/odisha-reporter/media/post_attachments/uploadimage/library/16_9/16_9_0/IMAGE_1685878760.jpeg)
Road Accident
ସମ୍ପର୍କୀୟଙ୍କ ମୃତ୍ୟୁ ଖବର ପାଇ ଘରକୁ ଫେରୁଥିଲେ। ବାଟରେ ହାଇୱା ପଛରେ ପିଟି ହେଲା ଅଟୋ। ଅଟୋରେ ଥିବା ୧୦ରୁ ୩ ଯାତ୍ରୀ ମୃତ। ମୃତକ ମାନଙ୍କ ମଧ୍ୟରେ ଜଣେ ନାବାଳିକା, ଜଣେ ଶିଶୁ ଓ ଜଣେ ଯୁବକ ଅଛନ୍ତି । ସେମାନେ ପରସ୍ପର ସମ୍ପର୍କୀୟ । ଆଜି ସମ୍ବଲପୁରର ପ୍ରଧାନପାଲିରେ ଏହି ଦୁର୍ଘଟଣା ଘଟିଛି। ମୃତକମାନେ ହେଲେ ବେଣୁଧର ବାଗ(୧୮), ପୁନମ ବାଗ(୧୩) ଓ ତାଙ୍କ ସାନ ଭଉଣୀ ଲିନ୍ସି ବାଗ(୮ ମାସ)। ସେମାନେ ସମ୍ବଲପୁର ଖୁରି ଗାଁ’ରେ ରହି ଏକ ରାଇସ ମିଲରେ କାମ କରୁଥିଲେ। ଅଟୋରେ ଥିବା ଅନ୍ୟମାନେ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ମୁତାବକ, ଆଜି ସକାଳୁ ଗୋଟିଏ ଅଟୋ ରିକ୍ସା ଭଡା କରି ସେମାନେ ଝାରସୁଗୁଡ଼ା ପଟୁ ୧୦ ନମ୍ବର ରାଜ୍ୟ ରାଜପଥ ଦେଇ ସମ୍ବଲପୁର ଆଡକୁ ଆସୁଥିଲେ । ତେବେ ପ୍ରଧାନପାଲି ନିକଟରେ କୌଣସି କାରଣରୁ ଏହି ଯାତ୍ରୀବାହି ଅଟୋ ରିକ୍ସା ଆଗରେ ଯାଉଥିବା ଏକ ହାଇୱା ପଛରେ ପିଟି ହୋଇଯାଇଥିଲା । ଫଳରେ ଅଟୋ ରିକ୍ସାଟି ଭାଙ୍ଗିରୁଜି ଯାଇଥିଲା।
ଖବର ପାଇ ଶାସନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ବୁର୍ଲା ମେଡିକାଲକୁ ଚିକିତ୍ସା ପାଇଁ ପଠାଇଥିଲା। ତେବେ ସେଠାରେ ୩ ଜଣଙ୍କର ମୃତ୍ୟୁ ହୋଇଯାଇଛି ।
ଏହି ହାଇୱା ପଛରେ ପିଟି ହୋଇଛି ଅଟୋଡ୍ରାଇଭର ସମେତ ଅଟୋରେ ମୋଟ ୧୦ ଜଣ ଥିଲେ । ସମସ୍ତ ଯାତ୍ରୀ କଳାହାଣ୍ଡି ଜିଲ୍ଲା କେଶିଙ୍ଗା ଥାନା ଭରମାଲ ଗାଁ’ର। ସେମାନେ ସମ୍ବଲପୁର ଖୁରି ଗାଁ’ରେ ରହି ଏକ ରାଇସ ମିଲରେ କାମ କରୁଥିଲେ। ଗତକାଲି ଜଣେ ସମ୍ପର୍କୀୟଙ୍କ ମୃତ୍ୟୁ ଖବର ପାଇ ସେମାନେ ଆଜି କଳାହାଣ୍ଡି ଯାଉଥିଲେ। ଅଟୋରେ ସମ୍ବଲପୁର ବରେଇପାଲି ଯିବା ପରେ ସେଠାରୁ ଏକ ବୋଲେରୋରେ ସେମାନେ ଗାଁ’କୁ ଯାଇଥାନ୍ତେ।
ରିପୋର୍ଟ- ସମ୍ବଲପୁରରୁ ରମାକାନ୍ତ ମହାନନ୍ଦ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
