‘ମୋ ମୃତ୍ୟୁର ପ୍ରତିଶୋଧ ନେବୁ’, ଭାଇକୁ ଏତକ କହି ଟ୍ରେନ୍ ଲାଇନକୁ ଡେଇଁଲେ ଯୁବତୀ

ରେଢାଖୋଲ (ରମାକାନ୍ତ ମହାନନ୍ଦ): ଆତ୍ମହତ୍ୟା ପୂର୍ବରୁ ନିଜ ଭାଇକୁ ଫୋନ୍ କରି ଭଉଣୀ କଲା ଆକୁଳ ନିବେଦନ। କହିଲା ତୁ ମୋ ମୃତ୍ୟୁର ପ୍ରତିଶୋଧ ନେବୁ। ମୁଁ ଆଉ ବଞ୍ଚିବି ନାହିଁ। ଏତିକି କହି ଟ୍ରେନ୍ ଆଗକୁ ଡେଇଁ ପଡ଼ିଲେ ଯୁବତୀ। ମୃତ୍ୟୁ ପୂର୍ବରୁ ଯୁବତୀ ଜଣକ ଛାଡ଼ିଗଲେ ଏକ ସୁସାଇଡ୍ ନୋଟ୍। ଯେଉଁଥିରେ ରହିଛି ନେତାଙ୍କ ନାଁ। ସେହି ନେତା ଜଣକ ହେଉଛନ୍ତି ରେଢାଖୋଲର ଆମ୍ ଆଦମୀ ପାର୍ଟି (ଆପ୍) ନେତା ଆନନ୍ଦ ସାମଲ। ଯୁବତୀଙ୍କ […]

ranjita

Ranjit Kumar Jena
  • Published: Friday, 19 November 2021
  • , Updated: 19 November 2021, 06:03 PM IST

ରେଢାଖୋଲ (ରମାକାନ୍ତ ମହାନନ୍ଦ): ଆତ୍ମହତ୍ୟା ପୂର୍ବରୁ ନିଜ ଭାଇକୁ ଫୋନ୍ କରି ଭଉଣୀ କଲା ଆକୁଳ ନିବେଦନ। କହିଲା ତୁ ମୋ ମୃତ୍ୟୁର ପ୍ରତିଶୋଧ ନେବୁ। ମୁଁ ଆଉ ବଞ୍ଚିବି ନାହିଁ। ଏତିକି କହି ଟ୍ରେନ୍ ଆଗକୁ ଡେଇଁ ପଡ଼ିଲେ ଯୁବତୀ। ମୃତ୍ୟୁ ପୂର୍ବରୁ ଯୁବତୀ ଜଣକ ଛାଡ଼ିଗଲେ ଏକ ସୁସାଇଡ୍ ନୋଟ୍। ଯେଉଁଥିରେ ରହିଛି ନେତାଙ୍କ ନାଁ। ସେହି ନେତା ଜଣକ ହେଉଛନ୍ତି ରେଢାଖୋଲର ଆମ୍ ଆଦମୀ ପାର୍ଟି (ଆପ୍) ନେତା ଆନନ୍ଦ ସାମଲ। ଯୁବତୀଙ୍କ ଆତ୍ମହତ୍ୟା ପଛରେ ଆନନ୍ଦ ସାମଲଙ୍କ ହାତ ଥିବା ଅଭିଯୋଗ ହେଉଛି। ଘରେ ରଖି ପଢାଇବା ନାଁରେ ଯୁବତୀଙ୍କ ସହ ପ୍ରେମ ଓ ଶାରୀରିକ ସମ୍ପର୍କ ରଖି ବିବାହ ପାଇଁ ପ୍ରତିଶ୍ରୁତି ଦେଇ ଧୋକା ଦେଇଥିବା ଓ ମୃତ୍ୟୁର କାରଣ ଆନନ୍ଦ ସାମଲ ବୋଲି ଥାନାରେ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଯାହାକୁ ନେଇ ଏବେ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି।

ଯୁବତୀ ଜଣକ ମୃତ୍ୟୁ ପୂର୍ବରୁ ତାଙ୍କ ଭାଇକୁ ଫୋନ୍ କରି କହିଥିଲେ ଯେ, ‘ମୋ ମୃତ୍ୟୁର କାରଣ ଆନନ୍ଦ ସାମଲ। ମୋ ଜୀବନ ବରବାଦ କରିଦେଲା ଆନନ୍ଦ। ତାର ପ୍ରତିଶୋଧ ନେବୁ। ମୁଁ ଆଉ ବଞ୍ଚିବି ନାହିଁ। ରେଢାଖୋଲ ରେଳ ଷ୍ଟେସନ ପାଖରେ ବ୍ୟାଗ ରଖିଦେଇଛି। କିଏ ନେଇଯିବ, ତେଣୁ ଶୀଘ୍ର ଆସି ନେଇଯିବୁ। ସେଥିରେ ମୁଁ ସବୁ ଲେଖି ଦେଇଛି। ଏମିତି କିଛି କହି ନିଜ ଭାଇ ସହ ଶେଷ ଫୋନ କଲ କରି ଏକ ମାଲବାହୀ ଟ୍ରେନ ଆଗକୁ ଡେଇଁ ପଡ଼ିଥିଲେ ଯୁବତୀ।

