ ଆମ ଗାଁର ଜଣଙ୍କୁ ହାତୀ ଆକ୍ରମଣ କରିଥିଲା। ଆମେ ସେହିଦିନଠାରୁ ଭୟବୀତ ହୋଇ ଅଛୁ। ଆମକୁ ସେହି ରାସ୍ତାକୁ ଯିବାକୁ ଭୟ ଲାଗୁଛି, ଆମେ କିପରି ପିଲାଙ୍କୁ ଛାଡ଼ିବୁ ?

ତେବେ ସରକାର କେବେ ଏହି କୁନି କୁନି ପିଲାଙ୍କ ଦାବି ଶୁଣୁଛନ୍ତି ତାହା ଚାତକ ପରି ଅନାଇ ବସିଛନ୍ତି ଖଇରଟାପ ଗ୍ରାମବାସୀ।

Sambalpur School Student Protest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe