Advertisment

ପୁଲିସ ଚା’ ପିଇବା ବେଳେ ଅଭିଯୁକ୍ତ ଚମ୍ପଟ

ପୁଲିସ କର୍ମଚାରୀମାନେ ଅଭିଯୁକ୍ତକୁ ଥାନାକୁ ନ ଆଣି ଥାନାଠୁ ୨ କିମି ଦୂରରେ ଥିବା ଗୋଧିଢିପ ଛକକୁ ଚାହା ପିଇବା ପାଇଁ ଯାଇଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Accused escape

Accused escape

ପୁଲିସ ଚା’ ପିଇବା ବେଳେ ଖସିପଳାଇଲା ଅଭିଯୁକ୍ତ। ଏଭଳି ଘଟଣା ଘଟିଛି ସମ୍ବୁଲପୁର ଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗତ ଗୋଧିଢିପ ଛକ ନିକଟରେ। ପୁଲିସ ଅଭିଯୁକ୍ତକୁ ବିଭିନ୍ନ ଟ୍ରାଫିକ ପୋଷ୍ଟରେ ନାକା ବନ୍ଦୀ କରି ଖୋଜୁଛି।

Advertisment

୧୦ଦିନ ତଳେ ନାକଟିଦେଉଳ ଥାନା ଅଞ୍ଚଳରେ ଚୋରି ହୋଇଥିଲା। ଏହି ନେଇ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଅଭିଯୁକ୍ତକୁ ଧରିବାକୁ ଖୋଳତାଡ଼ ଆରମ୍ଭ କରିଥିଲା। ଅଭିଯୁକ୍ତ ଜଣଙ୍କ ବୌଦ୍ଧ ଜିଲ୍ଲାରେ ଥିବା ପୁଲିସ ଜାଣିବାକୁ ପାଇଥିଲା। ଗତକାଲି ନାକଟିଦେଉଳ ଥାନାର କିଛି ପୁଲିସ କର୍ମଚାରୀ ବୌଦ୍ଧ ଯାଇ ଅଭିଯୁକ୍ତକୁ ଗିରଫ କରିଥିଲେ। ପରେ ପୁଲିସ କର୍ମଚାରୀମାନେ ଅଭିଯୁକ୍ତକୁ ଗାଡ଼ିରେ ବସାଇ ନାକଟିଦେଉଳ ଥାନାକୁ ଆଣିଥିଲେ।

ପୁଲିସ କର୍ମଚାରୀଙ୍କର ଚା’ ପିଇବା ପାଇଁ ଇଚ୍ଛା ହେବାରୁ ଅଭିଯୁକ୍ତକୁ ଥାନାକୁ ନ ନେଇ ଥାନାଠୁ ୨ କିମି ଦୂରରେ ଥିବା ଗୋଧିଢିପ ଛକକୁ ଯାଇଥିଲେ। ସେଠାରେ ପୁଲିସ କର୍ମଚାରୀମାନେ ଗାଡ଼ି ରଖି ଚାହା ପିଉଥିବା ବେଳେ ଅଭିଯୁକ୍ତ ଜଣଙ୍କ ପୁଲିସକୁ ଚକମା ଦେଇ ଚମ୍ପଟ ମାରିଥିଲା। ପୁଲିସ ଅଭିଯୁକ୍ତକୁ ଖୋଜାଖୋଜି କରୁଛି।

Advertisment
Odisha Police Sambalpur