Advertisment

ପାୱାର ଚ୍ୟାନେଲ ବ୍ରିଜରୁ ଡେଇଁ ଭିସୁଟ ଛାତ୍ରୀ ନିଖୋଜ

କଲେଜ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ,ସାର୍ଟିଫିକେଟ ଗ୍ରହଣ କରିଥିଲେ। ବେଶ୍‌ ଖୁସି ବି ଥିଲେ। କାରଣ ଏହାପରେ ସେ ଗଢ଼ିଥାନ୍ତେ ସୁନେଲି ଭବିଷ୍ୟତ ।

author-image
Niharika Rout
Missing Student

Missing Student

କଲେଜ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ,ସାର୍ଟିଫିକେଟ ଗ୍ରହଣ କରିଥିଲେ। ବେଶ୍‌ ଖୁସି ବି ଥିଲେ। କାରଣ ଏହାପରେ ସେ ଗଢ଼ିଥାନ୍ତେ ସୁନେଲି ଭବିଷ୍ୟତ । ହେଲେ ତା’ ପୂର୍ବରୁ ସାମାନ୍ୟ କଳିରୁ ପାୱାର ଚ୍ୟାନେଲ ବ୍ରିଜରୁ ତଳକୁ ଡେଇଁ ପଡ଼ିଲେ ସମ୍ବଲପୁର ଜିଲ୍ଲା ବୁର୍ଲା ଭିସୁଟ୍‌ର ଆଇଟି ପାସ୍‌ ଆଉଟ୍‌ ଛାତ୍ରୀ। ଗତକାଲି ରାତିରୁ ଅଗ୍ନିଶମ ବାହିନୀ ଖୋଜାଖୋଜି କଲେ ବି ତାଙ୍କ ସନ୍ଧାନ ପାଇ ପାରୁନି।

Advertisment

ନିଖୋଜ ଛାତ୍ରୀଜଣକ ହେଲେ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ । ତାଙ୍କ ଘର କଳାହାଣ୍ଡି ଜିଲ୍ଲା । ଚିନ୍ମୟୀ ଭିସୁଟରେ Information Technology ବିଭାଗରେ ଇଞ୍ଜିନିୟରିଂ କରୁଥିଲେ। ପାସ୍‌ ହେବା ପରେ ଗତକାଲି ଗତକାଲି କଲେଜର ସମାବର୍ତ୍ତନ ଉତ୍ସବ ଥିଲା। ଏହି ଉତ୍ସବରେ ଯୋଗ ଦେଇ ଚିନ୍ମୟୀ ଅତିଥିଙ୍କଠାରୁ ସାର୍ଟିଫିକେଟ ବି ଗ୍ରହଣ କରିଥିଲେ। ଏହାପରେ ରାତିରେ ସେ ବସ୍‌ ଯୋଗେ ନିଜ ଘରକୁ ଫେରିଥାନ୍ତେ।

ହେଲେ ଏହା ପୂର୍ବରୁ ସେ ପାୱାର ଚ୍ୟାନେଲ ବ୍ରିଜରୁ ଡେଇଁ ନିଖୋଜ ହୋଇ ଯାଇଛନ୍ତି। ଖବର ପାଇ ପୁଲିସ୍‌ ଓ ଅଗ୍ନିଶମ ବାହିନୀ ଖୋଜାଖୋଜି କରୁଥିଲେ ବି ତାଙ୍କ ସନ୍ଧାନ ମିଳିପାରିନି।

Advertisment

ସୂଚନାଯୋଗ୍ୟ, ଗତକାଲି ରାତିରେ ବସ୍‌ରେ ଯିବା ପୂର୍ବରୁ ବ୍ରିଜ ଉପରେ ଜଣେ ଯୁବକ ସହିତ ଚିନ୍ମୟୀଙ୍କର ଯୁକ୍ତିତର୍କ ହୋଇଥିଲା। ଏହା ପରେ ସେ ବ୍ରିଜ ଉପରୁ ତଳକୁ ଡେଇଁ ପଡ଼ିଥିଲେ । ସେହି ଯୁବକକୁ ବୁର୍ଲା ଥାନାକୁ ଡକାଇ ପୁଲିସ ପଚରା ଉଚରା କରୁଛି ।

Sambalpur Students Life In Danger