ଘଟଣାସ୍ଥଳରୁ ଏକ ବ୍ୟାଗ୍ ମିଳିଥିଲା। ଯେଉଁଥିରୁ ଏକ ସୁସାଇଡ୍ ନୋଟ ମିଳିଥିଲା। ସେଥିରେ ପ୍ରଥମରୁ ହିଁ ଲେଖାଥିଲା ମୋ ମୃତ୍ୟୁର କାରଣ ଆନନ୍ଦ ସାମଲ। ମୃତ ଯୁବତୀ ଜଣକ ହେଲେ ସମ୍ବଲପୁର ଚାରମାଳ ଥାନା ଅନ୍ତର୍ଗତ କରଡାପାଲ ଗାଁର ରଂଜିତା ଧଳ (୨୫)। ଭଉଣୀର ମୃତ୍ୟୁକୁ ନେଇ ତାଙ୍କ ଭାଇ ରୁବୁନ ଧଳ ଚାରମାଳ ଥାନାରେ ଗୁରୁତର ଅଭିଯୋଗ ଆଣିଛନ୍ତି।

ସେ ଅଭିଯୋଗ କରିଛନ୍ତି ଯେ ଦେଢ଼ବର୍ଷ ତଳେ ରେଢାଖୋଲ ସହରରେ ରହୁଥିବା ଆମ ଆଦମୀ ପାର୍ଟିର ନେତା ତଥା ବିବାହିତ ଯୁବକ ଆନନ୍ଦ ସାମଲଙ୍କ ଘରେ ରହି କମ୍ପ୍ୟୁଟର ପାଠ ପଢୁଥିଲେ ରଞ୍ଜିତା। ସେହି ସମୟରେ ନିଜେ ବିବାହିତ ଥାଇ ମଧ୍ୟ ବିବାହ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ ନେତା ଜଣକ। ପରବର୍ତ୍ତୀ ସମୟରେ ସେ ରଞ୍ଜିତାକୁ ଧୋକା ଦେଇ ଚାଲିଥିଲେ। ଶେଷରେ ରଞ୍ଜିତା ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲା ବୋଲି ଚାରମାଳ ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ଭାଇ। ଚାରମାଳ ପୁଲିସ ମାମଲା ରୁଜୁ କରି ୩୭୬, ୫୦୬, ୩୦୬ ଦଫା ଲଗାଇ ସମ୍ବଲପୁର ଜିଆରପିକୁ ମାମଲା ହସ୍ତାନ୍ତର କରିଛି। ବର୍ତ୍ତମାନ ଘଟଣାର ତଦନ୍ତ କରିବ ଜିଆରପି ପୁଲିସ ବୋଲି ରେଢାଖୋଲ ଏସଡିପିଓ କହିଛନ୍ତି।

ଆମ ଆଦମୀ ପାର୍ଟିର ସମ୍ବଲପୁର ଜିଲ୍ଲା ସଂଯୋଜକ ସହିତ ୨୦୧୪ରେ ସମ୍ବଲପୁର ଲୋକସଭା ଓ ୧୦୧୯ରେ ରେଢାଖୋଲ ବିଧାନସଭା ପାଇଁ ଆନନ୍ଦ ସାମଲ ପ୍ରାର୍ଥୀ ରହିଥିଲେ। ବର୍ତ୍ତମାନ ଜିଆରପି ପୁଲିସ ତଦନ୍ତ ପ୍ରକ୍ରିୟା କେଉଁ ଦିଗରେ ନେବ, ଆଉ ନେତା କେବେ ଗିରଫ ତାକୁ ନେଇ ଚର୍ଚ୍ଚା। ଅଭିଯୋଗ ପରେ ଆନନ୍ଦଙ୍କୁ ପାର୍ଟିର ପ୍ରାଥମିକ ସଦସ୍ୟରୁ ନିଲମ୍ବିତ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ରେଢାଖୋଲ ବିଧାନସଭା ସଂଯୋଜକ।

ଅନ୍ୟପକ୍ଷରେ ଆନନ୍ଦଙ୍କ ପତ୍ନୀ ଏଭଳି ସାଙ୍ଘାତିକ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଘଟଣାରେ କୌଣସି ସତ୍ୟତା ନାହିଁ। ଏହା କିଛି କୁଚକ୍ରୀ ଲୋକଙ୍କ ଯୋଜନା। ମୋ ସ୍ୱାମୀ ପୂରା ନିର୍ଦ୍ଦୋଷ। ଘଟଣାର ତଦନ୍ତ ହେଲେ ସବୁ ସତ୍ୟ ସାମ୍ନାକୁ ଆସିବ ବୋଲି ଫୋନରେ ପ୍ରତିକ୍ରିୟା ରଖିଛନ୍ତି ଆନନ୍ଦ ସାମଲଙ୍କ ପତ୍ନୀ।

Related story